Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି: ‘ଦର୍ଶକଙ୍କ ଉପସ୍ଥିତିରେ ଆମେ ଉଲ୍ଲସିତ’

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଏପର୍ଯ୍ୟନ୍ତ ଓଡ଼ିଶା ଏଫସି ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫସିରେ ପରିଣତ ହୋଇଥିବା ଏହି ଦଳ ଏଠାରେ ଖେଳିଥିବା ୨ଟିଯାକ ମ୍ୟାଚରେ ବିଜୟୀ ହୋଇଛି। ଆସନ୍ତା ଶନିବାର ଦଳ ଏଠାରେ ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ସିଟି ଏଫସି ସହିତ ଖେଳିବ। ଗତ ଅକ୍ଟୋବର ୩୧ରେ ଦୁଇ ଦଳ ମୁମ୍ବାଇରେ ପରସ୍ପରକୁ ଭେଟିଥିଲେ। ସେଥିରେ ଓଡ଼ିଶା ଏପସି ୪-୨ ଗୋଲରେ ବିଜୟୀ ହୋଇଥିଲା। ଚଳିତ ସିଜନରେ ଏହାଥିଲା ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ବିଜୟ। ତେଣୁ ଏଠାରେ ସେହି ପ୍ରଦର୍ଶନ ବଜାୟ ରଖି ଓଡ଼ିଶା ଏଫସି ବିଜୟରେ ହ୍ୟାଟ୍ରିକ କରିବାନେଇ ଆଶା ରଖିଛି। ବିଶେଷ କରି ଘରୋଇ ପରିବେଶରେ ଜାମସେଦପୁର ଏଫସି ଏବଂ ପୂର୍ବତନ ଚାମ୍ପିୟନ ଚେନ୍ନାଇନ୍‌ ଏଫସିକୁ ହରାଇବାପରେ ଖେଳାଳିଙ୍କ ମନୋବଳ ଏବେ କାହିଁ କେତେ ଉପରେ ରହିଛି।
ପୂର୍ବ ମ୍ୟାଚରେ ଗୋଲ ସ୍କୋର କରିଥଲେ ଓଡ଼ିଶା ଏଫସିର ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟ। ଇଣ୍ଡିଆନ ସୁପରଲିଗ୍‌ରେ ଏହାଥିଲା ତାଙ୍କର ପ୍ରଥମ ଗୋଲ। ଏଥିରେ ଉତ୍ସାହିତ ହୋଇଥିବା ଭିନିତ ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚକୁ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି। ” ଷ୍ଟାଡିୟମରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରୁଥିବାରୁ ଓଡ଼ିଶାର ଦର୍ଶକଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବାକୁ ଚାହିଁବି। ଆମେ ଏଠାରେ କ୍ରମାଗତ ୨ଟି ମ୍ୟାଚ ଜିତିଛୁ। ଚଳିତ ସିଜନରେ ପୂର୍ବ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ହରାଇ ସାରିଛୁ। ଏବେ ଆଗାମୀ ମ୍ୟାଚ ଉପରେ ଆମେ ଦୃଷ୍ଟି ନିବଦ୍ଧ କରୁଛୁ। ବ୍ୟକ୍ତିଗତଭାବେ କଠିନ ପରିଶ୍ରମ କରି ଦଳକୁ ପ୍ଲେ-ଅଫ୍‌କୁ ନେବା ମୋର ଲକ୍ଷ୍ୟ“ ବୋଲି ଭିନିତ ପ୍ରକାଶ କରିଛନ୍ତି। ଭିନିତଙ୍କ ପରି ଡାନିଏଲ ଲାଲହଲିମ୍ପୁଇଆ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିବେଶରେ ଆନନ୍ଦ ପ୍ରକାଶ କରିଛନ୍ତି। ”ଚେନ୍ନାଇନ୍‌ ଏଫସି ବିପକ୍ଷ ମ୍ୟାଚରେ ଦର୍ଶକମାନେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିବା ମୋତେ ଉଲ୍ଲସିତ କରିଥିଲା। ଉପହାର ସଦୃଶ ଆମେ ସେମାନଙ୍କୁ ବିଜୟ ଭେଟି ଦେଇଥିଲୁ। ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚରେ ମଧ୍ୟ ଦର୍ଶକମାନେ ବହୁ ସଂଖ୍ୟାରେ ଆସିବେ ବୋଲି ମୁଁ ଆଶା ରଖିଛି। ଚଳିତ ସିଜନରେ ଭୁବନେଶ୍ୱରରେ ଆମେ ଆଉ ୪ଟି ମ୍ୟାଚ ଖେଳିବୁ। ତେଣୁ ଦର୍ଶକଙ୍କ ଉପସ୍ଥିତି ଆମକୁ ଉତ୍ସାହିତ କରିବା ଆଶା ରହିଛି“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri