କଶ୍ମୀରରେ ଅସ୍ବାଭାବିକତା

ଆକାର ପଟେଲ
ଦୁଇବର୍ଷ ପରେ ଚଳିତ ସପ୍ତାହରେ ମୁଁ ଶ୍ରୀନଗର ଯାଇଥିଲି ଏବଂ ସେଠାରେ ଅଳ୍ପ କିଛିଦିନ କଟାଇଲି। ମୁଁ ଭାବୁଛି ସେଠାରେ କ’ଣ ଚାଲିଛି ତାହା ପାଠକେ ଜାଣିବା ଦରକାର କାରଣ ତାହା ଅତ୍ୟନ୍ତ ଚିନ୍ତାଜନକ। ସେଠାକୁ ଗଲେ ହିଁ ଜଣେ ତା’ର ବାସ୍ତବତା ବୁଝିପାରିବ। ବାହାରେ ଥିବା ଲୋକମାନଙ୍କୁ ନ୍ୟୁଜ୍‌ ଚାନେଲଗୁଡ଼ିକ ଯେଉଁ କାହାଣୀ ଶୁଣାଉଛନ୍ତି ତାହାକୁ ସେମାନେ ବିଶ୍ୱାସ କରୁଛନ୍ତି। ପ୍ରଥମ କଥା ହେଉଛି ସେଠାରେ ପ୍ରାୟତଃ କିଛି ପରିବର୍ତ୍ତନ ହୋଇନାହିଁ। ଗତ ୧୫ ବର୍ଷ ଭିତରେ ଭାରତର ଅନ୍ୟାନ୍ୟ ସହର ଓ ନଗରଗୁଡ଼ିକର ଭୂମିରୂପରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ବେଳେ ଏଠାରେ ସେମିତି କିଛି ଦେଖିବାକୁ ମିଳୁନାହିଁ। ଏଠାରେ ଗୋଟିଏ ବି ମଲ୍‌ଟିପ୍ଲେକ୍ସ (ବହୁ ଅଡିଟୋରିୟମ୍‌ ଥିବା ସିନେମା ହଲ୍‌) କି ସାଧାରଣ ସିନେମା ହଲ୍‌ ନାହିଁ। ଏଠାରେ କୌଣସି ମଲ୍‌ ବି ନାହିଁ। ଏଠାରେ ରେଷ୍ଟୁରାଣ୍ଟଗୁଡ଼ିକ ଦୁଇ ବା ତିନି ଦଶନ୍ଧି ତଳେ ଯେମିତି ଥିଲା ପ୍ରାୟ ସେମିତି ଅଛି, ସେଗୁଡ଼ିକର ରୂପରଙ୍ଗରେ କିଛି ପରିବର୍ତ୍ତନ ଘଟିନାହିଁ। ଏଠାରେ ଗାଡ଼ିଘୋଡ଼ା ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଅର୍ଥନୈତିକ ଉନ୍ନତିର ସେମିତି କିଛି ଲକ୍ଷଣ ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାର ବାରମ୍ବାର ମୋବାଇଲ ସେବା କାଟିଦେଉଥିବାରୁ ଏଠାରେ କୌଣସି ଆପ୍‌-ଭିତ୍ତିକ ଅର୍ଥନୀତି ବି ନାହିଁ। ଏଠାରେ ଉବର ବା ଓଲା ସେବା ବି ଦେଖିବାକୁ ମିଳୁନାହିଁ।
ଭାରତରେ ୪୦୩ଟି ନ୍ୟୁଜ୍‌ ଚାନେଲ ଅଛି, କିନ୍ତୁ କଶ୍ମୀରରେ ଗୋଟିଏ ବି ନାହିଁ। ଏଠାରେ କୌଣସି ଟିଭି ନ୍ୟୁଜ୍‌କୁ ସରକାର ଅନୁମତି ଦେଉନାହାନ୍ତି, କାରଣ ଏହା କିଛି ସମସ୍ୟା ସୃଷ୍ଟି କରିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି। ଅର୍ଥନୀତି ସୁଦୃଢ଼ ନ ଥିବାରୁ କୌଣସି କର୍ପୋରେଟ୍‌ ବିଜ୍ଞାପନ ବି ଦେଖିବାକୁ ମିଳୁନାହିଁ। କଶ୍ମୀର ଖବରକାଗଜଗୁଡ଼ିକ କେବଳ ଦିଲ୍ଲୀ ସରକାର ଦେଉଥିବା ବିଜ୍ଞାପନ ଉପରେ ନିର୍ଭର କରନ୍ତି। ତେଣୁ ସ୍ଥାନୀୟ ଖବରକାଗଜଗୁଡ଼ିକ ତାଙ୍କର ସବୁଠୁ ବଡ଼ ବିଜ୍ଞାପନଦାତାଙ୍କ ବିରୋଧରେ କିଛି ଲେଖିବାକୁ ଚାହାନ୍ତି ନାହିଁ, ଯେଉଁଥିପାଇଁ ସାଧାରଣ ଲୋକଙ୍କ ମନୋଭାବ ଖବରକାଗଜର ମୁଖ୍ୟ ପୃଷ୍ଠାଗୁଡ଼ିକରେ ପ୍ରତିଫଳିତ ହୁଏ ନାହିଁ। ମୁଁ ଯେଉଁଦିନ ଏଠାରୁ ବିଦାୟ ନେଲି ଖବରକାଗଜଗୁଡ଼ିକରେ ଗୋଟିଏ ଶିରୋନାମା ଦେଖିବାକୁ ପାଇଲି- ”ସ୍ବାଧୀନତା କିମ୍ବା ସ୍ବାୟତ୍ତତା କୌଣସିଟି ସମ୍ଭବ ନୁହେଁ: ଜମ୍ମୁ-କଶ୍ମର ରାଜ୍ୟପାଳ“। ରାଜ୍ୟପାଳ ସତ୍ୟପାଲ ମଲିକ କଶ୍ମୀରର ଖବରଦାତାମାନଙ୍କୁ କହିଛନ୍ତି ଯେ, ସେ ଚାହାନ୍ତି କଶ୍ମୀରର ଯୁବକମାନେ ବନ୍ଧୁକ ଛାଡ଼ି ତାଙ୍କ ସହ ନୈଶଭୋଜନରେ ଯୋଗ ଦିଅନ୍ତୁ। ଯଦି ସ୍ବାଧୀନତା ବା ସ୍ବାୟତ୍ତତା କୌଣସିଟି ସମ୍ଭବ ନୁହେଁ, ତେବେ ସେ ଯୁବକମାନଙ୍କୁ କ’ଣ ପରଷିବେ ଓ କାହିଁକି ସେମାନେ ତାଙ୍କ ସହ ଯୋଗଦେବେ?
ସତକଥା ହେଲା କଶ୍ମୀରରେ କ’ଣ କରିବାକୁ ପଡ଼ିବ ସରକାର ଜାଣିପାରୁ ନାହାନ୍ତି ଏବଂ ଏଠାରେ ଗଣତନ୍ତ୍ରକୁ ଉଚ୍ଛେଦ କରିବା ମାନେ ପୁଣି ଏହାକୁ ସେନା ଶାସନାଧୀନ କରିବାକୁ ଚେଷ୍ଟା କରିବା। ଶ୍ରୀନଗରର ରାସ୍ତା ଉପରେ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ଏକପ୍ରକାର ଦେହସୁହା ହୋଇଗଲାଣି। ଏଠାରେ ତାମିଲ, ବଙ୍ଗଳା, ହିନ୍ଦୀ ଓ ପଞ୍ଜାବୀ କହୁଥିବା ରାଇଫଲଧାରୀ ଲୋକମାନେ ସବୁବେଳେ ସ୍ଥାନୀୟ ଲୋକଙ୍କ ଉପରେ ନଜର ରଖୁଛନ୍ତି। ଗତ ପାଞ୍ଚବର୍ଷ ଭିତରେ ଏଠାରେ ଆମ ସୁରକ୍ଷା ବଳଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨୦୧୫ରେ ୪୧ ଜଣ ସୁରକ୍ଷା ବଳ ମୃତ୍ୟୁବରଣ କରିଥିବା ବେଳେ ୨୦୧୬ରେ ୮୮ ଜଣ, ୨୦୧୭ରେ ୮୩ ଜଣ ଏବଂ ଗତବର୍ଷ ୯୫ ଜଣ ମୃତ୍ୟୁବରଣ କରିଛନ୍ତି। ଏ ବର୍ଷ ବର୍ଷର ଅଧା ହୋଇ ନ ଥିବା ବେଳେ ୬୭ ଜଣ ସୈନିକ ଜୀବନ ହରାଇ ସାରିଲେଣି। ପୁଲ୍‌ଓ୍ବାମା ଓ ବାଲାକୋଟ ଘଟଣା ନିର୍ବାଚନ ଜିତିବା ପାଇଁ ଏକ ମାଧ୍ୟମ ହୋଇପାରେ ମାତ୍ର ଏସବୁ ନାଟକର ଫଳାଫଳ ପ୍ରକୃତରେ କ’ଣ ଥିଲା ତାହା ଆମ୍ଭମାନଙ୍କ ମଧ୍ୟରୁ ଅନେକେ ଜାଣନ୍ତି ନାହିଁ। ଆମଠାରୁ ବହୁଦୂରରେ ହତ୍ୟାକାଣ୍ଡଗୁଡ଼ିକ ଘଟୁଥିବାରୁ ଆମେ ସେସବୁ ଦ୍ୱାରା ଆଦୌ ପ୍ରଭାବିତ ହେଉନାହୁଁ। ମୁଁ ସେଠାରେ ୧୦ ଜଣ ସାମ୍ବାଦିକଙ୍କୁ ଭେଟିଥିଲି ଏବଂ ପରିସ୍ଥିତି ବିଷୟରେ ସେମାନଙ୍କ ସହ ଖୋଲା ଆଲୋଚନା କରିଥିଲି। ସେମାନେ କହିଲେ ଯେ, କୌଣସି ପ୍ରସଙ୍ଗରେ କିଛି ନ ଲେଖିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟଭାବେ କିଛି ନିର୍ଦ୍ଦେଶନାମା ଦିଆଯାଇ ନାହିଁ। କ’ଣ ଲେଖିବା ଅନୁଚିତ ତାହା ସେମାନେ ଜାଣନ୍ତି। ମୁଁ ଏପରି ଭୟଭୀତ ଭାରତୀୟ ସାମ୍ବାଦିକଙ୍କୁ ଆଗରୁ ଦେଖି ନ ଥିଲି।
ବିମାନବନ୍ଦରରେ ବିଦେଶୀମାନଙ୍କ ପାଇଁ ଏକ ବୁଥ୍‌ ଅଛି, ଯେଉଁଠି ସେମାନେ କେତେବେଳେ ଓ କେଉଁଠି ଓହ୍ଲାଇବାକୁ ହେବ ତାହା ପଞ୍ଜୀକୃତ କରନ୍ତି। ଅନ୍ୟ ରାଜ୍ୟରେ ଏପରି ବ୍ୟବସ୍ଥା ଥିବାର ମୁଁ ଦେଖିନାହିଁ। ବିଦେଶୀ ସାମ୍ବାଦିକମାନଙ୍କୁ ଏଠାରୁ ଅଳ୍ପେବହୁତେ ନିଷିଦ୍ଧ କରାଯାଇଛି। ଏଠାକାର ଲୋକମାନେ ପସନ୍ଦ କରୁଥିବା ଅଲ୍‌ ଜଜିରା ଓ ନ୍ୟୁଜ୍‌ ଟିଭି (ଇରାନର ସରକାରୀ ଚାନେଲ)କୁ ଏଠାରେ ପ୍ରସାରଣର ସୁଯୋଗ ମିଳେ ନାହିଁ। କଶ୍ମୀର ଏବେ ଦିଲ୍ଲୀ ଦ୍ୱାରା ସିଧାସଳଖ ଶାସିତ ହେଉଛି ଏବଂ ଉକ୍ତ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ତା’ର ଅର୍ଥ ହେଉଛି ପ୍ରତିବାଦକୁ ଦୃଢ଼ହସ୍ତରେ ଦମନ କରିବା ଏବଂ କୌଣସି ଦୟା ପ୍ରଦର୍ଶନ ନ କରିବା।
କଶ୍ମୀରୀମାନଙ୍କୁ ଏହିପରି ଅମାନବୀୟ କରିଦିଆଯାଉଛି ଏବଂ ଏହି ପ୍ରକ୍ରିୟା କେବଳ ଏହି ସରକାରରେ ନୁହେଁ ବରଂ ସବୁ ସରକାରରେ ଅନେକ ବର୍ଷ ହେଲା ଚାଲିଛି। ମୁଁ ଭାବୁଛି ଆମେ ଗୋଟିଏ ଜିନିଷ ଶିଖିପାରିଲୁ ନାହିଁ। ଆମେ ଭୁଲ୍‌ କରିଚାଲିଛୁ, ଆମ ନାଗରିକ ଓ ସୈନିକଙ୍କୁ ହରାଇଚାଲିଛୁ ଏବଂ ଆମେ ପରିସ୍ଥିତିକୁ ଅସ୍ବାଭାବିକ କରି ଛଳନାପୂର୍ଣ୍ଣ ଭାବେ କହିଚାଲିଛୁ ଯେ ସ୍ବାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri