‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳ ଧରି ରହିଆସିଛି। ଏହି ପ୍ରାଚୀନ ସହରର ପ୍ରତ୍ୟେକ ଗଳିକନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ। ରାଜ୍ୟର ପୁରୁଣା ରାଜଧାନୀ କଟକରୁ ସହରୀ ସଭ୍ୟତା ଆରମ୍ଭ ହୋଇଥିବା କୁହାଯାଏ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡ଼ିି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଧରିତ୍ରୀ’ର ଏକ ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିକୁ ଆଧାର କରାଯାଇ ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍‌ ସେକ୍ରେଟାରୀ ଅଫ୍‌ ଗଭର୍ଣ୍ଣମେଣ୍ଟ ଜଜ୍‌ ଡୁଡୁସ୍‌ୱେଲ ଏସ୍‌କୋୟାରଙ୍କ ଲିଖିତ ଏହି ନଥି କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର କାଜି ବଜାର ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା।

ନଁ। ପଛର କାହାଣୀ

କଟକ ମହାନଗର ନିଗମ ଅଧୀନ ୧୩, ୧୫ ଓ ୧୯ ନମ୍ବର ୱାର୍ଡକୁ ନେଇ କାଜିବଜାର ପରିବ୍ୟାପ୍ତ। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଘର ରହିଛି। ଏଠାରେ ଅଧିକାଂଶ ପରିବାର ହେଉଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର। କାଜିବଜାର ନାଁ ପଛରେ ଏକ ଇତିହାସ ରହିଛି। ମୁସଲମାନ ଧର୍ମଶାସ୍ତ୍ର ଶାସନ ପଦ୍ଧତି ଅନୁଯାୟୀ ‘କାଜି’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ମୁସଲମାନ ସମ୍ପ୍ରଦାୟର ଏମାନେ ବିଚାରକ। ଓଡ଼ିଶାରେ ମୋଗଲ ଶାସନ ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ସାମାଜିକ ଅନୁଷ୍ଠାନ ପ୍ରତି ସାଧାରଣ ଲୋକ ତଥା ପ୍ରଶାସନିକ କର୍ମଚାରୀଙ୍କ ସମ୍ମାନ ରହିଥିଲା ସେଥିମଧ୍ୟରେ ‘କାଜି’ ପଦବୀ ଓ ଅନୁଷ୍ଠାନ ଥିଲା ଅନ୍ୟତମ। ମୁସଲମାନ ରାଜତ୍ୱ ଆରମ୍ଭ ହେବା ସହିତ ବିଚାରାଳୟରେ ମୁନ୍‌ସିଫ୍‌ ଓ କାଜିମାନେ ନିଯୁକ୍ତି ପାଉଥିଲେ। କଟକର କିଛି ଅଞ୍ଚଳରେ କାଜିମାନେ ବସତି ସ୍ଥାପନ କରିଥିଲେ। କାଜି (ବିଚାରପତି) ପଦବୀର ନାମାନୁସାରେ ଏହି ବଜାର ନାମ କାଜିବଜାର ଭାବେ ନାମିତ ହୋଇଛି।

କ’ଣ ରହିଛି ଏଠାରେ
କାଜିବଜାରରେ ଅନେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି ଯାହା ୧୯୧୯ ମସିହାରେ ସ୍ଥାପନ ହୋଇଥିଲା। ସେହିପରି ଭକ୍ତମଧୁ ବିଦ୍ୟାପୀଠ ରହିଛି। ଅତୀତରେ ଏହାର ନାମ ଟାଉନ ଭିକ୍ଟୋରିଆ ସ୍କୁଲ ଥିଲା। କାଜିବଜାର ସାହିରେ ଅଁଳେଶ୍ୱର ମହାଦେବ ପୂଜା ପାଉଥିବାବେଳେ କାଜିବଜାର ଛକରେ ଦୁର୍ଗାମଣ୍ଡପ ଶୋଭା ପାଇଥାଏ। ଏଥିସହିତ କାଜିବଜାର ପୂଜା କମିଟି ପକ୍ଷରୁ ପ୍ରତିବର୍ଷ କାଳୀ, ସରସ୍ବତୀ, କାର୍ତ୍ତିକେଶ୍ୱର, ଦୁର୍ଗା ଓ ଲକ୍ଷ୍ମୀଙ୍କ ପୂଜା ପାଳନ କରାଯାଇଥାଏ। କାଜି ବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ଲକ୍ଷ୍ମୀଙ୍କ ଚାନ୍ଦିମେଢ ନିର୍ମାଣ କରାଯାଇଛି। ସେହିପରି ମୁସଲମାନ ସମ୍ପ୍ରଦାୟର ସତ୍ୟପୀରଙ୍କ ପୀଠ ମଧ୍ୟ ଏଠାରେ ରହିଛି। ଏହି ସାହିର ସ୍ବତନ୍ତ୍ରତା ହେଉଛି ଏଠାକାର ଭାଇଚାରା। ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମସ୍ତେ ପର୍ବପର୍ବାଣି ମିଳିମିଶି ପାଳନ କରିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଜି.ଏ.ଆର୍‌. ଦୋରା ଏହି କାଜି ବଜାରର ବାସିନ୍ଦା।

ଏଠାକାର ସମସ୍ୟା
ଦୀର୍ଘଦିନ ଧରି ଏଠାକାର ମୁଖ୍ୟ ସମସ୍ୟା ହୋଇ ରହିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଘର ଭିତରେ ଲହଡ଼ି ମାରେ। ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri