କଶ୍ମୀର ଉପରେ ଚର୍ଚ୍ଚା ପାଇଁ ରିୟାଧ ଡାକିଲା ଆଇଓସି ବୈଠକ: ଭାରତକୁ ସୌଦି ଝଟକା

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନକୁ ଖୁସି କରିବା ପାଇଁ ଇସ୍‌ଲାମିକ ସହଯୋଗ ସଙ୍ଗଠନ (ଆଇଓସି)ର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଡାକିବାକୁ ରାଜି ହୋଇଯାଇଛି ସୌଦି ଆରବ। ଏହି ବୈଠକ କେବେ ହେବ ସେନେଇ କିଛି ଜଣାପଡ଼ି ନ ଥିଲେ ବି ଏଥିରେ କଶ୍ମୀର ସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ସ୍ପଷ୍ଟ ହୋଇଛି। ସୌଦି ଆରବର ଏହି ପଦକ୍ଷେପକୁ ଭାରତ ପାଇଁ କୂଟନୈତିକ ଝଟକା ବୋଲି କୁହାଯାଉଛି। କାରଣ ଆରବ ଓ୍ବାଲର୍‌ଡରେ ପାକିସ୍ତାନ ଓ ସୌଦି ହେଉଛନ୍ତି ପରସ୍ପରର ବଡ଼ ସମର୍ଥକ।
ମିଡିଆ ରିପୋର୍ଟ ଅନୁସାରେ ସୌଦି ଆରବର ବହିର୍ବ୍ୟାପାର ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍‌ ଫରହାନ ଅଲ୍‌-ସୌଦ ନିକଟରେ ପାକିସ୍ତାନ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ସହ ସାକ୍ଷାତ୍‌ କରି ଆଲୋଚନା ବେଳେ ଆଇଓସି ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଦୁଇନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ବେଳେ କୁରେଶୀ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନାଗୁଡ଼ିକ ଯୋଗୁ ଭାରତରେ ସଂଖ୍ୟାଲଘୁ ଏବଂ ବିଶେଷକରି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ଦୁଇ ବହିର୍ବ୍ୟାପାର ମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ଆଇଓସିର ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିବା ବିବୃତିରେ କୁହାଯାଇଛି।
କିଛି ଦିନ ତଳେ ମାଲେସିଆରେ ମଧ୍ୟ ଏକ ଇସ୍‌ଲାମିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ସୌଦି ଆରବ ଚାପ ପକାଇବା ପରେ ପାକିସ୍ତାନ ଉକ୍ତ ବୈଠକରେ ସାମିଲ ହୋଇ ନ ଥିଲା। ରିୟାଧର କଥା ମାନି ଇସ୍‌ଲାମାବାଦ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ସହ ବୈଠକକୁ ବର୍ଜନ କରିଥିଲା। ସେହି କ୍ଷତିପୂରଣ ପାଇଁ ସୌଦି ଆରବ କଶ୍ମୀର ଉପରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ଲାଗି ପାକିସ୍ତାନକୁ ଭରସା ଦେଇଛି। ଏହି ନିଷ୍ପତ୍ତିକୁ ଇସ୍‌ଲାମାବାଦ ପାଇଁ ନିଜ ପକ୍ଷ ରଖିବା ସକାଶେ ସୁଯୋଗ ପ୍ରଦାନ ଲାଗି ଏକ ପଦକ୍ଷେପ ବୋଲି କୁହାଯାଉଛି। ପ୍ରକାଶ ଯେ, କିଛିଦିନ ତଳେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକର ନେତୃତ୍ୱକୁ ନେଇ ସୌଦି ଆରବ ଓ ମାଲେସିଆ-ତୁର୍କୀ-ପାକିସ୍ତାନ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା। ପାକିସ୍ତାନ ବିବେଚନା କରୁଛି ଯେ, ତାକୁ କଶ୍ମୀର ପ୍ରସଙ୍ଗରେ ଆଇଓସିରେ ପର୍ଯ୍ୟାପ୍ତ ସମର୍ଥନ ମିଳିନାହିଁ। ଏବେ କଶ୍ମୀର ଉପରେ ସୌଦି ଆରବ ବୈଠକ ଆୟୋଜନ କଲେ ଭାରତ ପାଇଁ ତାହା କୂଟନୈତିକ ଝଟକା ହେବ। କାରଣ ସୌଦି ଆରବ ନିଜ ପ୍ରଭାବ ଥିବା ଦେଶଗୁଡ଼ିକରେ କଶ୍ମୀର ପ୍ରସଙ୍ଗରେ ସମର୍ଥନ ଯୋଗାଡ଼ କରିବାରେ ଭାରତକୁ ସହଯୋଗ କରିଛି। କେବଳ ସୌଦି ଆରବ ନୁହେଁ, ଏହାସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇସ୍‌ଲାମିକ୍‌ ଦେଶଗୁଡ଼ିକରେ ଭାରତର ନୂଆ ବିଦେଶ ନୀତିର ପ୍ରମୁଖ ସ୍ତମ୍ଭ। ଏହି ଦେଶଗୁଡ଼ିକ ଯୋଗୁ ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ବିରୋଧରେ ସମର୍ଥନ ଜୁଟାଇ ପାରି ନ ଥିଲା। ଇସ୍‌ଲାମିକ ଦେଶଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ପ୍ରସଙ୍ଗରେ ରାଜନୈତିକ ଟଣାଓଟରା ଚାଲିଛି। ଗୋଟିଏ ପଟେ ସୌଦି ଆରବ, ୟୁଏଇ ଏବଂ ସେମାନଙ୍କ ପ୍ରଭାବ ଥିବା ଦେଶ ରହିଛନ୍ତି। ଅନ୍ୟପଟେ ତୁର୍କୀ ଓ ମାଲେସିଆ ଅଛନ୍ତି। ତୁର୍କୀ ଓ ମାଲେସିଆ ପକ୍ଷରୁ ଡକାଯାଇଥିବା ବୈଠକରେ ଇରାନ ଭାଗନେଇଥିବାରୁ ସୌଦି ଆରବ ସହିପାରୁ ନାହିଁ। ଏଭଳି ସମୟରେ ନିଜ ଆଧିପତ୍ୟ ବିସ୍ତାର ସହ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକର ମଙ୍ଗ ଧରିବା ପାଇଁ ରିୟାଧ ଏଭଳି ପଦକ୍ଷେପ ନେଉଥିବା କୂଟନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଶ୍ରମରେ ପ୍ରେମ, ୭୫ ବର୍ଷୀୟ କନ୍ହେୟାଙ୍କୁ ବିବାହ କଲେ ୬୩ ବର୍ଷୀୟା ସବିନା

ବିଲାସପୁର,୨୫।୧୧: ବୟସ କେବଳ ଏକ ସଂଖ୍ୟା। ଜୀବନର ଶେଷ ପାହାଚରେ ମଧ୍ୟ ମିଳିପାରେ ଜୀବନସାଥୀଙ୍କ ଭଲପାଇବା ଓ ସାହାରା। ଏହାକୁ ପ୍ରମାଣ କରିଛନ୍ତି ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ…

ପାହାଡ଼ପଦରରେ ହାତୀ ଆତଙ୍କ: ୫ ପରିବାରଙ୍କ ଘର ଭାଙ୍ଗିବା ସହ ଖାଇଗଲେ ଧାନଚାଉଳ

ଲାଞ୍ଜିଗଡ଼,୨୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ପାହାଡ଼ପଦର ଓ ଜାମାଗୁଡ଼ା ଗ୍ରାମରେ ୨୯ ଟିକିଆ ହାତୀପଲ ଉପଦ୍ରବ କରି ୫ଟି…

ବଡ଼ ସୂଚନା; ଘୋଷଣା ହେଲା ପୋଲିସ SI ପରୀକ୍ଷା ତାରିଖ

ଭୁବନେଶ୍ୱର,୨୫।୧୧: ଦୀର୍ଘଦିନ ଧରି ପୋଲିସ SI ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ…

‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ କବ୍‌ଜା କରିବୁ’, ଭାଜପା ମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

କୋଲକାତା,୨୫।୧୧: ବାଂଲାଦେଶକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ଭାଜପା ସରକାରର ପରିବହନ ମନ୍ତ୍ରୀ ଅର୍ଜୁନ ସିଂ । ୨୦୨୬ ଡିସେମ୍ବର ୧୬ ତାରିଖରେ…

ଉଜୁଡ଼ି ଯାଇଛି ଫସଲ, ଭାଙ୍ଗିଛି ଚାଷୀଙ୍କ ମେରୁଦଣ୍ଡ, କୃଷି ଋଣ ଛାଡ଼ ସହ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କଲା ବିଜେଡି

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ସମ୍ପ୍ରତି ହୋଇଥିବା ବାତ୍ୟା, ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ କୃଷି ଓ ଜୀବିକା କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି।…

ନିର୍ବାଚିତ ବିଧାୟକମାନେ ସ୍ଥିର କରିବେ ମୁଖ୍ୟମନ୍ତ୍ରୀ କିଏ ହେବ, କେଶ ମୌର୍ଯ୍ୟଙ୍କ ବୟାନକୁ ନେଇ ରାଜନୀତି ହେଲାଣି ସରଗରମ

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବୟାନବାଜି ତୀବ୍ର ହେବାରେ ଲାଗିଛି। ବୁଧବାର ଉତ୍ତର ପ୍ରଦେଶର…

ଏହି ୬ ଭାରତୀୟ କ୍ରିକେଟର୍‌ଙ୍କ ଗୁରୁ ହେଉଛନ୍ତି ଯୁବରାଜ, ଗିଲ୍‌ଙ୍କଠୁ ବୈଭବ… ତାଲିକାରେ କିଏ କିଏ?

ନୂଆଦିଲ୍ଲୀ,୨୫।୧୧: ୨୦୧୧ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଭାରତୀୟ…

ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ, ଲୁହରେ ଭିଜିଲା ପୂରା ଗାଁ…

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?