କରୋନା ଭାଇରସ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲେ ଡାକ୍ତର

ଲଣ୍ଡନ,୩।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କିଛିଦିନ ହେବ କରୋନାରେ ପୀଡ଼ିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ହେଲେ ସେ ଯେତେବେଳେ କରୋନାରେ ପୀଡ଼ିତ ହୋଇ ଚିକତ୍ସିତ ହେଉଥିଲେ ସେହି ସମୟର ଅନୁଭୂତିକୁ ସେ ଏକ ସାକ୍ଷାତ୍‌କାରରେ ବର୍ଣ୍ଣନା କରିଛନ୍ତି। ୫୫ ବର୍ଷୀୟ ଜନସନ କହିଛନ୍ତି ଯେତେବେଳେ ସେ ଆଇସିୟୁରେ ଚିକିତ୍ସିତ ହେବାକୁ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିଲା। ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ଲିଟର ଲିଟର ଅକ୍ସିଜେନ୍‌ ଦେବା ସତ୍ତ୍ୱେ ବି ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନ ଥିଲା। ଡାକ୍ତରମାନେ ସମସ୍ତ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଶେଷକୁ ସେମାନେ ବୋରିସଙ୍କ ମୃତ୍ୟୁ ଘୋଷଣା କରିବାକୁ ପ୍ରସ୍ତୁତ ହୋଇଥିଲେ ବୋଲି ସେ କହିଛନ୍ତି। କାରଣ ସେତେବେଳେର ସମୟ ଏତେ କଠିନ ଥିଲା ଯେ ଡାକ୍ତରମାନେ ସବୁ ପ୍ରକାର ପ୍ରସ୍ତୁତିରେ ଥିଲେ ଯଦି କିଛି ଅଘଟଣ ଘଟେ ତେବେ କ’ଣ କରାଯିବ। ଏପ୍ରିଲ ପ୍ରଥମ ସପ୍ତାହରେ ସେ କରୋନା ସଂକ୍ରମିତ ଥିବା ଜଣାପଡିବା ସହ ଖୁବ୍‌ କମ୍‌ ସମୟ ମଧ୍ୟରେ ତାଙ୍କ ସ୍ବସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା ବୋଲି ସେ କହିଛନ୍ତି। ି ଯେତେବେଳେ ଜୀବନ ମୃତ୍ୟୁର ଅଧାବାଟରେ ଥିବା କଥା ମୁଁ ଜାଣିପାରିଲି ସେତେବେଳେ ଭାବିଥିଲି ଯେଉଁ ରୋଗର କୌଣସି ଔଷଧ ନାହିଁ, କିଛି ଚିକିତ୍ସା ନାହିଁ ସେଥିରୁ କ’ଣ ମୁଁ ବଞ୍ଚି ପାରିବି। ତେବେ ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ଫଳରେ ମୁଁ ବଞ୍ଚିଯାଇଛି। ବୋରିସ ସୁସ୍ଥ ହେବା ପରେ ତାଙ୍କ ପ୍ରେମିକା କୈରି ସାଇମଣ୍ଡସ ଅଳ୍ପଦିନ ମଧ୍ୟରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଆଉ ସେହି ସନ୍ତାନର ମିଡିଲ ନେମ ରଖାଯାଇଛି ନିକୋଲସ। ଏହା ପଛର ରହସ୍ୟ ହେଉଛି ପ୍ରଧାନମନ୍ତ୍ରୀ ବୋରିସଙ୍କୁ କୋଭିଡ କବଳରୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଥିଲା ଡାକ୍ତର ନିକୋଲସ ପ୍ରାଇସ ଓ ଡାକ୍ତର ନିକୋଲସ ହାର୍ଟଙ୍କର। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ବୋରିସ ବଞ୍ଚିଯାଇଥିବାରୁ ଏହି ଡାକ୍ତରଙ୍କ ନାମ ଅନୁଯାୟୀ ସେ ତାଙ୍କ ପୁତ୍ର ସନ୍ତାନର ମିଡିଲ ନେମ ନିକୋଲସ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri