କରୋନା ସଂକ୍ରମଣ ଓ ଶିଶୁଙ୍କ ସୁରକ୍ଷା

ଶୁଭନାରାୟଣ ଶତପଥୀ

ସାରା ପୃଥିବୀରେ କରୋନାଜନିତ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। କରୋନାକୁ ନେଇ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିରୁ ଶିଶୁମାନେ କେମିତି ବାଦ୍‌ ପଡିବେ। ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ପିତାମାତାମାନେ ଭୟଭିତ ହେଉଛନ୍ତି।
ଶିଶୁମାନଙ୍କୁ ଛାଡି ପିତାମାତା, ଅଭିଭାବକର ସଂଜ୍ଞା ମୂଲ୍ୟହୀନ। ସାଧାରଣତଃ ଶିଶୁ ଏସବୁ କିଛି ବୁଝେନା।
ସେ କରୋନାକୁ ଜାଣେନା କି ତା’ର ଭୟାବହତାକୁ ଉପଲବ୍ଧି କରେନା। ସେ କେବଳ ଜାଣେ ତା’ର ସୁରକ୍ଷାର ବଳୟ ପିତାମାତାଙ୍କୁ ଓ ଉପଲବ୍ଧି କରେ ପରିବାରର ସ୍ନେହସରାଗ, ଶ୍ରଦ୍ଧାବୋଳା ବନ୍ଧନକୁ। କିଛି ଚପଳମତି ଶିଶୁମାନେ ଲକ୍‌ଡାଉନ୍‌ କରୋନାକୁ ଗୋଟିଏ ରୋଗ ବୋଲି ଭାବୁଥିବାବେଳେ ଓ ଲକ୍‌ଡାଉନ୍‌କୁ ଏକ ପର୍ବ ବୋଲି ଭାବନ୍ତି। କାରଣ ବିଦ୍ୟାଳୟ ଛୁଟି ହେବା ଓ ପରିବାର ସହ ସମୟ ବିତାଇବାର କ୍ଷଣ ସେମାନଙ୍କୁ ଦିଏ ଅପାର ଆନନ୍ଦ। ସେ ଚାହାନ୍ତି ଏମିତି ଲକ୍‌ଡାଉନ୍‌ ଲାଗିରହୁ ଓ ବିଦ୍ୟାଳୟ ବନ୍ଦ ଥାଉ। ଏହା କବଳ ସେମାନଙ୍କର ଚପଳତା ଓ ଅପରିପକ୍ୱତା ଛଡା ଅନ୍ୟ କିଛି ନୁହେଁ।
ଅପରପକ୍ଷରେ କିଛି ଅଭିଭାବକ କୁହନ୍ତି ଶିଶୁମାନେ ଦିନସାରା ଘରେ ରହିବା ମୁଣ୍ଡବିନ୍ଧାର କାରଣ। ପିଲାଏ ଘରେ ରହିଲେ ପିତାମାତା, ପରିବାର ଲୋକେ ଟେନ୍‌ସନ, ସେପଟେ ପାଠପଢା ପଛେଇଯିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ବି ଟେନ୍‌ସନ। ସବୁଠୁ ବଳିଯାଉଛି ବସ୍ତି, ଗଳିରେ ରହୁଥିବା ପିଲାଙ୍କ ଅବସ୍ଥା। ପିତାମାତା ବା ଅଭିଭାବକଙ୍କ ମାର୍ଗଦର୍ଶନର ଅଭାବରୁ ପିଲାଙ୍କ ମାନସିକ ଅବସାଦ ବଢୁଛି। ବିରକ୍ତି, ଚିଡିଚିଡାପଣ ନ ଦେଖାଇ ଧୀର, ଧୈର୍ଯ୍ୟ, ସମ୍ବେଦନଶୀଳତାର ସହ ପରିବାରରେ ଶିଶୁମାନଙ୍କୁ ଲାଳନପାଳନ କରିବା ଉଚିତ। ସରକାର ସବୁବର୍ଗର ଲୋକ, ଶିଶୁଙ୍କୁ ସୁରକ୍ଷା ସେବା ଯୋଗାଉଥିଲେ ହେଁ ଲକ୍‌ଡାଉନ୍‌, ରୋଜଗାର ବନ୍ଦ, ଜୀବନର ମାନ୍ଦାବସ୍ଥାକୁ ନେଇ ଅଧୈର୍ଯ୍ୟ ଓ ଚିନ୍ତିତ ହୋଇପଡୁଥିବା ଅଭିଭାବକ ଓ ଏହାର ଫାଇଦା ହାସଲ ପାଇଁ ଚେଷ୍ଟା କରୁଥିବା ଦଲାଲଙ୍କ ପ୍ରଭାବରେ ଶିଶୁଚାଲାଣ, ବିକ୍ରି, ବାଲ୍ୟ ବିବାହ, ଅପପୁଷ୍ଟି ଆଦି ଦୁର୍ଯୋଗକୁ ଏଡାଇ ଦିଆଯାଇ ନ ପାରେ। ଯଦିଓ ଏପରି ଘଟଣା ଏପର୍ଯ୍ୟନ୍ତ ସାମ୍ନାକୁ ଖୁବ୍‌ କମ୍‌ ଆସୁଛି ତଥାପି ଏ ଦୀର୍ଘ ଲଢେଇ ଅବଧି ମଧ୍ୟରେ ଏହାର ସଂଖ୍ୟାତ୍ମକ ବୃଦ୍ଧିକୁ ଅଣଦେଖା କରାଯାଇ ନ ପାରେ।
ତେବେ ଘରେ ଲକ୍‌ଡାଉନ୍‌ର ସମୟକୁ ସଦ୍‌ବିନିଯୋଗ ପାଇଁ ସଚେତନତା, ତପତ୍ରତା, ପ୍ରତିଯୋଗିତା, ମନୋରଞ୍ଜନର ପ୍ରତିବଦ୍ଧତା ସହ ସବୁ ପ୍ରକାର ସୃଷ୍ଟି କରାଯାଉଥିଲେ ହେଁ ପାରିବାରିକ ଅଶିକ୍ଷା, ଅଜ୍ଞତା, ମନୋମାଳିନ୍ୟ, ଗରିବୀ ଆଦି କାରଣ ଏସବୁର ସଫଳତା ପାଇଁ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ଚାଇନାର ପ୍ରାୟ ଦୁଇହଜାର ଶିଶୁଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାଯାଏ ଯେ, କରୋନାର ଲକ୍ଷଣ ଶିଶୁମାନଙ୍କଠାରେ ଖୁବ୍‌ କମ୍‌ ପରିଲକ୍ଷିତ ହେଉଥିବା ବେଳେ ମଧ୍ୟ ସଂକ୍ରମଣର ଭୟ ବେଶି ରହିଛି। ଏଣୁ ଶିଶୁମାନଙ୍କ ଗତିବିଧି, ଚାଲିଚଳନ, ଖେଳିବା, ଅନ୍ୟମାନଙ୍କ ସହ ମିଶିବା ଆଦି ପ୍ରତି ଅଭିଭାବକମାନେ ବେଶ୍‌ ସଚେତନ ହେବାର ଆବଶ୍ୟକତା ରହିଛି। ଘରେ ଥିବା ଜେଜେବାପା, ଜେଜେମା’ଙ୍କ ସହ ଶିଶୁମାନଙ୍କର ସମ୍ପର୍କ, ମିଳାମିଶା ଅଧିକ। ଭାରତରେ ପାରିବାରିକ ବନ୍ଧନ ଏତେ ଦୃଢ ଯେ, ପରିବାର ସଦସ୍ୟଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରିବା କାଠିକର ପାଠ। ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ପୋଲିସ ଆଦି କରୋନା ଯୋଦ୍ଧାମାନେ ପରିବାରରେ ପିତାମାତା, ଅଭିଭାବକର ଭୂମିକା ବି ନିର୍ବାହ କରନ୍ତି। ସେମାନେ ନିଜକୁ ନିଜର ଶିଶୁମାନଙ୍କ ଠାରୁ ଦୂରେଇ ରଖୁଛନ୍ତି। ଏହା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ। ଏଘଟଣା ଭାବାବେଗକୁ ଆଘାତ ପହଞ୍ଚାଉଥିଲେ ମଧ୍ୟ ଶିଶୁଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ କାଯର୍‌ୟକରୁଛନ୍ତି। ଏପରିସ୍ଥଳେ ପଡୋଶୀ ଓ ଘରମାଲିକମାନଙ୍କର ମାନବିକତା ଓ ସହଯୋଗ ଏକାନ୍ତ କାମ୍ୟ। ଏହାଛଡା ବାହାର ରାଜ୍ୟରୁ ଆସି ଏଠାରେ ଶ୍ରମିକ ବୃତ୍ତିରେ ନିୟୋଜିତ ଥିବା ପିତାମାତାମାନେ ସେମାନଙ୍କ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ସେହିପରି ଦାଦନ, ଯାଯାବର ଗୋଷ୍ଠୀଙ୍କ ପାଖରେ ଥିବା ଶିଶୁମାନଙ୍କର ଲାଳନପାଳନ, ସର୍ବବିଧ ବିକାଶର ଧ୍ୟାନ ଦେଇ ଥଇଥାନ କରୁଛନ୍ତି ସରକାର। ପ୍ରତିବଦଳରେ ସେହି ପିତାମାତା ମଧ୍ୟ ସଚେତନ ହୋଇ ନିଜ ଶିଶୁମାନଙ୍କର ଅଧିକାର, ସୁରକ୍ଷା ପାଇଁ ଯତ୍ନବାନ ହେବା ଜରୁରୀ। ଏ ସମୟକୁ ଏକ ସୁଯୋଗ ଓ ଆଶୀର୍ବାଦ ରୂପେ ଗ୍ରହଣକରି ଶିଶୁମାନଙ୍କ ସହ ବିତାଇଲେ ସେମାନଙ୍କର ଶାରୀରିକ, ମାନସିକ ବିକାଶକୁ ପରିପୁଷ୍ଟ କରିହେବ। ନଚେତ୍‌ ଶିଶୁ ଚୋରି, ଅପପୁଷ୍ଟି, ସଂକ୍ରମଣର ଆଶଙ୍କା ବେଶି ଦେଖାଦେବ। ସେହିପରି ଅନେକ ଶିଶୁ ଯତ୍ନ ଅନୁଷ୍ଠାନରେ ମଧ୍ୟ ରହୁଛନ୍ତିି। ସେମାନଙ୍କର ଉପଯୁକ୍ତ ସେବା ଯତ୍ନ ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ଦ୍ୱାରା ନିଆଯାଉଛି। ଦେଖାଯାଉଛି ଏସବୁ ଅନୁଷ୍ଠାନ ସଂକ୍ରମଣ ପ୍ରତି ବେଶ୍‌ ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ରକ୍ଷା କରୁଛନ୍ତି। ଶିଶୁମାନଙ୍କ ହାତଧୁଆ, ବ୍ୟକ୍ତିଗତ ପରିଚ୍ଛନତା, ଅଭ୍ୟାସ ଆହୁରି ଦୃଢ ହେବାରେ ଲାଗିଛି। ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଲକ୍ଷଣ। ପରିବାରରେ ଥିବା ଶିଶୁମାନଙ୍କ ମଧ୍ୟରେ ଏପରି ଅଭ୍ୟାସ ବୃଦ୍ଧି କରିବା ଉଚିତ। ଦାନ, ଦେଖା, ଦୟା ଆଦିର ଆଳ ନେଇ ଏପରି ଅନୁଷ୍ଠାନଗୁଡିକ ପାଖକୁ କୌଣସି ବ୍ୟକ୍ତି ଏପରି କି ପିତାମାତା ବାରମ୍ବାର ଯିବାଆସିବା କରିବା ଉଚିତ ନୁହେଁ, ଯାହା ସେଠାରେ ସଂକ୍ରମଣର ସୁରକ୍ଷା ବଳୟକୁ ଦୁର୍ବଳ କରିବ। ଶିଶୁମାନଙ୍କ ଭିତରେ ସୃଜନଶୀଳତାର ପରିପ୍ରକାଶ ଘଟାଇବା ତଥା ସମୟର ସଦ୍‌ବିନିଯୋଗ ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ମୋ ପ୍ରତିଭା ଭଳି ଅନେକ କାଯର୍‌ୟକ୍ରମ ବେଶ୍‌ ପ୍ରଶଂସନୀୟ ଓ ଆଦୃତ ହୋଇଛି। ବର୍ତ୍ତମାନ ଶିକ୍ଷା, ସୃଜନଶୀଳତା, ସଚେତନତା, କର୍ମଶାଳା ସବୁ ଅନ୍‌ଲାଇନ ଓ ଇଲେକ୍ଟ୍ରୋନିକ୍ସ ପଦ୍ଧତି ଦ୍ୱାରା ସଂପାଦିତ ହେଉଥିବାରୁ ଶିଶୁମାନଙ୍କ ଭିତରେ ସୂଚନା ପ୍ରଯୁକ୍ତି ବିଦ୍ୟାଜନିତ ଜ୍ଞାନ ବୃଦ୍ଧି ହେବାରେ ସହାୟକ ହେବ।
ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ସେବା ପ୍ରଦାନକାରୀ ସମସ୍ତ କର୍ମକର୍ତ୍ତା ତପତ୍ର ହୋଇ ଶିଶୁମାନଙ୍କ ସ୍ବାର୍ଥକୁ ସୁରକ୍ଷା ପ୍ରଦାନ କରି କାଯର୍‌ୟ କଲେ ଭିନ୍ନ ଭିନ୍ନ ସ୍ଥିତିରେ ଥିବା ଶିଶୁମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri