କର୍କଟ ରୋଗୀଙ୍କ କରାଯାଉନି ଅପରେଶନ: ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୯।୫(ବ୍ୟୁରୋ): କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ କରୋନା ପରୀକ୍ଷା ହୋଇ ନ ଥିବାରୁ ଅପରେଶନ କରାଯାଉନାହିଁ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଉଛି। ଏନେଇ ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହେବା ପରେ ଏହାକୁ କମିଶନ ଗୁରୁତର ସହ ନେଇଛନ୍ତି। କମିଶନ ଶୁକ୍ରବାର ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାଇତ୍ୱ ଦେଇଛନ୍ତି। ଏହି ତଦନ୍ତରେ ସହଯୋଗ କରିବାକୁ ଆଚାର୍ଯ୍ୟ ହରିହର ନିର୍ଦ୍ଦେଶକଙ୍କୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଡିଏମ୍‌ଇଟି,ଏସ୍‌ସିବିର ସୁପରିଣ୍ଟେଣ୍ଡେଣ୍ଟକୁ ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ସୂଚନାଥାଉ କି, ଏହି କର୍କଟ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ କରୋନା ପରୀକ୍ଷା ହୋଇ ନ ଥିବା କହି କର୍ତ୍ତୃପକ୍ଷ ଅପରେଶନ କରୁନାହାନ୍ତି। ଏ ନେଇ ଯାଜପୁରର ଜଣେ ବ୍ୟକ୍ତି ଓଡ଼ିଶା ମାନବ ଅଧିକାର କମିଶନ ସଦସ୍ୟ ଜଷ୍ଟିସ ବିମଳ ପ୍ରସାଦ ଦାଶଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହି ମାମଲାକୁ କମିଶନ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

୬ ନଭେମ୍ୱର ଯାଏଁ ଚମକିବ ଭାଗ୍ୟ, ତ୍ରିଗ୍ରହୀ ଯୋଗରୁ ଏହି ୩ ରାଶିଙ୍କ ପ୍ରବଳ ଧନଲାଭ!

ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ତିନୋଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନଭେମ୍ୱର ୬ ତାରିଖରେ ଶୁକ୍ର ଗ୍ରହ ତୁଳା ରାଶିରୁ କନ୍ୟା ରାଶିକୁ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?