କମୁଛି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା

ବିନିକା,୨୬ା୨(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗର ଗଣନାରୁ ଏହା ସ୍ପଷ୍ଟ ହୋଇଛି। ୨୦୦୩ ମସିହାର ଗଣନା ଅନୁଯାୟୀ ଏହି ଅଞ୍ଚଳରେ ଗାଈ, ବଳଦ, ମଇଁଷି, ମେଣ୍ଢା, ଛେଳି, ଘୁଷୁରୀ, କୁକୁଡା ପ୍ରଭୃତି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଥିଲା ୬୦.୭୧୨। ଏହାର ୧୪ବର୍ଷ ପରେ ୨୦୧୭ରେ ହୋଇଥିବା ପ୍ରାଣୀ ସମ୍ପଦ ବିଭାଗ ଗଣନାରେ ଏହି ସଂଖ୍ୟା ୩୨.୬୬୮କୁ ଖସି ଆସିଲା। ଅର୍ଥାତ୍‌ ଏହି ୧୪ବର୍ଷ ମଧ୍ୟରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ୨୮.୦୪୪ ହ୍ରାସ ଘଟିଲା। ପ୍ରତି ୫ବର୍ଷରେ ହେଉଥିବା ଏହି ଗଣନାର ପରବର୍ତ୍ତୀ ସମୟରେ ସ୍ଥିତି କଣ ହେବ ତାହା ଗୋପ୍ରେମୀ ଓ ଗୋଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ହ୍ରାସ ପାଇଁ ବିଭିନ୍ନ କାରଣକୁ ଦାୟି କରାଯାଉଛି। ତେବେ ଚାରଣ ଭୂମି ଧିରେଧିରେ ବିନିକା ଅଞ୍ଚଳରେ ହ୍ରାସ ପାଇବାକୁ ମୁଖ୍ୟ କାରଣ ବୋଲି ଗୋଚାଷୀମାନେ କହିଛନ୍ତି। ଶିଳ୍ପଦ୍ୟୋଗ ଓ ସହରୀକରଣ ଯୋଗୁଁ ଚାରଣଭୂମି ବିଭିନ୍ନ ଉପାୟରେ ବିନିଯୋଗ ହେଉଛି ା ୨୦୧୨ ମସିହାର ତଥ୍ୟ ଅନୁସାରେ ବିନିକା ଅଞ୍ଚଳରେ ୧୫ହଜାର ହେକ୍ଟର ଚାରଣ ଭୂମି ରହିଥିଲା ା ତେବେ ସମ୍ପ୍ରତି ଏହା ହ୍ରାସ ପାଇ ୯ ହଜାର ହେକ୍ଟରରେ ପହଞ୍ଚିଛି ା ବିନିକା ତହସିଲ ଅଧୀନରେ ଥିବା ଶହଶହ ହେକ୍ଟର ଗୋଚର ଜମି ଜବରଦଖଲକୁ ଚାଲି ଯାଇଛି। ଏ ନେଇ ରାଜସ୍ବ ବିଭାଗ କେତେକ ସ୍ଥାନରେ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଛି। ଏଥିସହିତ ଉଠା ଜଳସେଚନ ପଏଣ୍ଟ, ଇଲେକ୍ଟ୍ରି ଖୁମ୍ବ ପୋତିବା, ଖେଳ ପଡିଆ, ପୋଖରୀ ଖନନ, ବାଲି ମହଜୁଦ୍‌ ରଖିବା ଆଦି ସରକାରୀ କାର୍ଯ୍ୟରେ ମଧ୍ୟ ଗୋଚର ଜମି ଜବରଦଖଲ ହେଉଛି ା ଏହା ଖାଦ୍ୟାଭାବ ସୃଷ୍ଟି କରି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ଆଶାତୀତ ହ୍ରାସ କରାଉଛି।
ସମ୍ପ୍ରତି ଅବାଧ ଗୋଚାଲାଣ ପ୍ରତି କୌଣସି କଟକଣା ରହୁନାହିଁ ା ବିନିକା-ସୋନପୁର ୩୯ନମ୍ବର ମୁଖ୍ୟରାସ୍ତା, ଅରିଗାଁ-ରାମପୁର କେନାଲ ରାସ୍ତା, ବିଶାଲପାଲି-ଗୋଡଭଗା ମୁଖ୍ୟରାସ୍ତା ଦେଇ ବେପାରୀମାନେ ଅନାୟାସରେ ବିହାର, ଝାରଖଣ୍ଡ ଓ ଆନ୍ଧ୍ର ପ୍ରଭୃତି ରାଜ୍ୟକୁ ହଜାରହଜାର ସଂଖ୍ୟାରେ ଗୋରୁ ଚାଲାଣ କରୁଛନ୍ତି। ପାରମ୍ପରିକ ପରିଧିରୁ ବାହାରି ଚାଷୀମାନେ ଏବେ ଗୋପାଳନ ବ୍ୟବସାୟିକ ଦୃଷ୍ଟିକୋଣରୁ କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଦେଶୀ ଗୋରୁ, ଛେଳି, ମେଣ୍ଢା ପାଳନ କରିବାକୁ ଲୋକେ ଇଛା ପ୍ରକାଶ କରୁନାହାନ୍ତି। ଗୋଖାଦ୍ୟର ଅହେତୁକ ଦରବୃଦ୍ଧି, ଗୃହପାଳିତ ପଶୁପକ୍ଷୀଙ୍କଠାରୁ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଗୋପାଳନରୁ ରୂରେଇ ଯାଉଥିବା ବ୍ଲକ ଅନ୍ତର୍ଗତ ପଲସପାପାଲି ଗଁାର ଚାଷୀ ଘନଶ୍ୟାମ ପଧାନ କହିଛନ୍ତି। ସମାନମତ ପୋଷଣ କରିଛନ୍ତି ସିଂଘିଯୁବା ଗଁାର ଚାଷୀ ନରସିଂହ ସେଠୀ। ଏନେଇ ବିନିକା ପ୍ରାଣୀ ସମ୍ପଦ ଅଧିକାରୀ ବିଜୟ କୁମାର ପାତ୍ରଙ୍କୁ ପଚାରିବାରୁ ଚାରଣଭୂମି ଜବରଦଖଲ ଯୋଗୁଁ ସଙ୍କୁଚିତ ହେବା, ବେଆଇନ ଗୋଚାଲାଣ ଏବଂ ଗୋଖାଦ୍ୟର ଅହେତୁକ ଦର ବୃଦ୍ଧି ପ୍ରାଣୀସମ୍ପଦର ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri