କରୋନା ଭୟ: ସଭା, ପାର୍କ ବନ୍ଦ କଲା ପ୍ରଶାସନ

ଫୁଲବାଣୀ ଅଫିସ/ଦାରିଙ୍ଗିବାଡି, ୧୪। ୩

କରୋନା ଭୟ ଏବେ ସବୁଠି ଘାରିଛି। କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳମାନଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯିବା ପାଇଁ କୁହାଯାଇଛି। ଜିଲାପାଳ ଡା. ବୃନ୍ଦା ଡି ଏହାକୁ ଗୁରତ୍ୱର ସହ ନେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୁପ ଫୁଲବାଣୀ କରୋନେସନ ପଡିଆରେ ଜିଲା ଲେଖକ ସାମୁଖ୍ୟ ପକ୍ଷରୁ ୧୨ରୁ ଆରମ୍ଭ ହେବାକୁ ଥିବା ପୁସ୍ତକ ମେଳାକୁ ବାତିଲ କରିଛନ୍ତି। ସେହିପରି ସଭା ସମିତି କରି ଗହଳି ନ କରିବା, ଲଜ୍‌ ଗୁଡିକ ଉପରେ ନଜର ରଖିବାକୁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ ଜିଲାର ଅଧିକାଂଶ ଲୋକ କାମ କରୁଥିବାରୁ ସେମାନଙ୍କ ଯାତାୟତ ଉପରେ ନଜର ରଖାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ପାଇଁ ସଚେତନ ରଥ ବୁଲୁଥିବା ଏବଂ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଜିଲାପାଳ ପ୍ରକାଶ କରିଛନ୍ତି।
ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଜିଲା ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ପାଢ଼ୀ ଯାଇ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ରାଜ୍ୟ ବାହାରେ କେରଳ, ତାମିଲନାଡୁ, କର୍ନାଟକରେ କାମ କରୁଥିବା ଲୋକେ ଗ୍ରାମକୁ ଫେରିଲେ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସନ୍ଦେହ ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ୱାର୍ଡ଼କୁ ନେବାକୁ ଲୋକମାନଙ୍କୁ କହିଛନ୍ତି। ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ରନାଥ ବେହେରା ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଦାରିଙ୍ଗବାଡ଼ିର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ନେଚର ପାର୍କ, ହିଲ୍‌ଭିୟୁ ପାର୍କ, କଫି ବଗିଚା ଆଦିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ନେଚରପାର୍କ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ୍‌ ନିଲନଭର କହିଛନ୍ତି। ହିଲ୍‌ଭିୟୁପାର୍କ ଦାୟିତ୍ୱରେ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ମଧ୍ୟ ପାର୍କ ବନ୍ଦ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର...

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’:ଏତିକି ବେଳୁ ଆରମ୍ଭ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାତି ୮ଟା ୩୦ରେ ଏକ...

ବିରୋଧୀଙ୍କ ଉପରେ ଭାରି ପଡିପାରେ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ BSKY ଯୋଜନା

ଭୁବନେଶ୍ୱର,୧୦ା୫: ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ।...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ

ଭୁବନେଶ୍ୱର,୧୦ା୫(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି...

ରୁବେଲା ଆତଙ୍କ: ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୦।୫ (ବନ୍ଦନା ସେଠୀ): ଓଡ଼ିଶାର ୨ ଶିଶୁ ରୁବେଲା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଏପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଏହାକୁ...

କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନକଲେ ସଂଯୁକ୍ତା

ରାଜକନିକା,୧୦ା୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଜରପୁରର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସଂଯୁକ୍ତା ନାୟକ କର୍କଟ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ...

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri