କମ୍‌ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ପ୍ରତ୍ୟୁଷା ବାନାର୍ଜୀ:


ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ ୨୦୧୬ ଏପ୍ରିଲ ୧ରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରତ୍ୟୁଷାଙ୍କ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ୍‌ ରାହୁଲ ରାଜସିଂହଙ୍କୁ ଦୋଷୀ କରିଥିଲେ ତାଙ୍କ ପରିବାର ଲୋକେ। ପ୍ରତ୍ୟୁଷାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା।

ଜିୟା ଖାନ୍‌:


ନିଃଶବ୍ଦ, ହାଉସ୍‌ଫୁଲ୍‌, ଗଜନୀ ଆଦି ଫିଲ୍ମରେ ଅଭିନୟ କରିଥିବା ଜିୟା ଖାନ୍‌ ୨୦୧୩ ଜୁନ୍‌ ୩ରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ସେତେବେଳକୁ ୨୫ ବର୍ଷ ହୋଇଥିଲା। ଏଥିରେ ମଧ୍ୟ ତାଙ୍କ ବୟଫ୍ରେଣ୍ଡ୍‌ ସୁରଜ୍‌ଙ୍କୁ ଦାୟୀ କରାଯାଇଥିଲା।

କୁଣାଳ ସିଂହ:


ଅଭିନେତା କୁଣାଳ ସିଂହ ଫିଲ୍ମରେ ନିଜର କାମକୁ ନେଇ ବେଶ୍‌ ଜଣାଶୁଣା। ସେ ୧୯୯୯ ମସିହାରେ ”Kadhalar Dhinam’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ସୋନାଲି ବେନ୍ଦ୍ରେ। ୨୦୦୮ ଫେବୃୟାରୀ ୭ରେ କୁଣାଳ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କାହିଁକି କରିଥିଲେ ସେ ବିଷୟରେ ଯଦିଓ ସ୍ପଷ୍ଟ ହୋଇ ନ ଥିଲା ଲଗାତର ଫିଲ୍ମରେ ଅସଫଳ ହେଉଥିବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ବୋଲି କୁହାଯାଇଥିଲା। ତାଙ୍କୁ ସେତେବେଳକୁ ୩୦ ବର୍ଷ ହୋଇଥିଲା।

କୁଶଲ ପଞ୍ଜାବୀ:


ଟେଲି ଅଭିନେତା କୁଶଲ ପଞ୍ଜାବୀ ଗୁରୁବାର ରାତିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ୩୭ ବର୍ଷରେ କୁଶଲଙ୍କ ଏପରି ପଦକ୍ଷେପକୁ ଇଣ୍ଡଷ୍ଟ୍ରିର ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri