Posted inଖେଳ

କଟକ ଜିଲା ଚେସ୍‌ ଉଦ୍‌ଯାପିତ: ଅଂଶୁମାନ, ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- କଟକସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ କଟକ ଜିଲା ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବିଭାଗରେ ଅଂଶୁମାନ ସାମଲ ଓ ଜୁନିୟରରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି। ସିନିୟରରେ ଅଂଶୁମାନ ଓ ଶ୍ରେୟାଂଶ ଶୁଭମ୍‌ ପଟ୍ଟନାୟକ ୬ ପଏଣ୍ଟ ଲେଖାଏ ରଖିଥିଲେ ହେଁ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇ ଟ୍ରଫି ସହ ୫୦୦୦ ଓ ୩୫୦୦ଟଙ୍କାର ପୁରସ୍କାର ରାଶି ଲାଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟଂଶ ଦାସ, ନୀଲ୍‌ସୁ ପଟ୍ଟନାୟକ, ରବୀନ୍ଦ୍ର କୁମାର ଓଝା, ବିଶାଲ ପଟ୍ଟନାୟକ, ଶଙ୍କର ପ୍ରସାଦ ରାଓ, ସଞ୍ଜୀବନ ନାୟକ, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଓ ପ୍ରୀୟଂଶ ଦାସ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ସେହିପରି ଜୁନିୟରରେ ସ୍ବସ୍ତିକ, ନିଖିଲ ସାହୁ, ଦେବୀ ପ୍ରସାଦ ନାୟକ ଓ ବିକାଶ କୁମାର ଲେଙ୍କା ୬ ପଏଣ୍ଟ ଲେଖାଏ ପାଇଥିଲେ ହେଁ ପ୍ରଥମରୁ ୪ର୍ଥ ସ୍ଥାନରେ ରହିଛନ୍ତି। ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ଟ୍ରଫି ସହ ୨୫୦୦ ଓ ୧୫୦୦ ଟଙ୍କା ପୁରସ୍କାରଭାବେ ପାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାଇ ସୌରଭ ଦାସ, ସ୍ଥିତିପ୍ରଜ୍ଞ ସାହୁ, ସାଇ ସ୍ବରୂପ ମିଶ୍ର, ପି. ସାଇରୂପା, ସୌରଭ କର, ରାଜଭୀର ବି. ପାଲ୍‌ ପ୍ରମୁଖ ଶୀର୍ଷ ୧୦ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ୬, ୭, ୮, ୯, ୧୦ ଓ ୧୧ ବର୍ଷରୁ କମ୍‌ ବର୍ଗରେ ଶ୍ରେଷ୍ଠ ୪ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କେ. କେ. ବିଶୋଇ ଶ୍ରେଷ୍ଠ ଭେଟେରାନ, ସୋଭନା ସୋନାଲି ଜେନା ଶ୍ରେଷ୍ଠ ମହିଳା ଓ ଭିନ୍ନକ୍ଷମ ଖେଳାଳି ନିପୁନ ଆଦିତ୍ୟ ମହାନ୍ତିଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ଇନ୍‌କମ୍‌ ଟ୍ୟାକ୍ସ(ସର୍କଲ-୧, କଟକ) ଡେପୁଟି କମିଶନର ଡ. ଉମାକାନ୍ତ ଧ୍ରୁପତି ମୁଖ୍ୟ ଅତିଥି, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସତ୍ୟରଞ୍ଜନ ପଟ୍ଟନାୟକ, ରଞ୍ଜନ ମହାନ୍ତି, ବିବେକ ତିବରଓ୍ବାଲ, ଆସିତ ମୁଖାର୍ଜୀ, ଶ୍ରୀମନ୍ତ କୁମାର ପଣ୍ଡା, ତାପସ ମହାନ୍ତି, ସନ୍ତୋଷ ପୃଷ୍ଟି, ଫନିନ୍ଦ୍ରନାଥ ମହାନତ୍‌ି, ସୂର୍ଯ୍ୟକାନ୍ତ ବିଷୋଇ, ଜ୍ୟୋତି ପ୍ରକାଶ ମହାପାତ୍ର, ଜୀବନ ବଲ୍ଲଭ ସାମଲ, ଏନ. ସରିଫ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏସ.କେ. ମନସୁର ଅଲୀ ଓ ରାଜେନ୍ଦ୍ର କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri