କଟକ: ଲିଭିଗଲାଣି ଜେବ୍ରା କ୍ରସିଂ ଚିହ୍ନ

କଟକ ଅଫିସ,୨୬।୭ : ଜନଗହଳିପୂର୍ଣ୍ଣ ଟ୍ରାଫିକରେ ନିରାପଦରେ ଚାଲିଚାଲି ରାସ୍ତା ପାର ହେବା ପାଇଁ ଲୋକମାନଙ୍କ ଲାଗି ଜେବ୍ରା କ୍ରସିଂ ସଙ୍କେତ ରହିଛି। ମାତ୍ର କଟକର କେତେକ ପ୍ରମୁଖ ଟ୍ରାଫିକ ନିକଟ ଜେବ୍ରା କ୍ରସିଂରେ ଟଣାଯାଇଥିବା ଚିହ୍ନ ଲିଭିଗଲାଣି। ଆଉ କିଛି ସ୍ଥାନରେ ଜେବ୍ରା କ୍ରସିଂ ନାହିଁ। ଫଳରେ ଟ୍ରାଫିକ ନିକଟରେ ରାସ୍ତା ପାର ହେବା ପାଇଁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରେ ଜେବ୍ରା କ୍ରସିଂ ଭଳି ସୂଚନା ଦେବାର ଦାୟିତ୍ୱ ପୂର୍ତ୍ତ ବିଭାଗ। ହେଲେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଚାଳକମାନେ ଟ୍ରାଫିକ ସୂଚନାକୁ ଜାଣିପାରୁ ନାହାନ୍ତି। ଫଳସ୍ବରୂପ ସହରରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଆଉ କିଛି ସ୍ଥାନରେ ଜେବ୍ରା କ୍ରସିଂ ଗାର ସାମାନ୍ୟ ଦେଖାଯାଉଥିଲେ ମଧ୍ୟ ଚାଳକମାନେ ଏହା ଉପରେ ଗାଡ଼ି ରଖୁଛନ୍ତି। ଜେବ୍ରା କ୍ରସିଂ ପୂର୍ବରୁ ଗାଡି ରଖିବା ପାଇଁ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ଚାଳକମାନେ ଏହାକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି।
ମଙ୍ଗଳାବାଗ ଟ୍ରାଫିକରେ ଜେବ୍ରା କ୍ରସିଂ ଗୋଟେ ପଟେ ସମ୍ପୂର୍ଣ୍ଣ ଲିଭିଯାଇଥିବା ବେଳେ ଅନ୍ୟପଟେ ଅଧିକାଂଶ ଅଂଶ ଲିଭିଯାଇଛି। ବାଦାମବାଡି ଟ୍ରାଫିକର ଦୁଇଟି ପାର୍ଶ୍ୱରେ ଥିବା ଜେବ୍ରା କ୍ରସିଂ ସମ୍ପୂର୍ଣ୍ଣ ଲିଭିଯାଇଛି। ଲିଙ୍କ୍‌ରୋଡ ଟ୍ରାଫିକରେ ଜେବ୍ରା କ୍ରସିଂ ଥିଲେ ମଧ୍ୟ କେହି ନିୟମ ମାନୁନାହାନ୍ତି। ଅନ୍ୟପକ୍ଷରେ ରାଣୀହାଟ, ବିଡାନାସୀ, ସତୀଚଉରା ଟ୍ରାଫିକରେ ଆଦୌ ଜେବ୍ରା କ୍ରସିଂ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଏମ୍‌.ଆର୍‌.ଖାନ୍‌ କୁହନ୍ତି, ମୁଁ ଏ ସମ୍ପର୍କରେ ଆପଣଙ୍କ ଠାରୁ ଜାଣିବାକୁ ପାଇଲି। ଯେଉଁ ଟ୍ରାଫିକରେ ଜେବ୍ରା କ୍ରସିଂ ନାହିଁ ଅବା ରଙ୍ଗ ଛାଡିଯାଇଛି, ସେ ସବୁ କାର୍ଯ୍ୟ ଯଥାଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?