Posted inଖେଳ

କଟକରେ ଓଡ଼ିଶା ଏଫ୍‌ସିର ଚୟନ ଶିବିର

କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ କମ୍‌ ବୟସ ବର୍ଗର ୩୦୦ ବାଳକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୧୦୦ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟକୁ ବଛାଯିବେ। ପୂର୍ବରୁ ଭୁବନେଶ୍ୱରରେ ଓଡ଼ିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଉଭୟ ଶିବିରକୁ ଆଧାର କରି ଜୁନିୟର ଓଡ଼ିଶା ଏଫ୍‌ସି ଦଳ ଖୁବଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଏହି ଦଳ ଆସନ୍ତା ସଂସ୍କରଣର ବିଭିନ୍ନ ଟୁର୍ନାମେଣ୍ଟରେ ଭାଗ ନେବ। ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌ ଥାଙ୍ଗବୋଇ ସିଙ୍ଗଟୋ ଶିବିରରେ ଉପସ୍ଥିତ ରହି କହିଥିଲେ ଯେ, ତୃଣମୂଳସ୍ତରରୁ ଖେଳାଳି ବାଛିବା ଆମ କ୍ଲବର ଲକ୍ଷ୍ୟ। ଜୁନିୟର ବର୍ଗରୁ ପ୍ରତିଭାବାନ ଖେଳାଳି ବାଛିବା ଆରମ୍ଭ କରିଛୁ। ରାଜ୍ୟ ସରକାରଙ୍କ ସହଯୋଗ ଜାରି ରହିଛି। କଟକରେ ଏହା ପ୍ରଥମ ପର୍ଯ୍ୟାୟ ଚୟନ ଶିବିର। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ ବୋଲି ସିଙ୍ଗଟୋ କହିଛନ୍ତି। ଓଡ଼ିଶା ଏଫ୍‌ସିର ମୁଖ୍ୟ ଫୁଟବଲ ଉନ୍ନୟନ ଅଧିକାରୀ ଆକାଶ ନାରୁଲା କହିଥିଲେ ଯେ, ଜୁନିୟର ଓ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଓଡ଼ିଶା ଏଫ୍‌ସିର ମୂଳ ଲକ୍ଷ୍ୟ। ଏହି ଖେଳାଳିମାନେ ଉଚ୍ଚମାନର ପ୍ରଶିକ୍ଷଣ ହାସଲ କରି ଆଗାମୀ ଦିନରେ ଜାତୀୟ ତଥା ବିଭିନ୍ନ ନାମିଦାମୀ କ୍ଲବରେ କିପରି ଦେଖିବାକୁ ମିଳିବେ ସେଥିନିମନ୍ତେ ପ୍ରଚେଷ୍ଟା କରାଯିବ। ଏହି ଅବସରରେ ଗ୍ରାସରୁଟ କୋଚ୍‌ ସୌରଭ ଭିରଡ଼ି, ସେଖ୍‌ ସହନୱାଜ ଆଲାମ, ଐଶ୍ୱର୍ୟନ ପିଲାଇ, ସହକାରୀ ଗ୍ରାସରୁଟ ମ୍ୟାନେଜର ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri