Posted inଖେଳ

କରୋନା ସଂକ୍ରମଣ ସତ୍ତ୍ୱେ ଜାତୀୟ ହକି କ୍ୟାମ୍ପ ଆରମ୍ଭ ହେବ

ନୂଆଦିଲ୍ଳୀ,୧୩।୮(ପି.ଟି.): କେତୋଟି କୋଭିଡ୍‌-୧୯ ମାମଲା ସତ୍ତ୍ୱେ ଅଗଷ୍ଟ ୧୯ ତାରିଖରୁ ଭାରତୀୟ ଜାତୀୟ ହକି ଦଳ ପାଇଁ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ ଭାରତୀୟ ଦଳର ଅଧ ଡଜନ ଖେଳାଳି କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଥିଲା। ତେବେ ଏହା ଟ୍ରେନିଂ କ୍ୟାମ୍ପକୁ ପ୍ରଭାବିତ କରିବନି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଉଭୟ ପୁରୁଷ ଓ ମହିଳା ଦଳଗୁଡିକର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଖେଳାଳିମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ କରିବା ପରେ କ୍ୟାମ୍ପ ଆରମ୍ଭ ହେବ ବୋଲି ସାଇ ତରଫରୁ ବୁଧବାର କୁହାଯାଇଛି। ହକି ଇଣ୍ଡିଆ ଅଧିକାରୀ ଓ ଉଭୟ ଦଳର ମୁଖ୍ୟ କୋଚ୍‌ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।
ଆଥଲେଟମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଓ ନିରାପତ୍ତାକୁ ପ୍ରଧାନ୍ୟ ଦିଆଯିବା ପରେ କ୍ରୀଡ଼ା କାର୍ଯ୍ୟକଳାପକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବେଙ୍ଗାଲୁରୁର ସାଇ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ କ୍ୟାମ୍ପ ଆରମ୍ଭ ହେବ ବୋଲି ସାଇ ତରଫରୁ କୁହାଯାଇଛି। ୬ଜଣ ପୁରୁଷ ହକି ଖେଳାଳି ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିବା ପରେ ପୁରୁଷ କ୍ୟାମ୍ପ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ତେବେ ମହିଳା ଖେଳାଳିମାନେ ପରୀକ୍ଷାରେ ନେଗେଟିଭ୍‌ ବୋଲି ଜଣାପଡିଥିଲା। ଫଳରେ ମହିଳା କ୍ୟାମ୍ପ ଆୟୋଜନ ନେଇ କୌଣସି ଆଶଙ୍କା ନ ଥିଲା।
ଅଧିନାୟକ ମନପ୍ରୀତ, ଷ୍ଟ୍ରାଇକର ମନଦୀପ ସିଂ, ଡିଫେଣ୍ଡର୍ସ ସୁରେନ୍ଦର କୁମାର, ଜଶକରନ ସିଂ, ଡ୍ରାଗ୍‌ ଫ୍ଲିକର ବରୁଣ କୁମାର ଓ ଗୋଲ କିପର କ୍ରିଷନ ବାହାଦୁର ପାଠକ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କ୍ୟାମ୍ପ ପାଇଁ ଏବେ ୩୩ ପୁରୁଷ ଓ ୨୪ଜଣ ମହିଳା ଖେଳାଳି ବେଙ୍ଗାଲୁରୁରେ ଅଛନ୍ତି। ଏହି କ୍ୟାମ୍ପ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୁଷ ହକି ଦଳ ମୁଖ୍ୟ କୋଚ୍‌ ଗ୍ରାହମ ରେଡ୍‌ ଓ ମହିଳା କୋଚ୍‌ ଜୋଏର୍ଡ ମାରିଜନେ କ୍ୟାମ୍ପର ସଫଳତା ନେଇ ଆଶାବାଦୀ ଅଛନ୍ତି। ଜୈବ ସୁରକ୍ଷିତ ପରିବେଶରେ କ୍ୟାମ୍ପରେ ମୁଖ୍ୟତଃ ଟିମ୍‌ ଫିଟ୍‌ନେସ ନେଇ କାର୍ଯ୍ୟ କରାଯିବ ବୋଲି ମାରିଜନେ କହିଛନ୍ତି। କ୍ୟାମ୍ପ ଆରମ୍ଭ ହେବା ନେଇ ଖେଳାଳିଙ୍କଠାରୁ ସକାରାତ୍ମକ ମନୋଭାବ ଦେଖିବାକୁ ମିଳିଛି ବୋଲି ରେଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri