କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା ପାଇଁ ନିକୋଟିନ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ପରବର୍ତ୍ତୀ ପରୀକ୍ଷଣ ନିମନ୍ତେ ଯୋଜନା କରାଯାଇଛି। ପ୍ୟାରିସର ଏକ ପ୍ରମୁଖ ହସ୍ପିଟାଲ ‘ପିଟି-ସାଲ୍‌ପ୍ରେଟିଅର୍‌’ରେ ଗବେଷକମାନେ ୩୪୩ କରୋନା ସଂକ୍ରମିତଙ୍କୁ ପରୀକ୍ଷା କରିଥିଲେ, ଯାହାଙ୍କ ମଧ୍ୟରୁ ୧୩୯ ଜଣଙ୍କଠାରେ ରୋଗର ସାମାନ୍ୟ ଲକ୍ଷଣ ଥିଲା। ଏହି ରୋଗୀମାନଙ୍କ ମଧ୍ୟରୁ ମାତ୍ର ୫% ଧୂମପାନ କରିଥାନ୍ତି, ଯାହାକି ଫ୍ରାନ୍ସର ମୋଟ ଜନସଂଖ୍ୟାର ପ୍ରାୟ ୩୫% ଧୂମପାନ ହାର ତୁଳନାରେ ବହୁତ କମ୍‌। ଗତ ମାସରେ ଇଂଲଣ୍ଡର ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଚାଇନାର ୧୦୦୦ ସଂକ୍ରମିତଙ୍କ ମଧ୍ୟରୁ ୧୨.୬ % ଧୂମପାନକାରୀ ଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ, ଚାଇନାର ମୋଟ ଜନସଂଖ୍ୟାର ୨୬% ଲୋକ ଧୂମପାନ କରନ୍ତି। ଏହାକୁ ତୁଳନା କଲେ ଚାଇନାର କରୋନାରେ ସଂକ୍ରମିତ ହୋଇଥିବା ଧୂମପାନକାରୀଙ୍କ ସଂଖ୍ୟା ନଗଣ୍ୟ।
ଫ୍ରାନ୍ସର ପାଶ୍ଚର ଇନଷ୍ଟିଚ୍ୟୁଟ୍‌ର ଜଣାଶୁଣା ସ୍ନାୟୁବିଜ୍ଞାନୀ ତଥା ଗବେଷକ ଦଳର ସଦସ୍ୟ ଜିନ୍‌-ପିୟରେ ଚେଞ୍ଜକ୍ସଙ୍କ କହିବା ଅନୁଯାୟୀ, ନିକୋଟିନ ଗ୍ରାହୀ କୋଷ(ରିସେପ୍ଟର ସେଲ୍‌)ଗୁଡ଼ିକରେ ଅଠାଭଳି ଲାଖି ରହିପାରେ। ଫଳରେ ତାହା ଭୂତାଣୁକୁ କୋଷରେ ପ୍ରବେଶ କରିବାରୁ ରୋକିଥାଏ। ତେଣୁ ଶରୀରରେ ତାହା ବ୍ୟାପିପାରେ ନାହିଁ। ଗବେଷକମାନେ ଏବେ ଏହାର କ୍ଲିନିକାଲ ପରୀକ୍ଷା ପାଇଁ ଫ୍ରାନ୍ସର ସ୍ବାସ୍ଥ୍ୟ ବିଭାଗର ଅନୁମୋଦନକୁ ଅପେକ୍ଷା କରିଛନ୍ତି। ସେମାନେ ପିଟି-ସାଲ୍‌ପ୍ରେଟିଅର ହସ୍ପିଟାଲର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ନିକୋଟିନ ପ୍ୟାଚ୍‌ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ସେମାନେ ଦେଖିବାକୁ ଚାହାନ୍ତି ଯେ, ଉକ୍ତ ପ୍ୟାଚ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ ଭୂତାଣୁ ସଂକ୍ରମଣରୁ କିଭଳି ରକ୍ଷା କରିପାରୁଛି। ଏପରି କି ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ଶରୀରରେ ମଧ୍ୟ ଏହି ପ୍ୟାଚ୍‌ ବ୍ୟବହାର କରିବାକୁ ଗବେଷକମାନେ ଚାହୁଁଛନ୍ତି। ଏହାଦ୍ୱାରା ନିକୋଟିନ୍‌ ପ୍ୟାଚ୍‌ ରୋଗର ଲକ୍ଷଣ ହ୍ରାସ କରିବାରେ ସହାୟକ ହେଉଛି କି ନାହିଁ ତାହା ଜାଣିହେବ ବୋଲି ଗବେଷକ ଦଳର ପ୍ରଫେସର ଜାହରି ଆମ୍ୟୁରା କହିଛନ୍ତି।
ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାର ଅତି ତୀବ୍ର ପ୍ରତିିକ୍ରିୟା ବା ‘ସାଇଟୋକାଇନ ଷ୍ଟ୍ରମ୍‌ସ’ ଯୋଗୁ କୋଭିଡ୍‌-୧୯ ଏବଂ ଇନ୍‌ଫ୍ଳୁଏଞ୍ଜା ଭଳି ରୋଗ ସାଂଘାତିକ ହୋଇପାରେ। ହେଲେ ନିକୋଟିନ ‘ସାଇଟୋକାଇନ ଷ୍ଟ୍ରମ୍‌ସ’କୁ ରୋକିବାରେ ସହାୟକ ହେଉଛି କି ନାହିଁ ତାହା ଜାଣିବା ପାଇଁ ଗବେଷକମାନେ ଅନୁସନ୍ଧାନ କରୁଛନ୍ତି, ଯାହା କୋଭିଡ୍‌-୧୯ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେମାନେ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ଅନୁସନ୍ଧାନର ଉଦ୍ଦେଶ୍ୟ ଲୋକଙ୍କୁ ଧୂମପାନ କରିବାକୁ ଉତ୍ସାହିତ କରିବା ନୁହେଁ, ବରଂ ଏହି ମହାମାରୀ ଭୂତାଣୁ ବିରୋଧରେ ସୁରକ୍ଷାତ୍ମକ ଉପାୟ ଭାବେ ନିକୋଟିନକୁ ବ୍ୟବହାର କରାଯାଇପାରିବ। ଅନ୍ୟପକ୍ଷରେ ଆମେ ଭୁଲିବା ଉଚିତ ନୁହେଁ ଯେ, ନିକୋଟିନ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ବୋଲି ଫ୍ରାନ୍ସର ଜଣେ ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀ ଜେରୋମ୍‌ ସାଲୋମନ କହିଛନ୍ତି। ଧୂମପାନ କରୁ ନ ଥିବା ଲୋକେ କୌଣସି ବିକଳ୍ପ ନିକୋଟିନ ବ୍ୟବହାର କରନ୍ତୁ ନାହିଁ। ତାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ ଏବଂ ସେମାନେ ନିଶାରେ ଆସକ୍ତ ହୋଇପାରନ୍ତି ବୋଲି ସାଲୋମନ ସତର୍କ କରାଇ ଦେଇଛନ୍ତି।
ସୂଚନାଥାଉ କି, ପ୍ରତିବର୍ଷ ଫ୍ରାନ୍ସରେ ତମାଖୁ ବ୍ୟବହାର ଯୋଗୁ ପ୍ରାୟ ୭୫ ହଜାର ଲୋକ ପ୍ରାଣହରାନ୍ତି। ଏବେ କରୋନା ଭୂତାଣୁର ପ୍ରକୋପରେ ଫ୍ରାନ୍ସରେ ୨୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୧ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri