ମୌଳିକ ସୁବିଧାରୁ ବଞ୍ଚିତ ମାଙ୍କଡ଼ଖଳି ଗାଁ

ତେଲକୋଇ, ୨୧।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତରେ ରହିଛି ମାଙ୍କଡଖଳି ଗ୍ରାମ। ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାହାଡ଼ଘେରା ଏହି ଗ୍ରାମରେ ୪୫ ପରିବାରର ୬ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି। ଶତପ୍ରତିଶତ ଭୂୟାଁ ଜନଜାତିର ସମସ୍ତ ବିପିଏଲ ପରିବାର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାହାଡ଼ ଚଢି ୩କି.ମି. ଆସିଥାନ୍ତି ପଞ୍ଚାୟତ ମୁଖ୍ୟାଳୟକୁ ।
ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ସମସ୍ୟା ଥିବାବେଳେ ବିଦ୍ୟୁତ ଏମାନଙ୍କ ପାଇଁ ସାତ ସପନ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନ ଥିବା ଯୋଗୁ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଛୁଆଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ତେବେ ଗତ ବର୍ଷ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରାଯାଇ ଥିବା ସତ୍ତ୍ୱେ ଗୃହର ଅଭାବ ଯୋଗୁ ଗ୍ରାମ ମଣ୍ଡପରେ ଅଙ୍ଗନୱାଡି ଦିଦି ମଝିରେ ମଝିରେ ଛୁଆ ଏକାଠି କରି ଯଥାକଥା ପାଠପଢା କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବା ଯୋଗୁ ଝଡାଫୁଙ୍କାକୁ ଗ୍ରାମବାସୀ ଗୁରୁତ୍ୱ ଦେଇଛନ୍ତି। ପାନୀୟଜଳ ପାଇଁ ସୋଲାର ବ୍ୟବସ୍ଥା ହୋଇଥିଲେ ହେଁ ଏହା ଅଚଳ ହେବାପରେ ଝରଣା ପାଣି ଉପରେ ଲୋକେ ଭରସା କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ ମଜୁରି କରି ଚଳିଥାନ୍ତି ପରିବାର ଲୋକେ। ତେବେ ବିଦ୍ୟୁତ ବ୍ୟବସ୍ଥା ହୋଇପାରି ନ ଥିବା ଯୋଗୁ ସନ୍ଧ୍ୟା ହେଲେ ଜାଳକାଠ ଏମାନଙ୍କର ସାହା ଭରସା। ଏକ ବର୍ଷ ପୂର୍ବରୁ ବିପିଏଲ ପରିବାର ପାଇଁ ପ୍ରତିଘରେ ମିଟର ଓ ତାର ଲଗାଯାଇଛି। ଖୁଣ୍ଟ ପଡି ନ ଥିବା ଯୋଗୁ ବିଜୁଳି ସେବା ମଧ୍ୟ ପାଇପାରିନାହାନ୍ତି। ବିଭିନ୍ନ ସମୟରେ ଗାଁ ଲୋକେ ପ୍ରଶାସନକୁ ଗ୍ରାମର ସମସ୍ତ ସମସ୍ୟା ଅବଗତ କରି ବିଫଳ ହୋଇଥିବା ୱାର୍ଡମେମ୍ବର ଭାବଗ୍ରାହୀ ଦେହୁରୀ, ଶୈଳ ଦେହୁରୀ, ରନତ୍ାକର ଦେହୁରୀ, ଗୁରୁଚରଣ ଦେହୁରୀ, ହର୍ଷ ଦେହୁରୀ, ଜଲି ରାଣୀ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ସରପଞ୍ଚ ଶିରପାଣି ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉକ୍ତ ଗ୍ରାମ ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ବିଦ୍ୟୁତ ସଂଯୋଗ ପାଇଁ ଉଦ୍ୟମ ଜାରି ରହିଛି । ବିଡିଓ ଦିଲୀପ କୁମାର ବାରା କହିଛନ୍ତି ଯେ, ଗ୍ରାମବାସୀଙ୍କ ଅଭିଯୋଗ ଅବଗତ ହୋଇଛି। ଆବଶ୍ୟକ ସହାୟତା ପାଇଁ ପ୍ରତି ବିଭାଗକୁ କୁହାଯାଇଛି। ତେବେ ବିଦ୍ୟୁତ ବିଭାଗର ଏସଡିଓ ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ ବିଦ୍ୟୁତ ଖୁଣ୍ଟ ପଡ଼ିସାରିଛି। ଖୁବ କମଦିନ ଭିତରେ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri