Posted inଖେଳ

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ୨-୦ ଗୋଲରେ ଦୁଇଥରର ଚାମ୍ପିୟନ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଏଫ୍‌ସିର ଏହା କ୍ରମାଗତ ୨ୟ ବିଜୟ। ପୂର୍ବରୁ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ମାତ୍‌ ଦେଇଥିଲା। ଫଳରେ କଳିଙ୍ଗରେ ଓଡ଼ିଶା ଏହାର ଶତପ୍ରତିଶତ ବିଜୟ ଜାରି ରଖିଛି। ଚଳିତ ବର୍ଷ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୧ ମ୍ୟାଚ୍‌ରୁ ୪ଟି ଲେଖାଏ ବିଜୟ ଓ ପରାଜୟ ଏବଂ ୩ଟି ଡ୍ର ସହ ମୋଟ୍‌ ୧୫ ପଏଣ୍ଟ ପାଇ ଟେବୁଲ ତାଲିକାର ୫ମ ସ୍ଥାନକୁ ଉଠିଛି। ଚତୁର୍ଥ ସ୍ଥାନରେ ରହିଥିବା ମୁମ୍ବାଇ ସିଟି (୧୬ ପଏଣ୍ଟ)ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଅପରପକ୍ଷରେ ଚେନ୍ନାଇନ ୧୦ ମ୍ୟାଚ୍‌ରୁ ୫ମ ପରାଜୟ ସହ ୯ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲ ତାଲିକାର ୯ମ ସ୍ଥାନରେ ରହିଛି।
ରୋମାଞ୍ଚ ଭରିଲା ପ୍ରଥମାର୍ଦ୍ଧ-
ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ର ୫୩ତମ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ବେଶ୍‌ ରୋମାଞ୍ଚକ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ବେଶ୍‌ ସତର୍କତାର ସହ ଖେଳିଥିଲେ। ଉଭୟ ଦଳ ପାସିଂ ଉପରେ ବେଶି ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭିକ ୨୫-୩୦ ମିନିଟ୍‌ ମଧ୍ୟରେ ଉଭୟ ଦଳ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ଗୋଲରେ ରୂପାନ୍ତରିତ କରି ପାରି ନ ଥିଲେ। ୨୧ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସି କର୍ନର କିକ୍‌କୁ ସ୍ପେନ ମଧ୍ୟକ୍ରମ ଖେଳାଳି ମାର୍କସ ଥେବର ହେଡ୍‌ ଜରିଆରେ ଗୋଲରେ ରୂପାନ୍ତରିତ କରିଥିଲା। କିନ୍ତୁ ଚେନ୍ନାଇନ ଗୋଲକିପର ବିଶାଲ କାଇଥ୍‌ଙ୍କୁ ବାଧା ପହଞ୍ଚାଇଥିବାରୁ ରେଫରି ଏହାକୁ ନାକଚ କରିଦେଇଥିଲେ। ୨୪ତମ ମିନିଟ୍‌ରେ କିନ୍ତୁ ଡ୍ରାମା ଦେଖିବାକୁ ମିଳିଥିଲା। ପେନାଲ୍ଟି ଏରିୟାରେ ଓଡ଼ିଶା ଏଫ୍‌ସି ଖେଳାଳି ଶୁଭମ ଷଡ଼ଙ୍ଗୀଙ୍କ ଫାଉଲ୍‌ ଯୋଗୁ ଚେନ୍ନାଇନ ଏଫ୍‌ସିକୁ ପେନାଲ୍ଟି ସୁଯୋଗ ମିଳିଥିଲା। ତେବେ ଚେନ୍ନାଇନର ୯ ନମ୍ବର ଜର୍ସି ପରିଧାନ କରିଥିବା ନେରିଜସ ଭାଲସ୍କିସ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ଭାଲସ୍କିସଙ୍କ ଶଟ୍‌ ବାର୍‌ ଉପର ଦେଇ ଚାଲିଯାଇଥିଲା। ଫଳରେ ଓଡ଼ିଶା ଏକ ନିଶ୍ଚିତ ଗୋଲରୁ ବଞ୍ଚତ୍ ଯାଇଥିଲା। ଏହାପରେ ୪ ମିନିଟ୍‌ ଅନ୍ତରରେ ଘରୋଇ ଓଡ଼ିଶା ଖେଳାଳି ୨ଟି ଗୋଲସ୍କୋର କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ୩୭ତମ ମିନିଟ୍‌ରେ ଆରିଡାନେ ସାନ୍ତାନଙ୍କ କ୍ରସକୁ ବକ୍ସ ଏରିଆରେ ଥିବା ଜେରୀ ମାଓ୍ବିମିଙ୍ଗଥାଙ୍ଗା ଗୋଲରେ ପରିଣତ କରି ଓଡ଼ିଶାକୁ ୧-୦ ଗୋଲରେ ଅଗ୍ରଣୀ କରିଥିଲା। ଏହାର ୪ ମିନିଟ୍‌ ପରେ ଭାରତୀୟ ଦଳର ମଧ୍ୟକ୍ରମ ଖେଳାଳି ଭିନିତ୍‌ ରାଇ (୪୧ତମ ମିନିଟ୍‌) ୨୦ ୟାର୍ଡ ଦୂରରୁ ଏକ ଚମତ୍କାର ଶଟ୍‌ ମାରି ଦଳ ପାଇଁ ୨ୟ ଗୋଲସ୍କୋର କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଓଡ଼ିଶା ୨-୦ରେ ଅଗ୍ରଣୀ ରହିଥିଲା।
ଚେନ୍ନାଇନ ଖେଳାଳି ମ୍ୟାଚ୍‌କୁ ଫେରିବାକୁ ବେଶ୍‌ ସଂଘର୍ଷ କରିଥିଲେ। କେତୋଟି ସୁଯୋଗ ମଧ୍ୟ ଚେନ୍ନାଇନକୁ ମିଳିଥିଲେ ମଧ୍ୟ ଓଡ଼ିଶା ଗୋଲକିପର ଫ୍ରାନ୍ସସିସ୍କୋ ଡୋରୋନସୋରୋ ତାହାକୁ ସଫଳ ହେବାକୁ ଦେଇ ନ ଥିଲେ। ୬୭ତମ ମିନିଟ୍‌ରେ ଏକ ଲମ୍ବା ଡ୍ରାଇଭ ମାରି ଚେନ୍ନାଇନର ଆନ୍ଦ୍ରେ ଶ୍ଚେମ୍ବ୍ରିଙ୍କ ପ୍ରୟାସକୁ ବିଫଳ ହେବାକୁ ଦେଇଥିଲେ। ମ୍ୟାଚର ଶେଷ ଭାଗରେ ଓଡ଼ିଶା ଖେଳାଳି ମଧ୍ୟ କେତୋଟି ସୁଯୋଗର ଫାଇଦା ଉଠାଇ ପାରି ନଥିଲେ। ଫଳରେ ଓଡ଼ିଶା ୨-୦ ଗୋଲରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri