କଲର୍‌ଫୁଲ୍‌ ସ୍ନିକର୍ସ: ଏବେ ଚାହିଦା କାହିଁରେ କେତେ

କଲର୍‌ଫୁଲ୍‌ ସ୍ନିକର୍ସ ଏତେ ଭର୍ସାଟାଇଲ୍‌ ଯେ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପେୟାର୍‌ କରି ପିନ୍ଧିହେବ।
ତା’ଛଡ଼ା ଏଥିରେ ମଇଳା ଲାଗିଲେ ସହଜରେ ଜଣା ପଡୁ ନ ଥିବାରୁ ଏହାକୁ ସଫା କରିବାକୁ ନେଇ ବେଶି ଟେନ୍‌ସନ ବି ନ ଥାଏ…

ସ୍ନିକର୍ସ ଏମିତି ଏକ ସୁ’, ଯାହାକୁ ପିନ୍ଧିଲେ କମ୍ଫଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ। ପୂର୍ବେ କେବଳ ଧଳା ରଙ୍ଗର ସ୍ନିକର୍ସ ହିଁ ମାର୍କେଟ୍‌ରେ ମିଳୁଥିଲା। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ, ଏହା ବିଭିନ୍ନ ରଙ୍ଗରେ ମାର୍କେଟ୍‌ରେ ଉପଲବ୍ଧ ହେଲା। ଏବେ ତ କଲର୍‌ଫୁଲ୍‌ ସ୍ନିକର୍ସର ଚାହିଦା କାହିଁରେ କେତେ।

କାହିଁକି ପିନ୍ଧାଯାଏ କଲର୍‌ଫୁଲ୍‌ ସ୍ନିକର୍ସ
କଲର୍‌ଫୁଲ୍‌ ସ୍ନିକର୍ସର ଡିମାଣ୍ଡ ସବୁବେଳେ ରହିଥାଏ। କାରଣ ଏଥିରେ ମଇଳା ଲାଗିଲେ ସହଜରେ ଜଣାପଡି ନ ଥାଏ। ଫଳରେ ଏହାକୁ ସଫା କରିବାକୁ ନେଇ ଅଧିକ ଟେନ୍‌ସନ୍‌ ନେବାକୁ ପଡେନାହିଁ। ଦ୍ୱିତୀୟରେ ଏହା ଏତେ ଭର୍ସାଟାଇଲ୍‌ ହୋଇଥାଏ ଯେ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପେୟାର କରି ପିନ୍ଧିହୁଏ। ଖାସ୍‌ କରି ସ୍କର୍ଟ, ଓ୍ବାନ୍‌ ପିସ୍‌ ଡ୍ରେସ୍‌, ଡେନିମ୍‌, ସଟର୍‌ସ ତଥା ପ୍ରାୟ ସବୁ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ଏହା ଭଲ ମାନିଥାଏ। ଆଜିକାଲି ତ ଦେଖିବାକୁ ମିଳୁଛି କିଛି ଯୁବତୀ ଶାଢୀ ତଥା ଲେହେଙ୍ଗା ସହିତ ବି ଏହାକୁ ପେୟାର୍‌ କରି ଟିକେ ଡିଫରେଣ୍ଟ ଲୁକ୍‌ ପାଇବାକୁ ଟ୍ରାଏ କରୁଛନ୍ତି। ତେବେ କେଉଁ କଲର୍‌ର ସ୍ନିକର୍ସ ସହିତ କେଉଁ ଆଉଟ୍‌ଫିଟ୍‌ ବେଶି ଭଲ ମାନିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କିଛି ଟିପ୍ସ:

*ଗ୍ରେ ତଥା ପେଷ୍ଟାଲ କଲର୍‌ ସ୍ନିକର୍ସ ପ୍ରାୟ ସବୁ ରଙ୍ଗର ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ। କେହି କେହି ତ ଗ୍ଲିଟର୍‌ ଟପ୍ସ ସହିତ ବି ମ୍ୟାଚିଂ ସ୍ନିକର୍ସ ପିନ୍ଧି ପାର୍ଟିକୁ ଯାଉଥିବାର ଦେଖିବାକୁ ମିଳୁଛି।

*ହାଲ୍‌କା ରଙ୍ଗର ଆଉଟ୍‌ଫିଟ୍‌ ସହ ଟିକେ ଗର୍ଜିୟସ୍‌ କଲର୍‌ର ସ୍ନିକର୍ସ ପିନ୍ଧିଲେ, ଏହା ଟିକେ ଟ୍ରେଣ୍ଡି ଲୁକ୍‌ ଦେଇଥାଏ।

*ସେହିପରି ଇନ୍ଦ୍ରଧନୁ ପରି ମଲ୍ଟିକଲର୍‌ର ସ୍ନିକର୍ସ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଏହାକୁ ପିନ୍ଧିଲେ ମିଜାଜ୍‌ ବି ରଙ୍ଗିନ ହୋଇଗଲା ପରି ଅନୁଭବ ହୋଇଥାଏ। ଖାସ୍‌ କରି ମିଡ୍‌ ଲେନ୍ଥ ଡ୍ରେସ୍‌ ଓ ଡେନିମ୍‌ ପ୍ୟାଣ୍ଟ୍ସ ସହ ଏହା ପରଫେକ୍ଟ ମ୍ୟାଚ୍‌ କରିଥାଏ।

*ଅନ୍ୟପକ୍ଷେ ଯେଉଁ କଲର୍‌ଫୁଲ୍‌ ସ୍ନିକର୍ସରେ ଧଳା ରଙ୍ଗର ବ୍ୟବହାର ଟିକେ ଅଧିକ ହୋଇଥାଏ, ତାକୁ ଆଉଟ୍‌ଡୋର୍‌ ଅପେକ୍ଷା ଇନ୍‌ଡୋର୍‌ ପାର୍ଟିରେ ପିନ୍ଧିଲେ ହିଁ ଠିକ୍‌ ରହିଥାଏ।

*ପାର୍ଟି ପାଇଁ ଆପଣ ଚାହିଁଲେ କଳା ରଙ୍ଗର ଓ୍ବାନ୍‌ପିସ୍‌ ଡ୍ରେସ୍‌ ସହିତ ମ୍ୟାଚିଂ କରି କଳା ରଙ୍ଗର ସ୍ନିକର୍ସ ପିନ୍ଧିପାରିବେ, ଏହା ଗ୍ଲାମରସ ଲୁକ୍‌ ଦେବ।

*ଅନ୍ୟପକ୍ଷେ ପେଷ୍ଟାଲ୍‌ କଲର୍‌ ପ୍ୟାଣ୍ଟ ସହିତ ନାଲି କିମ୍ବା ଗୋଲାପୀ ରଙ୍ଗର ସ୍ନିକର୍ସ ବି ଭଲ ମାନିଥାଏ।

*ସେହିପରି ଯେ କୌଣସି ବ୍ରାଇଟ୍‌ କଲର୍‌ର ସ୍ନିକର୍ସ ହେଉନା କାହିଁକି ତାହାକୁ ବ୍ଲାକ୍‌ କିମ୍ବା ଗ୍ରେ କଲର୍‌ର ଆଉଟ୍‌ଫିଟ୍‌ ସହ ପିନ୍ଧିଲେ, ଏହା କିଛି ଖରାପ ଦେଖାଯାଏ ନାହିଁ। ତେଣୁ ଆଉ ଡେରି କାହିଁକି କଲର୍‌ଫୁଲ୍‌ ସ୍ନିକର୍ସ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇବାକୁ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ ନା!


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?