କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର କୁଇଣ୍ଟାଲ ଧାନ ଉପତ୍ାଦନ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଅମଳ ସମୟରେ ପ୍ରତିଦିନ ବର୍ଷା ଏଥିରେ ବାଧା ସୃଷ୍ଟି କରୁଛି। ପ୍ରତିକୂଳ ପରିସ୍ଥିତିରେ ଉପତ୍ାଦନ କରୁଥିବା ଧାନକୁ ବିକ୍ରି କରି ଚାଷୀ ତା’ର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ବାଲିଆପାଳ ବ୍ଲକରେ ଗୋଟିଏ ହେଲେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଏହି ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସୁଯୋଗ ନେଇ ରାଜ୍ୟ ବାହାରୁ ବେପାରୀମାନେ ଡେରା ପକାଇ ସ୍ଥାନୀୟ ଦଲାଲଙ୍କ ମାଧ୍ୟମରେ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାରରୁ ୧୧ଶହ ଟଙ୍କା ମଧ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ କିଣି ନେଇଯାଉଛନ୍ତି। ସରକାରୀ କଟକଣା ନ ଥିବାରୁ ବିନା ପରମିଟ୍‌ରେ ଏଭଳି କାରବାର ଚାଲିଛି।
ଚାଷୀମାନେ ଧାରକରଜ, ସୋସାଇଟି ଋଣ ପରିଶୋଧ ଓ ନିଜର ଖର୍ଚ୍ଚ ମେଣ୍ଟାଇବା ପାଇଁ କମ୍‌ ଦାମରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବାଲିଆପାଳ ବ୍ଲକର ଦେଉଳା, ବଳରାମପୁର , ବାଲିକୋଟ, ଦେଭୋଗ, ଶ୍ରୀରାମପୁର, ବଣିଆଡିହା ଓ ବୋଳଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ୧୪ଚକିଆ ବିଭିନ୍ନ ରାଜ୍ୟ ନମ୍ବର ଥିବା ଟ୍ରକ୍‌ ସବୁ ଧାନ କିଣୁଥିବା ଦେଖିବାକୁ ମିଳୁଛି। ଏସବୁ ଧାନ ଏଠାରୁ ସିଧାସଳଖ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡଖଣ୍ଡ ଆଦି ରାଜ୍ୟକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଧାନ ବିକ୍ରି କରୁଥିବା ଚାଷୀମାନଙ୍କୁ ପଚରାଯିବାରୁ ସେମାନେ କହିଛନ୍ତି ଯେ, ଏକ କୁଇଣ୍ଟାଲ ଧାନ ଅମଳ କରିବା ପାଇଁ ପାଖାପାଖି ୧୫୦୦ରୁ ୧୭୦୦ଟଙ୍କା ଖର୍ଚ୍ଚ ହେଉଛି। ଚଳିତବର୍ଷ ଘୂର୍ଣ୍ଣିଝଡ଼ ଓ ବାରମ୍ବାର କାଳବୈଶାଖୀ ଯୋଗୁ ଚାଷରେ କ୍ଷତି ହେବା ସହିତ ଅମଳ ମଧ୍ୟ ଆଶାତୀତ ଭାବରେ ହ୍ରାସ ପାଇଛି ା କିନ୍ତୁ ସରକାର ଘୋଷଣା କରିଥିବା ଧାନର ସହାୟକ ମୂଲ୍ୟ ୧୭୫୦ଟଙ୍କା ପାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ କମ୍‌ ଦାମ୍‌ରେ ଧାନ ବିକ୍ରି କରି କ୍ଷତି ସହୁଛୁ। ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ କିପରି ଉପଯୁକ୍ତ ମୂଲ୍ୟ ମିଳିପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏହାବ୍ୟତୀତ ଯେଉଁ ବାହାର ରାଜ୍ୟର ବେପାରୀମାନେ ଧାନ କିଣୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବା ପାଇଁ ବାଧ୍ୟ କରାଯିବା ଓ ସରକାରଙ୍କ ପକ୍ଷରୁ ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ଦୀପକ କୁମାର ମାଝି କହିଛନ୍ତି ଯେ, ମଣ୍ଡି ଖୋଲିବା ନେଇ ଆମ ପାଖକୁ କିଛି ନିର୍ଦ୍ଦେଶ ଆସିନାହିଁ। ଚିଠି ଆସିବା ପରେ ଯାହା ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri