କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ-୨ରେ ଚଞ୍ଚକତା: ୨୦କୋଟିର ବେଆଇନ ଉତ୍ତୋଳନ

ଯୋଡ଼ା, ୨୧।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ଡରାଠାରେ ଥିବା ଏକ ଗ୍ରାନାଇଟ୍‌ ପଥର ଖଣିରୁ ବେଆଇନ ଭାବେ ପଥର ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ୮ମାସ ଧରି ପ୍ରାୟ ଦେଢ ଲକ୍ଷ କ୍ୟୁବିକ୍‌ ମିଟର ଗ୍ରାନାଇଟ ପଥର ବେଆଇନ ଉତ୍ତୋଳନ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ଶନିବାର ଚମକପୁର ରାଜସ୍ବ ନିରୀକ୍ଷକ ଭଦ୍ର ନାଏକ, ଅମିନ, ବଡବିଲ୍‌ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ରାଜ୍ୟ ସରକାର ଓଡ଼ିଶା କନଷ୍ଟ୍ରକଶନ୍‌ କର୍ପୋରଶନ ଲିଃ(ଓସିସିଏଲ) ନାମକ କମ୍ପାନୀକୁ ୨୦୧୧ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ କାନପୁର ଡ୍ୟାମ୍‌ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ(୧), ପ୍ଲଟ୍‌ ନଂ ୧୨୭/୨୮ ଓ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ (୨) , ପ୍ଲଟ୍‌ ନଂ ୧୩୪/୩୫କୁ ଲିଜ୍‌ ଦିଆଯାଇଥିଲା। ଏହି ଦୁଇଟି ଖଣିକୁ ଉକ୍ତ କମ୍ପାନୀକୁ ସେତେବେଳେ ବର୍ଷିକିଆ ଲିଜ୍‌ ଦିଆଯାଉଥିଲା। ୨୦୧୫ ପର୍ଯ୍ୟନ୍ତ ଏହି ବର୍ଷିକିଆ କାର୍ଯ୍ୟ ଚାଲିବା ପରେ ମାଇନିଂ ପ୍ଲାନ ଓ ଅନ୍ୟାନ୍ୟ ବୈଧାନିକ ଅନୁମୋଦନ ପରେ ଓସିସିଏଲକୁ ଉକ୍ତ ଦୁଇଟି ଗ୍ରାନାଇଟ୍‌ ପଥର ଖଣି ୨୦୨୦ ପର୍ଯ୍ୟନ୍ତ ଦିଆଯାଇଛି। ଓସିସିଏଲର କାର୍ଯ୍ୟରେ ମନ୍ଥର ଗତି ଯୋଗୁ ଉକ୍ତ ପଥର ଖଣି ଦ୍ୱୟରେ ଗ୍ରାନାଇଟ୍‌ ଖୋଳା କାର୍ଯ୍ୟ କରିପାରି ନ ଥିଲା। ଉକ୍ତ ଗ୍ରାନାଇଟ୍‌ ପଥର ଖଣିଦ୍ୱୟର ରାଜସ୍ବ ବାବଦକୁ ମାତ୍ର ୪ ଲକ୍ଷ ୩୦ ହଜାର ଟଙ୍କା ବଡବିଲ୍‌ ତହସିଲ୍‌ରେ ପୈଠ କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ୨୦୧୮ ଅଗଷ୍ଟ ମାସରେ ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ବିଲ ତହସିଲଦାର ଓସିିସିଏଲର ମ୍ୟାନେଜରଙ୍କୁ ଡକାଇ ଏକ ଆଲୋଚନା କରିଥିଲେ। ଏଥିରେ ଓସିସିଏଲ୍‌କୁ ଲିଜ୍‌ ଦିଆଯାଇଥିବା ଦୁଇଟି ପଥର ଖଣି ମଧ୍ୟରୁ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି(୨) ବଡ଼ ଖଣି ହୋଇଥିବାରୁ ଏହାକୁ ଛାଡି ଦେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତେବେ ଏସମ୍ପର୍କରେ ଓସିସିଏଲକୁ କୌଣସି ଲିଖିତ ଚିଠି ଦିଆ ନ ଯାଇ ଅସ୍ଥାୟୀ ଭାବେ ପ୍ରଶାସନ ପକ୍ଷରୁ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମେସର୍ସ ମଣ୍ଟେକାର୍ଲୋଙ୍କୁ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ(୨)କୁ ୩ମାସିଆ ଅସ୍ଥାୟୀ ପରମିଟ୍‌ ଆକାରରେ ଦିଆଯାଇଛି। ତେବେ ଠିକାସଂସ୍ଥା ପକ୍ଷରୁ ପଥର ଖଣି ନଂ (୨)ରୁ ଗ୍ରାନାଇଟ୍‌ ପଥର ଖୋଳିବା ପରିବର୍ତ୍ତେ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ (୧)ରୁ ଦୀର୍ଘ ୮ମାସ ହେଲା ବେଆଇନ ଭାବେ ପଥରଖୋଳା ଚାଲିଛି। ଉକ୍ତ ଖଣିରୁ ବେଆଇନ ଭାବେ ପଥର ଖୋଳାଯାଇଥିବା ନେଇ ଓସିସିଏଲ୍‌ ପକ୍ଷରୁ ସିନିୟର ମ୍ୟାନେଜର ନିରଞ୍ଜନ ମିଶ୍ର ଗତ ୧୦ତାରିଖରେ ବଡବିଲ ତହସିଲ ଓ ଚମ୍ପୁଆ ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ବେଆଇନଭାବେ ପ୍ରାୟ ଦେଢଲକ୍ଷ କ୍ୟୁବିକ ମିଟରରୁ ଦୁଇ ଲକ୍ଷ କ୍ୟୁବିକ୍‌ ମିଟର ଗ୍ରାନାଇଟ୍‌ ପଥର ଉକ୍ତ ଖଣିରୁ ଖୋଳାଯାଇଥିବା ଓସିସିଏଲ୍‌ର ସବ୍‌କଣ୍ଟ୍ରାକ୍ଟର ସଦର୍ଣ୍ଣ ଇଞ୍ଜିନିୟରିଂ ଓ୍ବାର୍କସ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ଶିବ ପ୍ରସାଦ ନାୟକ କହିଛନ୍ତି। ଏନେଇ ଠିକାସଂସ୍ଥା ମେସର୍ସ ମଣ୍ଟେକାର୍ଲୋର କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri