କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର ଅଫ ପ୍ୟାରିଶରେ ମୂର୍ତ୍ତି ଗଢି ଏବଂ ବଜାରରେ ବିକି ପେଟପୋଷୁଥିବା ରାଜସ୍ଥାନରୁ ଆସି ଏଠାରେ ଥିବା ବହୁ ଯାଯାବର ପରିବାର ଏବେ ଚିନ୍ତାରେ ରହିଛନ୍ତି। ହଠାତ ଲକ୍‌ ଡାଉନ୍‌ ଘୋଷଣା ଏବଂ ଟ୍ରେନ ଚଳାଚଳ ବନ୍ଦ ହୋଇଯିବାରୁ ଏହି ସବୁ ପରିବାର ଫେରିପାରିନାହାନ୍ତି। ସେପଟେ କାମଧନ୍ଧା ନ ଥିବାରୁ ସେମାନଙ୍କ ପାଖରେ ପଇସାପତ୍ର ମଧ୍ୟ ନାହିଁ। ଏବେ ଦୋକାନ ବଜାର ବନ୍ଦ ଓ କଟକଣା ଲାଗୁ ହେବାରୁ କିପରି ଛୁଆ ପିଲାଙ୍କୁ ଧରି ଚଳିବେ ଓ କଣ ଖାଇବେ ସେ ନେଇ ଚିନ୍ତାରେ ରହିଛନ୍ତି ା କେନ୍ଦୁଝରର ସ୍ଥାନୀୟ ଘୁଟୁରୁ ସତସଙ୍ଗ ବିହାର ନିକଟରେ ପଡିଆରେ ଟେଣ୍ଟ ଟାଣି ରାଜସ୍ଥାନର ୨ ପରିବାର ଅଛନ୍ତି। ୪/୫ ମାସ ହେଲା ସେମାନେ ଆସିଥିଲେ। ଏହା ପୂର୍ବରୁ ସେମାନେ ଭୂବନେଶ୍ୱରରେ ଥିଲେ। ସେମାନଙ୍କ ଅନ୍ୟ ପରିବାର ଲୋକ ମାନେ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ରହି ମୂର୍ତ୍ତି ବିକି ଚଳୁଥିଲେ। ଆଉ ଅନ୍ୟମାନେ ଭୁବନେଶ୍ୱରରେ ଅଛନ୍ତି ବୋଲି ଗୌରୀ ଦେବୀ। ଆଉ ୨ରୁ ୩ ଦିନ ପରେ ଖାଇବା ସରିଯିବ ଓ କିପରି ଚଳିବୁ ବୋଲି ଆମ ଜିଲା ପ୍ରତିନିଧିଙ୍କୁ ଜଣାଇଛନ୍ତି। ସେମାନେ ପ୍ରତ୍ୟେକ ବର୍ଷ ଆସନ୍ତି। ବିଭିନ୍ନ ପ୍ରକାରର ମୂର୍ତ୍ତି ଗଢି ହାଟବଜାର ଓ ଗାଁଗଣ୍ଡା ବୁଲି ବିକିଥାନ୍ତି। ଯାହା ମିଳେ ସେଥିରୁ ଚଳିଥାନ୍ତି ବୋଲି କହିଛନ୍ତି ା କରୋନା ସଂକ୍ରମଣ ପାଇଁ ସବୁ ବନ୍ଦ ରହିଛି। ଗାଁ କୁ କିପରି ଯିବୁ ଓ ଏଠାରେ କିପରି ଚଳିବୁ ସେ ନେଇ ଚିନ୍ତାରେ ସମସ୍ତେ। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri