‘କଳା, ସାହିତ୍ୟର ପ୍ରଭାବ ଆଣେ ପରିବର୍ତ୍ତନ’ ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦ ଚନ୍ଦ୍ର

ହାଟଡିହୀ, ୧।୭(ଡି.ଏନ୍‌.ଏ.)-କଳା, ସଂସ୍କୃତି ଓ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ । ଏଭଳି ବିଶ୍ୱାସ ରଖି କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଲାଗି ସେ କାର୍ଯ୍ୟ କରି ଆସୁଛନ୍ତି। ଶିକ୍ଷକତା ବୃତ୍ତି ନିଭାଇବା ପରେ ପାଲା ଗାୟନ, ପ୍ରବଚନ ଦେବା ଓ ସାହିତ୍ୟ ସାଧନା ଜାରି ରଖି ସେ ଅନେକ ପ୍ରଶଂସା ଓ ପୁରସ୍କାର ସାଉଣ୍ଟିଛନ୍ତି। ବର୍ତ୍ତମାନର ଯୁବ ପିଢି ଅପଚିନ୍ତାରୁ ଦୂରେଇ ରହି କଳାସଂସ୍କୃତି ପ୍ରତି ଅନୁରକ୍ତି ରଖି ସମାଜ କଲ୍ୟାଣ ଲାଗି କାର୍ଯ୍ୟ କଲେ ସ୍ଥିତି ବଦଳିଯିବ ବୋଲି ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି।
ଜଣେ ସାଦାସିଧା ମଣିଷ ଭାବେ ଜୀବନ ଯାପନ କରି ଗୋବିନ୍ଦଚନ୍ଦ୍ର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସତ୍ୟ ନଗରରେ ସେ ରହୁଛନ୍ତି। ପୈତୃକ ଘର ସୋସୋ ଥାନା ଅଧୀନ ମୌଦା ଗ୍ରାମରେ। ମାତା କ୍ଷେତ୍ରମଣୀ ଓ ପିତା ନବକିଶୋର । ଗୋବିନ୍ଦଚନ୍ଦ୍ର କହନ୍ତି, ପିଲାଦିନେ କଳା ଓ ସାହିତ୍ୟ ତାଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଉଚ୍ଚଶିକ୍ଷା ଲାଭ ପରେ ୧୯୭୫ରେ ସେ ଡଅଁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସାହିତ୍ୟ ସାଧନା ଜାରି ରଖିବା ସହ ପାଲା ସଂସ୍କୃତିର ପ୍ରସାର ଲାଗି ୧୯୭୦ରୁ ସେ ପାଲା ଗାୟନ ଆରମ୍ଭ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିବା ସହ ରେଡିଓ ଓ ଟିଭି ଚ୍ୟାନେଲରେ ମଧ୍ୟ ପାଲା ପରିବେଷଣ କରିଛନ୍ତି। ଏଥି ସକାଶେ ଗାୟକ ବାଗୀଣ, ଗାୟକ କୋକିଳ, ଗାୟକ ରତ୍ନ, ଗାୟକ ବିଦ୍ୟା ବାଚସ୍ପତି ଭଳି ବିଭିନ୍ନ ଉପାଧି ଏବଂ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, କଟକ ଭଞ୍ଜ ପ୍ରତିଭା ସମ୍ମାନ, କୋଣାର୍କ ନାଟ୍ୟ ମଣ୍ଡପ, ସେଣ୍ଟର ଫର୍‌ ଡ୍ରାମା, ନୂଆଦିଲ୍ଲୀ ସମ୍ମାନ, ଭଞ୍ଜ ସାହିତ୍ୟ ସମ୍ମାନ ଲାଭ କରିଛନ୍ତି। ଓଡିଶା ସଙ୍ଗୀତ ନାଟକ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଓ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମଧ୍ୟ ମାନପତ୍ର ପାଇଛନ୍ତି। ୨୦୦୦ରେ ଦିଲ୍ଲୀ ଓ ୨୦୦୯ ଆନ୍ଧ୍ରରେ ହିନ୍ଦୀ ଓ ଇଂରାଜୀରେ ପାଲା ଗାଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ତାଙ୍କ ରଚିତ ତ୍ରିଧାରା,ଏମାନେ ବିଚିତ୍ର ପିଲା, ମିଠାକଥା, ଗପ ସିନ୍ଦୁକ ଆଦି ପୁସ୍ତକ ପ୍ରକାଶିତ ହୋଇଛି। ମିଠା କଥା ଓ ଗପ ସିନ୍ଦୁକ ରାଜ୍ୟ ଶ୍ରୀ ରାମକୃଷ୍ଣ ଲାଇବ୍ରେରୀ ଦ୍ୱାରା ସଂଗୃହୀତ ହୋଇଛି। ଉତ୍ତରପ୍ରଦେଶ ଗୋରଖପୁରରୁ ଇଂରାଜୀରେ ପ୍ରକାଶିତ ଆନ୍ତର୍ଜାତିକ ପତ୍ରିକା ‘ଦି କଲ୍ୟାଣ କଳ୍ପତରୁ’ରେ ତାଙ୍କ କବିତା ପ୍ରକାଶ ପାଇଛି। ଏହାଛଡା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ରହି ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଛନ୍ତି। ୩ ପୁଅ, ୨ ବୋହୂ, ନାତି , ନାତୁଣୀ ଓ ପତ୍ନୀଙ୍କୁ ନେଇ ଗୋବିନ୍ଦଙ୍କ ପରିବାର। ସେମାନେ ସମସ୍ତେ ତାଙ୍କୁ ସୃଜନଶୀଳ କାର୍ଯ୍ୟ ଲାଗି ଉତ୍ସାହିତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri