ମୌଳିକ ସୁବିଧାରୁ ବଞ୍ଚିତ ମାଙ୍କଡ଼ଖଳି ଗାଁ

ତେଲକୋଇ, ୨୧।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତରେ ରହିଛି ମାଙ୍କଡଖଳି ଗ୍ରାମ। ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାହାଡ଼ଘେରା ଏହି ଗ୍ରାମରେ ୪୫ ପରିବାରର ୬ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି। ଶତପ୍ରତିଶତ ଭୂୟାଁ ଜନଜାତିର ସମସ୍ତ ବିପିଏଲ ପରିବାର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାହାଡ଼ ଚଢି ୩କି.ମି. ଆସିଥାନ୍ତି ପଞ୍ଚାୟତ ମୁଖ୍ୟାଳୟକୁ ।
ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ସମସ୍ୟା ଥିବାବେଳେ ବିଦ୍ୟୁତ ଏମାନଙ୍କ ପାଇଁ ସାତ ସପନ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନ ଥିବା ଯୋଗୁ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଛୁଆଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ତେବେ ଗତ ବର୍ଷ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରାଯାଇ ଥିବା ସତ୍ତ୍ୱେ ଗୃହର ଅଭାବ ଯୋଗୁ ଗ୍ରାମ ମଣ୍ଡପରେ ଅଙ୍ଗନୱାଡି ଦିଦି ମଝିରେ ମଝିରେ ଛୁଆ ଏକାଠି କରି ଯଥାକଥା ପାଠପଢା କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବା ଯୋଗୁ ଝଡାଫୁଙ୍କାକୁ ଗ୍ରାମବାସୀ ଗୁରୁତ୍ୱ ଦେଇଛନ୍ତି। ପାନୀୟଜଳ ପାଇଁ ସୋଲାର ବ୍ୟବସ୍ଥା ହୋଇଥିଲେ ହେଁ ଏହା ଅଚଳ ହେବାପରେ ଝରଣା ପାଣି ଉପରେ ଲୋକେ ଭରସା କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ ମଜୁରି କରି ଚଳିଥାନ୍ତି ପରିବାର ଲୋକେ। ତେବେ ବିଦ୍ୟୁତ ବ୍ୟବସ୍ଥା ହୋଇପାରି ନ ଥିବା ଯୋଗୁ ସନ୍ଧ୍ୟା ହେଲେ ଜାଳକାଠ ଏମାନଙ୍କର ସାହା ଭରସା। ଏକ ବର୍ଷ ପୂର୍ବରୁ ବିପିଏଲ ପରିବାର ପାଇଁ ପ୍ରତିଘରେ ମିଟର ଓ ତାର ଲଗାଯାଇଛି। ଖୁଣ୍ଟ ପଡି ନ ଥିବା ଯୋଗୁ ବିଜୁଳି ସେବା ମଧ୍ୟ ପାଇପାରିନାହାନ୍ତି। ବିଭିନ୍ନ ସମୟରେ ଗାଁ ଲୋକେ ପ୍ରଶାସନକୁ ଗ୍ରାମର ସମସ୍ତ ସମସ୍ୟା ଅବଗତ କରି ବିଫଳ ହୋଇଥିବା ୱାର୍ଡମେମ୍ବର ଭାବଗ୍ରାହୀ ଦେହୁରୀ, ଶୈଳ ଦେହୁରୀ, ରନତ୍ାକର ଦେହୁରୀ, ଗୁରୁଚରଣ ଦେହୁରୀ, ହର୍ଷ ଦେହୁରୀ, ଜଲି ରାଣୀ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ସରପଞ୍ଚ ଶିରପାଣି ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉକ୍ତ ଗ୍ରାମ ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ବିଦ୍ୟୁତ ସଂଯୋଗ ପାଇଁ ଉଦ୍ୟମ ଜାରି ରହିଛି । ବିଡିଓ ଦିଲୀପ କୁମାର ବାରା କହିଛନ୍ତି ଯେ, ଗ୍ରାମବାସୀଙ୍କ ଅଭିଯୋଗ ଅବଗତ ହୋଇଛି। ଆବଶ୍ୟକ ସହାୟତା ପାଇଁ ପ୍ରତି ବିଭାଗକୁ କୁହାଯାଇଛି। ତେବେ ବିଦ୍ୟୁତ ବିଭାଗର ଏସଡିଓ ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ ବିଦ୍ୟୁତ ଖୁଣ୍ଟ ପଡ଼ିସାରିଛି। ଖୁବ କମଦିନ ଭିତରେ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?