କଳାପାଟ ପୀଠରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାରୀ ପୁଅ ଜେଲ ଗଲେ

ଗଣିଆ,୬ା୧୧(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ଥାନା ମଣିଭଦ୍ରା ପର୍ବତ ପାଦଦେଶରେ ଥିବା ମା’ କଳାପାଟ ପୀଠ ପରିସରରୁ ସୋମବାର ସକାଳୁ ଜଣେ ବୃଦ୍ଧଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ମଙ୍ଗଳବାର ହତ୍ୟାକାରୀ ପୁଅଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଗୋପୀନାଥ ବାରିକ ଓରଫ ଲଣ୍ଡା (୪୦)। ପାରିବାରିକ କଳହକୁ ନେଇ ନିଶାସକ୍ତ ଅବସ୍ଥାରେ ସେ ନିଜ ବାପାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଗିରଫ ପରେ ଗୋପୀନାଥଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୟାଧର ଛାମୁଣ୍ଡିଆ ବଜାରରେ ଏକ ସେଲୁନ କରି ଗୁଜୁରାଣ ମେଣ୍ଟାଉଥିଲେ ା ଘରଠାରୁ କେଇ ହାତ ଦୂରରେ ନିଜ ଘରେ ଗୟାଧରଙ୍କ ସ୍ତ୍ରୀ ଓ ସାନପୁଅ ଗୋପୀନାଥ ରହୁଥିଲେ ା ବିଭିନ୍ନ ସମୟରେ ପାରିବାରିକ କଳହକୁ ନେଇ ଗୟାଧର କିଛିଦିନ ଧରି ସେଲୁନରେ ରହିଆସୁଥିଲେ। ରବିବାର ରାତି ୯ଟା ପରେ ପୁଣିଥରେ କଳହ ଯୋଗୁ ଗୟାଧର ଘରଛାଡି ପଳାଇଯିବା ପାଇଁ ସେଲୁନରୁ ବାହାରିଆସିଥିଲେ। ଗୟାଧରଙ୍କୁ ପିଛା କରି ପୁଅ ଗୋପୀନାଥ ନିଶାସକ୍ତ ଅବସ୍ଥାରେ ଘରଠାରୁ ୪କି.ମି. ଦୂର କଳାପାଟ ପୀଠ ପରିସରରେ ପହଞ୍ଚତ୍ଥିଲେ। ସେଠାରେ ଥିବା ମାଟିଘୋଡା ସାହାଯ୍ୟରେ ସେ ଅତର୍କିତ ଭାବେ ଗୟାଧରଙ୍କ ମୁଣ୍ଡକୁ ପିଟି ପିଟି ମାରିଦେଇଥିଲେ। ହତ୍ୟାକାଣ୍ଡ ଘଟାଇ ଗୟାଧର ପିନ୍ଧିଥିବା ଲୁଙ୍ଗିକୁ ଗୋଡଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡାଇ ସେ ଘରକୁ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri