କଜଳପାତିଆ ଭଦ୍ରଲୋକି

କାଉ କଳା, କୋଇଲି ମଧ୍ୟ କଳା। ଯଦି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗେ କାଉ କହେ ମୁଁ ବଡ଼, କୋଇଲି ମଧ୍ୟ କୁହେ ସିଏ ବଡ଼। କେହି କାହାକୁ ଛାଡ଼ିବାର ନୁହନ୍ତି। କାଉ କହେ ମୁଁ ଯଦି ସକାଳେ ଓ ସନ୍ଧ୍ୟାରେ କା’ କା’ ରାବନ୍ତି ନାହିଁ ତା’ହେଲେ ହୁଏତ ଲୋକମାନେ ଠିକ୍‌ ସମୟରେ ଶେଯ ଛାଡ଼ନ୍ତେ ନାହିଁ କି ସନ୍ଧ୍ୟାବତି ମଧ୍ୟ ଠିକ୍‌ ସମୟରେ ଦିଆଯାଆନ୍ତା ନାହିଁ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ଅଳିଆ ଆବର୍ଜନା ସଫା କରୁଛି ବୋଲି ମଣିଷଠାରୁ ଆରମ୍ଭ କରି ପଶୁ-ପକ୍ଷୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆରାମରେ ରହୁଛନ୍ତି। ମୁଁ ଆଉ କେଉଁ ପଶୁ ପକ୍ଷୀମାନଙ୍କ ଭଳି ପଲପଲ ପିଲାଛୁଆ ଜନ୍ମ କରି ନିଜର ବଂଶବିସ୍ତାର କରି ଅନ୍ୟମାନଙ୍କର ଦୁଃଖ କିମ୍ବା ବିନାଶର କାରଣ ସାଜେ ନାହିଁ । ଆମକୁ ‘କାକବନ୍ଧ୍ୟା’ ଭଳି ଅପବାଦ ମିଳିଲେ ମଧ୍ୟ ପୁଅ ହେଉ କି ଝିଅ ହେଉ ଆମେ ଥରକରେ ସନ୍ତୁଷ୍ଟ ହୋଇଥାଉ। କୋଇଲି ଲୋ’ ତୁ ଭଲ ଭାବରେ ଜାଣିଛୁ ମୋ ପାଇଁ ତୋର ବଂଶରକ୍ଷା ହୋଇପାରିଛି। ତୁ କେବଳ ଅଣ୍ଡା ଦେବା ଶିଖିଛୁ କିନ୍ତୁ ତାକୁ କେମିତି ପାଳିପୋଷି ଯନତ୍ ନେଇ ଛୁଆ କରିହେବ ସେ କଥା ତୋତେ ଆଦୌ ଜଣାନାହିଁ। ମୋତେ ଯାହା ଲଜ୍ଜା ନାହିଁ ତୋ ଅଣ୍ଡାର ଯନତ୍ନେଇ ମୁଁ ଛୁଆ କରୁଛି। ଆରେ ! ପିଲାମାନଙ୍କ ପାଖରୁ ତୁମେମାନେ ମା’ ବାପା ଡାକ ଶୁଣିବ କିନ୍ତୁ ମୁଁ ସାତ ପର ହୋଇଯିବି। କୃତଜ୍ଞତାର କ’ ଅକ୍ଷର ତୁମମାନଙ୍କୁ ଜଣା ନାହିଁ। ପର ଗାଲରେ ପିଠା ଖାଇବା ଭାରି ସହଜ, କିନ୍ତୁ ଚାଉଳ ବିରି ବତୁରାଇ ତାକୁ ବାଟି ତାଉଆରେ ପିଠା ବନାଇ ଖାଇବାରେ ଯେଉଁ କଷ୍ଟ ସେ କଥା ତୁମେମାନେ କାହୁଁ ଜାଣିବ ? ଏତକ ଶୁଣୁ ଶୁଣୁ କୋଇଲି ଆଉ କି ଛାଡେ, ସିଏ କହେ ରେ କାଉ! ତୋର କର୍କଶ ରାବ ଶୁଣି ଲୋକମାନେ କିଛି ଅଶୁଭ ଘଟଣା ଘଟିବ ବୋଲି ପରା ଆଶଙ୍କା କରି ଥାଆନ୍ତି। ହେଇ ଦେଖ ! ମୋର ସ୍ବର ମଧୁର ଆଉ ମୋର କୁହୁତାନ ଶୁଣିବା ପାଇଁ ଲୋକମାନେ କେତେ ବାଇଆ! ତେଣୁ ଯେଉଁ ଲୋକମାନଙ୍କର କଣ୍ଠ ମଧୁର ଥାଏ ସେମାନଙ୍କୁ କୋକିଳ କଣ୍ଠ ବୋଲି ଅଭିହିତ କରାଯାଇଥାଏ। ଆମର ପତି ପନତ୍ୀ ସମ୍ପର୍କ ମଧୁର। ମା’ କୋଇଲିର ସ୍ବରଠାରୁ ପୁରୁଷ କୋଇଲିର ସ୍ବର ମଧୁର, କିନ୍ତୁ ତାକୁ ନେଇ ଆମ ଭିତରେ ମନାନ୍ତର ନ ଥାଏ। ଆମ ସମ୍ପର୍କର ପବିତ୍ରତାକୁ ଲକ୍ଷ୍ୟ କରି ବିବାହ ପୂର୍ବରୁ କନ୍ୟାମାନେ କୋଇଲି ବୁଡ଼ (ବାଡ଼ୁଅପାଣି ଗାଧୁଆ) ପକାଇ ଥାଆନ୍ତି। କେବଳ ସେତିକି ନୁହେଁ ମୋର ମହତ୍ତ୍ୱ ଏବଂ ଗୁରୁତ୍ୱକୁ ଉପଲବ୍ଧି କରି ଶ୍ରୀମନ୍ଦିରରେ ମଧ୍ୟ ‘କୋଇଲି ବୈକୁଣ୍ଠ’ ଭଳି ଅତି ମର୍ଯ୍ୟାଦାବନ୍ତ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।
ଏସବୁ କଳି ଗଣ୍ଡଗୋଳ ଶୁଣି ସେଠାରେ ପହଞ୍ଚତ୍ଗଲା ‘କଜଳପାତି’ ଯାହାର ରଙ୍ଗ ମଧ୍ୟ କଳା। ଯେହେତୁ କଳିଗୋଳ ଲାଗୁଥିବା ଉଭୟ ପକ୍ଷଙ୍କର ରଙ୍ଗ କଳା, ତେଣୁ ତାକୁ ମଧ୍ୟସ୍ଥ ବା ଭଦ୍ରଲୋକି କରିବା ପାଇଁ କଷ୍ଟ ହେଲା ନାହିଁ। କାରଣ ଉଭୟ ପକ୍ଷରେ ତା’ର ଗ୍ରହଣୀୟତା ମଧ୍ୟ ଥିଲା। ଫରକ ଏତିକି ଥିଲା କାଉ ମୁହଁରେ କାଉକୁ ଟେକିବା ପୁଣି କୋଇଲି ମୁହଁରେ କୋଇଲିକୁ ପ୍ରଶଂସା କରିବାର କଳା କଜଳପାତିକୁ ଜଣାଥିଲା। ତା’ଛଡ଼ା ପକ୍ଷୀ ସମାଜ ମଧ୍ୟରେ ଯଦି ଏକତା ନ ରହିବ ତା’ହେଲେ ହୁଏତ ଅନ୍ୟମାନଙ୍କୁ ଆକ୍ରମଣ କରିବାର ସୁଯୋଗ ମିଳି ଯାଇପାରେ। ପକ୍ଷୀ ସମାଜରେ ଶାନ୍ତି, ଶୃଙ୍ଖଳା ତଥା ଏକତା ବଜାୟ ରହିବା ସହିତ ବାହ୍ୟ ଆକ୍ରମଣରୁ ନିଜକୁ ବଞ୍ଚାଇବାର ଏହି ତଥାକଥିତ ପ୍ରୟାସକୁ ଅନ୍ୟ ପକ୍ଷୀମାନେ ମଧ୍ୟ ସମର୍ଥନ କରିବାକୁ ଚାଲି ଆସିଲେ। ଏକଥା କହିବା ବାହୁଲ୍ୟ ମାତ୍ର, ଏଠାରେ କଜଳପାତିକୁ ମଧ୍ୟସ୍ଥତା କରିବା ପାଇଁ ନା କାଉ ଡାକିଥାଏ ନା କୋଇଲି ଡାକିଥାଏ। ତେବେ ନିଜର ଗରିମା ବା ଗୁରୁତ୍ୱ ବଜାୟ ରଖିବା ପାଇଁ ହେଉ କିମ୍ବା ପକ୍ଷୀ ସମାଜର ବୃହତ୍‌ ସ୍ବାର୍ଥ ରକ୍ଷା ପାଇଁ ହେଉ ତା’ର ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ବୁଝିବା ଏକ କଷ୍ଟକର ବ୍ୟାପାର। ତେଣିକି ତାକୁ କାଉ ଏବଂ କୋଇଲି ପଚାରିଲେ କି ନାହିଁ ତା’ର କିଛି ଯାଏ ଆସେ ନାହିଁ। ତେବେ ତା’ର ଉକ୍ତ ମଧ୍ୟସ୍ଥ ଭୂମିକାଟି ସାଧାରଣତଃ ପ୍ରଶଂସନୀୟ ହୋଇଥାଏ। ଯଦି କୌଣସି କାରଣରୁ ଉଭୟ କାଉ ଏବଂ କୋଇଲି, ‘ଏହି କଳି ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ ଏବଂ ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ’ ବୋଲି କୁହନ୍ତି ଏବଂ ଏହାକୁ ଅନ୍ୟ ପକ୍ଷୀମାନେ ମଧ୍ୟ ସମର୍ଥନ କରି ଅନଧିକାର ଚର୍ଚ୍ଚା ନ କରନ୍ତି ତେବେ କଜଳପାତିକୁ ଭଦ୍ରଲୋକି କରିବାର ଅପନିନ୍ଦା ମିଳିଥାଏ। କାରଣ କଥାରେ ଅଛି ‘ମାନି, ଜାମିନି, ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି’।
ଏହା ପକ୍ଷୀ ସମାଜର ଏକ କାଳ୍ପନିକ କଥାବସ୍ତୁ ହୋଇପାରେ, ତେବେ ଆମ ସମାଜରେ କଜଳପାତିଆ ଚରିତ୍ରର ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କିଏ ଡାକୁ ବା ନ ଡାକୁ କିମ୍ବା ଖୋଜୁ ବା ନ ଖୋଜୁ ସମସ୍ୟାର ସମାଧାନ କରିବା ନାଁରେ ସେମାନେ ଆସି ପର କଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଅଧିକ ଜଟିଳ କରି ତା’ର ଫାଇଦା ଉଠାଇବାକୁ ଚେଷ୍ଟା କରିଥାଆନ୍ତି। ଯଦିଓ ଏମାନଙ୍କ ମଧ୍ୟରୁ ଅଳ୍ପ କିଛି ଉଭୟଙ୍କର ଆପତ୍ତି ଅଭିଯୋଗ ଶୁଣି ସାରି ନିଜର ଚମତ୍କାର ବ୍ୟକ୍ତିତ୍ୱ ତଥା ବୁଝାମଣାର କଳାକୌଶଳ ଦ୍ୱାରା ଉଭୟ ପକ୍ଷଙ୍କ ମଧ୍ୟରେ ଲାଗି ରହିଥିବା ସାମୟିକ କିମ୍ବା ଦୀର୍ଘ ଦିନର ମନାନ୍ତର, ମତାନ୍ତର ତଥା କଳି-ଗଣ୍ଡଗୋଳଗୁଡ଼ିକର ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥାଆନ୍ତି, ତେବେ ଆମେ ସମସ୍ତେ ଏହି କଜଳପାତିଆ ଭଦ୍ରଲୋକମାନଙ୍କର ଭୂମିକାକୁ ଠିକ୍‌ ଭାବେ ତଉଲି ପାରିଲେ ଯାଇ ଅଯଥା ସମସ୍ୟାଗୁଡ଼ିକରୁ ମୁକୁଳି ପାରିବା ନ ହେଲେ ସମସ୍ୟାର ଜାଲରେ ଛନ୍ଦି ହେବା ସହିତ ଉକ୍ତ ମତାନ୍ତର ଏବଂ ମନାନ୍ତରଗୁଡ଼ିକ ବହୁଗୁଣିତ ହେବାର ଆଶଙ୍କା ରହିଛି।
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri