କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

 

ଲାଠୋର, ୧୪ା୧ (ଡି.ଏନ୍‌.ଏ.)-
ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ସେ ହିସାବେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁହିବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଗଣ୍ଡାବଜା କଳାକାର କନିଷ୍ଠ କୁମ୍ଭାର ଭତାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କନିଷ୍ଠକଁର ପରିବାର କହେଲେ ମାଏକିନା ବିଳମତୀ, ଝି’ବନିତା ଆର ପୁଓ ଟୁନାକେ ନେଇ ତାକର ସଁସାର। ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ମୂଲୁ ସୁଖ୍‌ବାସୀ ଆଏ। ଦମ୍ପତି ପରହର କାମବୁତା କରି ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେଥ୍‌ରେ ତାକର ପରିବାରର ତେଲ୍‌ନୁନ, କପଡ଼ାଲତା, ଉଷୋକଷା ଖରଚ୍‌ ତୁଲଉଛନ୍‌। ହେଲେ ଅଭାବ ଅନାଟନ ଘରେ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଝି’ ବନିତା ପଁଚମ ଶ୍ରେଣୀରୁ ପାଠ୍‌ପଢ଼ା ଛାଡ଼ି ଘରେ ମା’ବାପ୍‌କେ ସାହାଯ୍‌ କରୁଛନ୍‌। ପୁଓ ଟୁନାକେ କଷ୍‌ଟେମଷ୍‌ଟେ ନବମ ଶ୍ରେଣୀରେ ପଢ଼ଉଛନ୍‌। ଇତାର ବାହାରେ କନିଷ୍ଠ ବଛରକ ପାଖାପାଖି ୧୦ ଜାଗାରେ ବଜା ବଜାବାର ଡକ୍‌ରା ପାଉଛନ୍‌। ସେଥ୍‌ରୁ ସେ ବଛରକ ୧୦ ହଜାର ଟଁକା କମାନି କରୁଛନ୍‌। କୁଲିମଜୁରି ଆର ବଜା ବଜେଇ କନିଷ୍ଠ ବଛରକ ପାଖାପାଖି ୩୦ ହଜାର ଟଁକା କମାନି କରୁଛନ୍‌। ହେଲେ ସେଟା ପରିବାରର ଦିହିକେ ଅଁଟ୍‌ଲେ ପେଟ୍‌କେ ନାଇଁ। ଏନ୍‌ତାଥି ସେ ରୁଜ୍‌ଗାର ବଢ଼ାବାର ଚିନ୍‌ତା କଲେ ବି ସେ ବାଟ୍‌ ନାଇଁ ପାଏବାର। ସେନ୍‌ତା କଳାକାର ଭତା ପାଏବାର ଲାଗି ସେ ଅନେକ ଥର ଅନେକ ଲୁକ୍‌କୁ ଭେଟି ଗୁହାରି କରି ନିରାଶ ହେଇଛନ୍‌। ଦିନ୍‌ଥିଲା କନିଷ୍ଠ ଗଣ୍ଡାବଜା ବଜେଇ ଭିନେ ଭିନେ ଜାଗାରୁ ପାଖାପାଖି ୧୩ ଖଁଡ୍‌ ମାନପତର ପାଇଥିଲେ। ହେଲେ ସେସବୁ ଆଏଜ୍‌ ତାକର ଲାଗି ଅଦରକାରୀ ପାଲଟିଛେ। କଳାକାର ଭତା ପାଏବାର ଆଶ୍‌ରେ ବଛ୍‌ରେ ତଲେ ଝନେ ଲୋକ୍‌କେ କନିଷ୍ଠ ଦରକାରୀ କାଗଜପତର ସହିତେ ୩ ହଜାର ଟଁକା ଦେଇଥିଲେ। ହେଲେ ସେ ଲୋକ୍‌ ଭତା ତ କରେଇ ନାଇଁପାରଲେ, ପଏସା ବି ନାଇଁ ଫିରାଲେ। ତୁରେକେଲା ବ୍ଲକ ଅଂଚଲରେ କେହି ଝନେ ନିରିହ କଳାକାରମାନକୁ ଭୁରତେଇ ଭତା କରେଇ ଦେବାର ବାହାନାରେ ୩ ହଜାର ଟଁକା ଲେଖେଁ ଠକୁଥିବାର ଅନେକ କଳାକାର ଅଭିଯୋଗ କରିଛନ୍‌। ଇ ଦିଗେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ସେନ୍‌ତା ଜିଲା ପରଶାସନ ଗଁଗଁାଲିରେ ଥିବାର ପୁରଖା କଳାକାରମାନକୁ ଚିନ୍‌ହଁଟ କରି କଳାକାର ଭତା ଯୁଗେଇଦେବାକେ ଅଂଚଲର କଳାକାରମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri