କରୋନା ଟାଣିଛି ଲକ୍ଷ୍ମଣରେଖା: କାଳିଆ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

ପୁରୀ ଅଫିସ,୧୯।୪: କରୋନା ଟାଣିଛି ଲକ୍ଷ୍ମଣ ରେଖା। ସିଂହଦ୍ୱାର ଡେଇଁ ଶ୍ରୀମନ୍ଦିରକୁ ଯାଇପାରୁନାହାନ୍ତି ଭକ୍ତ। ଗତ ମାସ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରୁଛନ୍ତି। ଇତିମଧ୍ୟରେ ପ୍ରାୟ ୩୦ ଦିନ ବିତିଗଲାଣି। କାଳିଆ ଠାକୁରଙ୍କୁ ଦର୍ଶନ ନ କରି ଅନେକ ଭକ୍ତ ବ୍ୟାକୁଳ ହୋଇପଡ଼ିିଲେଣି। ଯେଉଁମାନେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ସେମାନେ ଅଧିକ ବ୍ୟତିବ୍ୟସ୍ତ ହେଉଛନ୍ତି। କେବେ ସେମାନଙ୍କୁ ମିଳିବ ଅନୁମତି ତାହାକୁ ଚାହିଁ ଦିନ ଗଣୁଛନ୍ତି। ଏ ନେଇ ଦିଲୀପ ବରାଳ ନାମକ ଭକ୍ତ ଜିଲାପାଳଙ୍କୁ ଅନୁରୋଧପତ୍ର ଲେଖିଛନ୍ତି।

କରୋନାର ଭୟାବହତା ଯୋଗୁ ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ପୁନଶ୍ଚ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବୃଦ୍ଧି କରିଥିବା ବେଳେ ପରେ ପ୍ରଧାନମନ୍ତ୍ରୀ ମେ ୩ ତାରିଖ ଯାଏ ଦେଶବ୍ୟାପୀ ଲକ୍‌ଡାଉନ ରହିବ ବୋଲି ଘୋଷଣା କରିଛନ୍ତି। ତେଣୁ ଏହାକୁ ଦେଖିଲେ ମେ ୩ ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ। ଏଥିଯୋଗୁ ପ୍ରାୟ ସବୁଦିନ ମନ୍ଦିର ଯାଉଥିବା ଭକ୍ତ ବ୍ୟାକୁଳ ହୋଇପଡ଼ିଲେଣି। ବର୍ତ୍ତମାନ ବି କିଛି ଶ୍ରଦ୍ଧାଳୁ ସକାଳେ ହେଉ ଅବା ସନ୍ଧ୍ୟାରେ ସିଂହଦ୍ୱାର ନିକଟକୁ ଯାଇ ବାହାରୁ ପତିତପାବନଙ୍କୁ ଦର୍ଶନ କରି ମୁଣ୍ଡିଆ ମାରୁଛନ୍ତି। ତେବେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତ ଦିଲୀପ ଜିଲାପାଳଙ୍କୁ ଏ ନେଇ ଗୁହାରି କରିଛନ୍ତି। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ସେ ୨୦୦୩ ମସିହାରୁ ପ୍ରାୟ ପ୍ରତିଦିନ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ୨୦ତାରିଖ କଟକଣା ପରଠାରୁ ସେ ଏଥିରୁ ବଞ୍ଚତ୍ତ ରହି ମାନସିକ ଯନ୍ତ୍ରଣା ପାଉଛନ୍ତି। କିନ୍ତୁ ଏବେ ସେବାୟତ ପରିବାରର ଅନ୍ୟ ସଦସ୍ୟ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ସେ ଶୁଣିବାକୁ ପାଉଛନ୍ତି। ତେଣୁ ତାଙ୍କୁ ମଧ୍ୟ ଦର୍ଶନର ସୁଯୋଗ ମିଳୁ ବୋଲି ସେ ଅନୁରୋଧ କରିଛନ୍ତି। କେବଳ ଦିଲୀପ ନୁହନ୍ତି, ଏମିତି ଅନେକ ଭକ୍ତ ଦର୍ଶନ ପାଇଁ ଯାଇପାରୁ ନ ଥିବାରୁ ମନ ଦୁଃଖରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?