Posted inରାଜ୍ୟ

କଠିନ ପରିଶ୍ରମ କରାଇଛି ସଫଳ: ଦିନ ମଜୁରିଆରୁ ଫ୍ୟାକ୍ଟ୍ରି ମାଲିକ

ବନ୍ତଳା,୩ା୭ – ୩୦ ବର୍ଷ ତଳେ ମଜୁରି ଖଟୁଥିବା ମଣିଷ ଆଜି ଦୁଇ ଦୁଇଟି ଫ୍ୟାକ୍ଟ୍ରିର ମାଲିକ। ୧୫ ଶ୍ରମିକଙ୍କ ସେ ନିଯୁକ୍ତିଦାତା। ଦିନକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଥିବା ବେଳେ ଏବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି ସାମଗ୍ରୀ ଦୁଇ ଫ୍ୟାକ୍ଟ୍ରିରେ ରଖିଛନ୍ତି। କଠିନ ପରିଶ୍ରମ ଓ ଆଗକୁ ବଢ଼ିବାର ଆତ୍ମବିଶ୍ୱାସ ନେଇ ଏହାକୁ ସମ୍ଭବ କରିପାରିଛନ୍ତି ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ମେହେଶ୍ୱର ସାହୁ ଓରଫ ମହି (୪୨)।
ଗାଁ ସ୍କୁଲରେ ଅଷ୍ଟମ ଯାଏ ପଢିଥିବା ମହି ମାତ୍ର ୧୩ ବର୍ଷ ବୟସରେ ୧୯୮୯ରେ ଏକ ଟାଇଲ ଫ୍ୟାକ୍ଟ୍ରିରେ କାମ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ଦିନକର ପାରିଶ୍ରମିକ ଥିଲା ମାତ୍ର ୬ ଟଙ୍କା। ସେଠାରେ ଦୁଇ ବର୍ଷ ଶ୍ରମିକ ଭାବେ ଖଟିବା ପରେ ସେ ମିସ୍ତ୍ରି ହେବାକୁ ଉଦ୍ୟମ କରିଥିଲେ। ୧୯୯୧ରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରିରେ ସେ ମିସ୍ତ୍ରି ଭାବେ ଯୋଗଦେଇ ଦିନକୁ ୨୦ ଟଙ୍କା ରୋଜଗାର କଲେ। ପରେ ଢେଙ୍କାନାଳ ଓ ବନ୍ତଳାରେ ଥିବା ଟାଇଲ ଫ୍ୟାକ୍ଟ୍ରିରେ ୪ ବର୍ଷ ମିସ୍ତ୍ରି କାମ କରି ଟାଇଲ, ରିଙ୍ଗ, ଫୁଲ କୁଣ୍ଡ ନିର୍ମାଣରେ ଭଲ ନାମ ଅର୍ଜନ କରିପାରିଲେ। ଏହାପରେ ନିଜେ ଏକ ଟାଇଲ ଫ୍ୟାକ୍ଟ୍ରି କରିବାକୁ ଇଚ୍ଛା କରି ସେ ଦିଗରେ ଉଦ୍ୟମ କଲେ। ନିଜ ସଞ୍ଚୟ ୧୨ ହଜାର ଟଙ୍କାକୁ ପୁଞ୍ଜି କରି ୧୯୯୭ରେ ବନ୍ତଳା ପୋକତୁଙ୍ଗାରେ ଏକ ଫ୍ୟାକ୍ଟ୍ରି ଖୋଲିବାରେ ମହି ସଫଳ ହେଲେ। ସେଠାରେ ଟାଇଲ ସହ ସିମେଣ୍ଟରେ ଫୁଲ କୁଣ୍ଡ, ସ୍କଇଲାଇଟ ଆଦି ତିଆରି କରି ବିକ୍ରି କଲେ। ଭଲ କାର୍ଯ୍ୟ ଜାଣିଥିବାରୁ ତାଙ୍କ ବ୍ୟବସାୟ ଧୀରେ ଧୀରେ ଆଗକୁ ବଢ଼ିଲା। ପୋକତୁଙ୍ଗାରେ ୬ ବର୍ଷ ରହିବା ପରେ ଶଙ୍ଖପୁର ଗ୍ରାମରେ ଘର ନିର୍ମାଣ କରି ସେଠାକୁ ଫ୍ୟାକ୍ଟ୍ରି ସ୍ଥାନାନ୍ତର କଲେ। ୨୦୧୪ ସେ ବଡକେରାରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରି ଖୋଲିଲେ। ଏବେ ଶଙ୍ଖପୁରରେ ୮ ଜଣ ଓ ବଡକେରା ଫ୍ୟାକ୍ଟ୍ରିରେ ୭ ଜଣ ମିସ୍ତ୍ରି, ଶ୍ରମିକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କରୁ ସେ ୧୫ ଲକ୍ଷ ଟଙ୍କାର ଋଣ କରିଥିବା ବେଳେ ଏବେ ତାଙ୍କ ନିକଟରେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ ଓ ଗୋଟିଏ କାର ରହିଛି। କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକ୍ରି ସାମଗ୍ରୀ ଓ ଛାଞ୍ଚ ରହିଛି। ଢେଙ୍କାନାଳ ତୁମୁସିଙ୍ଗାର ମାମିଙ୍କୁ ସେ ବିବାହ କରିଥିବା ବେଳେ ସ୍ତ୍ରୀ ମଧ୍ୟ ଫ୍ୟାକ୍ଟ୍ରି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି। ନିଜ ଉପରେ ବିଶ୍ୱାସ ରଖି କାମ କରୁଥିବାରୁ ଏହି ସଫଳତା ମିଳିପାରିଥିବା ମହି ପ୍ରକାଶ କରିଛନ୍ତି।

(ଦୀନେଶ କୁମାର ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ: ଜାଣନ୍ତୁ କେମିତି ଚେକ୍‌ କରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ। ବୋର୍ଡ ୱେବ୍‌ ସାଇଟ…

ଜନଗଣନା କାର୍ଯ୍ୟ ସାରି ଫେରିବା ପରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ଅଞ୍ଚଳରେ ଶୋକର ଛାୟା

ବାସୁଦେବପୁର,୧।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆର ତୁଙ୍ଗ ଗ୍ରାମର ଶିକ୍ଷକ ବଳରାମ ବିନ୍ଧାଣୀଙ୍କର ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ମୃତ୍ୟୁ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri