କରୋନା ଡ୍ୟୁଟିକୁ ମନା କଲେ ଜେଲ

ଛତ୍ରପୁର,୨ା୬(ଡି.ଏନ.ଏ.)-କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ। ଜୁନ ମାସରେ କଟକଣା ବଳବତ୍ତର ରହିବ। ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ ଗ୍ରାହକଙ୍କର ବିବରଣୀ ଲିପିବଦ୍ଧ କରିବେ। ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା ସହ ବାହାରେ ଗୋଲେଇ ଚିହ୍ନରେ ଗ୍ରାହକ ରହିବେ। ଦୋକାନୀ ହ୍ୟାଣ୍ଡ ଗ୍ଳୋବ, ସାନିଟାଇଜର୍‌ ବ୍ୟବହାର କରିବେ। ଏସବୁ ଅବମାନନା କଲେ ଜୁନ ମାସସାରା ଦୋକାନକୁ ତାଲାପକାଇ ଦିଆଯିବ। ସେହିପରି କୌଣସି ସରକାରୀ କର୍ମଚାରୀ କରୋନା ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ମନା କଲେ ସ୍ବତନ୍ତ୍ର କ୍ଷମତାବଳରେ ତାଙ୍କୁ ଜେଲ ହାଜତକୁ ପଠାଇବେ ବୋଲି ସମୀକ୍ଷା ବୈଠକ ଅବସରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ଦୃଢ ନିଷ୍ପତ୍ତି ଶୁଣାଇଛନ୍ତି ।
ଗଞ୍ଜାମ ପାଇଁ ଜୁନ ମାସ ଘଡିସନ୍ଧିର ସମୟ । ସା ୭ରୁ ସକାଳ ୭ ପର୍ଯ୍ୟନ୍ତ ବାହାରକୁ ବାହାରିବା ନିଷେଧ। ଶନିବାର, ରବିବାର ଜରୁରୀ ସ୍ବାସ୍ଥ୍ୟସେବା ବ୍ୟତୀତ କେହି ବି ବାହାରକୁ ବାହାରିବେ ନାହିଁ। ବାହାରିଲେ ବନ୍ଧା ହେବେ । ଏହି ସମୟରେ ଗାଡିମୋଟର ରାସ୍ତାରେ ଗଡିବ ନାହିଁ । ଏହା ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ରଖିବାକୁ ଜିଲାପାଳ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି। ନିଜ ଘରେ ସଫଳତାର ସହିତ କ୍ବାରାଣ୍ଟାଇନ୍‌ କଲେ ନିର୍ଦ୍ଧାରିତ ଅର୍ଥ ମିଳିବା ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ। ଆଗାମୀ ଦିନରେ ଜିଲାରେ ୧ ଲକ୍ଷରୁ ଅଧିକ ଲୋକ ହୋମ କ୍ବାରାଣ୍ଟାଇନରେ ରହିବାକୁ ଥିବାରୁ ସେଥିପ୍ରତି କର୍ମଚାରୀମାନେ ଅଧିକ ସଜାଗ ରହିବାକୁ ଜିଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ବାରାଣ୍ଟାଇନରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶି ପାରିବେ ନାହିଁ । ସେହି ଅଞ୍ଚଳର ଲୋକଙ୍କୁ ସଚେତନ କରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ୬୦ ବର୍ଷରୁ ଉଦ୍ଧର୍‌ବ ବୟସର ବ୍ୟକ୍ତିମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । ଅମାନ୍ୟ କଲେ କ୍ବାରାଣ୍ଟାଇନରେ ରଖାଯିବ। ସେହିପରି ମନ୍ଦିର, ମସଜିଦ, ଗୀର୍ଜାକୁ ଯିବା ବାରଣ କରାଯାଇଛି। ଯେଉଁଠାରେ ଅଧିକ ଗହଳି ହେଉଥିବ ସେଠାରୁ ସନ୍ଦେହ ହେଉଥିବା ଲୋକଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯିବ । ସମସ୍ତ କଟକଣାରୁ କୃଷିକାର୍ଯ୍ୟକୁ ବାଦ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri