କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯାହାକୁ ଫ୍ଲାଶ୍‌ ଫ୍ଲଡ ବୋଲି କୁହାଯାଏ। କଳାହାଣ୍ଡି ଜିଲା ସେଥିରୁ ବାଦ୍‌ ପଡିନାହିଁ। ବର୍ଷାଋତୁ ଆସିବା ପୂର୍ବରୁ ପ୍ରତି ଜିଲାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କରାଯାଇଥାଏ। ବନ୍ୟାପ୍ରବଣ ଅଞ୍ଚଳରେ ବର୍ଷା ପୂର୍ବରୁ ଖାଦ୍ୟଶସ୍ୟ, କିରୋସିନ, ଔଷଧ ପତ୍ର ଆଦି ମହଜୁଦ କରି ରଖାଯାଏ। ଭାଙ୍ଗି ଯାଇଥିବା ନଦୀବନ୍ଧ, ରାସ୍ତାଘାଟ ଆଦି ମରାମତି କରାଯାଏ। ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ୍‌, କଟର ମେଶିନ, ତାରପୋଲିନ ଆଦି ଆଗୁଆ ବ୍ୟବସ୍ଥା କରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରାଇଥାଏ। ଏକଦା ମରୁଡିପ୍ରବଣ ଜିଲା ଭାବେ ଖ୍ୟାତ କଳାହାଣ୍ଡି ଜିଲା ଏବେ ବନ୍ୟାପ୍ରବଣ ଜିଲା ହୋଇଛି। ଗତ ଦୁଇ ଦଶନ୍ଧି ହେଲା ପ୍ରାୟ ପ୍ରତିବର୍ଷ କଳାହାଣ୍ଡିରେ ଫ୍ଲାଶ୍‌ ଫ୍ଲଡ ହେଉଛି। କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ଯୋଗୁ କଳାହାଣ୍ଡି ଆଜି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଧାନ ଉପତ୍ାଦନକାରୀ ଜିଲାମାନ୍ୟତା ପାଇଛି। ଅନ୍ୟପକ୍ଷେ ଏହା କଳାହାଣ୍ଡିରେ ବନ୍ୟା ପରିସ୍ଥିତିକୁ ଜଟିଳ କରିଛି। ଇନ୍ଦ୍ରାବତୀ ପାୱାର ହାଉସରୁ ବିଦ୍ୟୁତ୍‌ ଉପତ୍ାଦନ ଦ୍ୱାରା ନିର୍ଗତ ଜଳ ପାୱାର ଚ୍ୟାନେଲ ଦ୍ୱାରା ମଙ୍ଗଳପୁର ବ୍ୟାରେଜକୁ ଛଡାଯାଉଛି। ମଙ୍ଗଳପୁର ବ୍ୟାରେଜରୁ ବାମ ଓ ଦକ୍ଷିଣ କେନାଲ ଦ୍ୱାରା ଜଳସେଚନ ବ୍ୟବସ୍ଥା କରାଯାଉଛି। ତେବେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଇନ୍ଦ୍ରାବତୀରୁ ବିଦ୍ୟୁତ୍‌ ଉପତ୍ାଦନ ଚାଲୁ ରଖାଯାଉଥିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡୁଛି। ମଙ୍ଗଳପୁର ବ୍ୟାରେଜର ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗେଟ ଖୋଲାଯାଇ ବନ୍ୟାଜଳ ହାତୀନଦୀରେ ଛଡାଯାଉଛି। ଏହା ମଣିଷକୃତ ବନ୍ୟା। ଠିକ୍‌ ସମୟରେ ଆଗୁଆ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ବିଦ୍ୟୁତ୍‌ ଉପତ୍ାଦନ ବନ୍ଦ କରାଗଲେ ବନ୍ୟାଜଳ ହ୍ରାସ ପାଇପାରନ୍ତା। କଳାହାଣ୍ଡି ଜିଲା ଥୁ.ରାମପୁର ଓ ଲାଞ୍ଜିଗଡ ବ୍ଲକରେ ପ୍ରତିବର୍ଷ ଅଧିକା ବର୍ଷା ହୋଇଥାଏ। ଲଘୁଚାପଜନିତ ଲଗାଣ ବର୍ଷା ହେଲେ ଉକ୍ତ ଦୁଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ଜିଲାର ପ୍ରତ୍ୟେକ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ରିଲିଫ୍‌ ସାମଗ୍ରୀ, ପଲିଥିନ ଆଦି ମହଜୁଦ ରଖାଯାଇଥାଏ। କିନ୍ତୁ ଥୁ.ରାମପୁର ଓ ଲାଞ୍ଜିଗଡ ବ୍ଲକରେ ଫ୍ଲାଶ୍‌ ଫ୍ଲଡ ହେଲେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗମନାଗମନ ବ୍ୟାହତ ହେଉଥିବାରୁ ଉଦ୍ଧାର କାର୍ଯ୍ୟ କିମ୍ବା ରିଲିଫ୍‌ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡୁଛି। ଜିଲାର ସମସ୍ତ ୧୩ଟି ବ୍ଲକରେ ଅଗ୍ନିଶମ ୟୁନିଟ ରହିଛି। ଅଗ୍ନିଶମ ବିଭାଗର ୧୧ଟି ପାୱାରବୋଟ୍‌ ଅଛି, ଯାହାକି ବନ୍ୟାପ୍ରବଣ ଜୁନାଗଡ ଓ ଜୟପାଟଣା ବ୍ଲକରେ ୨ଟି ଲେଖାଏ ପାୱାରବୋଟ ରଖାଯାଇଥିବା ବେଳେ ଅନ୍ୟ ୭ଟି ବ୍ଲକରେ ଗୋଟିଏ ଲେଖାଏ ପାୱାର ବୋଟ୍‌ ରଖାଯାଇଛି। ତେଣୁ ଉକ୍ତ ୪ଟି ବ୍ଲକ ପାଇଁ ଅଧିକ ପାୱାରବୋଟର ଆବଶ୍ୟକତା ରହିଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ରୋକିପାରିବା ନାହିଁ। କିନ୍ତୁ ଆଗୁଆ ପ୍ରସ୍ତୁତି ଓ ଠିକଣା ସମୟରେ ଉଚିତ ପଦକ୍ଷେପ ଦ୍ୱାରା ଆମେ ଏହାର ସଫଳ ମୁକାବିଲା କରିପାରିବା। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରସ୍ତୁତି ଦରକାର ତାହା କେବଳ ବୈଠକରେ ସୀମିତ ରହୁଛି। ଅନ୍ୟପକ୍ଷେ ସରକାରଙ୍କ ଉପରେ ସବୁ ଦାୟିତ୍ୱ ଛାଡି ନ ଦେଇ ଜନସାଧାରଣ ମଧ୍ୟ ନିଜ ସୁରକ୍ଷା କଥା ଚିନ୍ତାକରିବା ଉଚିତ୍‌। ପ୍ରତି ବ୍ଲକର ଲୋକମାନେ ହାତରେ ହାତ ମିଳାଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଆଗେଇ ଆସିବା ଦରକାର।
– ସଞ୍ଜୀବ କୁମାର ଜୋଷୀ


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri