କଂସାରୀ ସମାଜର ରାଜ୍ୟସ୍ତରୀୟ ଅଧିବେଶନ ପ୍ରସ୍ତୁତିସଂଘବଦ୍ଧ: ପ୍ରଚେଷ୍ଟା ଶିଳ୍ପ ତଥା କାରିଗର ଉନ୍ନତିରେ ସହାୟକ ହେବ

ଖଣ୍ଡପଡା,୨୧ା୫(ସ୍ବ.ପ୍ର.): ନିଖିଳ ଉକତ୍ଳ କଂସାରୀ ସମାଜର ୪୭ତମ ରାଜ୍ୟସ୍ତରୀୟ ବାର୍ଷିକ ଅଧିବେଶନ ଆସନ୍ତା ଜୁନ୍‌ ୮ ଓ ୯ତାରିଖ ଦୁଇଦିନ ଧରି କଣ୍ଟିଲୋଠାରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ରାଞ୍ଚଳ ଶାଖାର ୫ ଗୋଟି ଜିଲା ଯଥା ନୟାଗଡ଼, କଟକ, ବୌଦ୍ଧ, ଫୁଲବାଣୀ ଓ ଅନୁଗୋଳ ଜିଲାର କଂସାରୀ ଭାଇମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ଅନୁଷ୍ଠାନର ସମ୍ପାଦକ ଶ୍ରୀପତି ମହାରଣା ସୂଚନା ଦେଇଛନ୍ତି। କଂସା ପିତ୍ତଳ ହସ୍ତଶିଳ୍ପକୁ ପୁନରୁଦ୍ଧାର କରିବା ସହିତ କଂସାରୀ ସମାଜକୁ ସୁଦୃଢ କରିବାକୁ ହେଲେ ଆମକୁ ସଙ୍ଗଠିତ ହେବାକୁ ପଡିବ। ରାଜ୍ୟର ସମସ୍ତ କଂସାରୀ ଭାଇମାନେ ଏକାଠି ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ପଡିବ ା ନ ହେଲେ ଆମ ଦୁଃଖ କେହି ବୁଝିବେ ନାହିଁ ବୋଲି ରବିବାର ଭୁବନେଶ୍ୱର ସତ୍ୟନଗରଠାରେ ଅନୁଷ୍ଠିତ ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଂସାରୀ ସଂଗଠନର ସଦସ୍ୟମାନେ ମତ ଦେଇଥିଲେ। ଭୁବନେଶ୍ୱର କଂସାରୀ ସମାଜ ଉନ୍ନୟନ ପରିଷଦର ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖା ସଭାପତି ଅଖିଳ କୁମାର ମହାରଣା ଯୋଗଦେଇ କାରିଗର ତଥା ସଂଗଠନ ବହୁ ସମସ୍ୟା ମଧ୍ୟରେ ଗତିକରୁଥିବା ପ୍ରକାଶ କରିଥିଲେ। ସମାବେଶରେ ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର ପୂର୍ବତନ ସଭାପତି ନକୁଳ ସାହୁ, ଦଣ୍ଡପାଣି ସାହୁ, ସମ୍ପାଦକ ଶ୍ରୀପତି ମହାରଣା, ପୂର୍ବତନ ସମ୍ପାଦକ ଅନାଦି ଚରଣ ସାହୁ, ଭୁବନେଶ୍ୱର କଂସାରୀ ସମାଜ ଉନ୍ନୟନ ପରିଷଦ ସମ୍ପାଦକ ସୁଦର୍ଶନ ସାହୁ, ବରିଷ୍ଠ ସଦସ୍ୟ ନୀଳକଣ୍ଠ ସାହୁ, ନରେନ୍ଦ୍ର କୁମାର ସାହୁ, ସଂଗଠନ ସଂପାଦକ ବାବାଜୀ ଚରଣ ସାହୁ, ଜଗତ୍‌ସିଂହପୁର ତିର୍ତ୍ତୋଲରୁ ମଙ୍ଗୁଳି ସାହୁ, ଯାଜପୁର କୁନ୍ଦପାଟଣାର କୈଳାସ ସାହୁ, ଆସିକାର କାଳୁ ଚରଣ ସାହୁ, ବରଗଡର ଅର୍ଜୁନ ସାହୁ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆମେମାନେ ଯଦି ସଂଘବଦ୍ଧ ଭାବରେ ଆମ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରି ଆବଶ୍ୟକ ସ୍ଥଳେ ଆନ୍ଦୋଳନ ପନ୍ଥା ନ ଆପଣେଇବା ତେବେ ଦାବି ହାସଲ କରିପାରିବା ନାହିଁ। ଏକାଠି ହୋଇ ସ୍ବର ଉତ୍ତୋଳନ କଲେ କଂସା ପିତଳ ହସ୍ତଶିଳ୍ପର ବିକାଶ ତଥା ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ା
ସୂଚନାଯୋଗ୍ୟ ସୌଖୀନ ବ୍ୟବସାୟୀଙ୍କ ପ୍ରତିଯୋଗିତା, କଞ୍ଚାମାଲ ଅଭାବ, ଉପତ୍ାଦିତ ସାମଗ୍ରୀର ମାନ୍ଦା ବଜାର ବ୍ୟବସ୍ଥା, ଜଙ୍ଗଲ ଅବକ୍ଷୟ, କାଠ କୋଇଲାର ଅଭାବ ସାଙ୍ଗକୁ କଂସାପିତ୍ତଳ କାରିଗରଙ୍କୁ ଶୋଷଣ ଓ ସରକାରୀ ପ୍ରୋତ୍ସାହନ ଅଭାବ କଂସାରୀ ସମାଜକୁ ପଙ୍ଗୁ କରିଦେଇଛି। ଫଳରେ ଏହି ହସ୍ତଶିଳ୍ପ ସମ୍ପୂର୍ଣ୍ଣ ବୁଡିଯିବା ଉପରେ। ଆସନ୍ତା ଜୁନ ମାସରେ କଣ୍ଟିଲୋଠାରେ ଆୟୋଜିତ ବାର୍ଷିକ ଅଧିବେଶନରେ ରାଜ୍ୟର ସମସ୍ତ ଅଞ୍ଚଳର କଂସାରୀ ଭାଇମାନେ ଯୋଗଦେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଥିଲା। ପରିଶେଷରେ ନିରଞ୍ଜନ ମହାରଣା ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri