ନୂଆ ସରକାରଙ୍କୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ;ଏମ୍‌ଏସ୍‌ପି ହଟାଅ, କମ୍ପାନୀ ଟିକସ ୫% କମାଅ

ନୂଆଦିଲ୍ଲୀ,୨୧-୫: ଆସନ୍ତା ୨୩ ତାରିଖ ପରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ନୂଆ ସରକାରଙ୍କ ନିକଟରେ ଏକାଧିକ ଆହ୍ବାନ ରହିଛି। ତେବେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ନୂଆ ସରକାରଙ୍କ ପାଇଁ କେତେକ ପରାମର୍ଶ ଦେଇଛନ୍ତି। କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍‌ଏସ୍‌ପି) ହଟାଇବା ସହିତ କମ୍ପାନୀ ଟିକସରେ ୫% ହ୍ରାସ କରିବା ତଥା ଆୟ ସମର୍ଥନ ଯୋଜନାର ପରିଧି ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଲ୍ଲା କହିଛନ୍ତି ଯେ, ନୂଆ ସରକାର ଆସନ୍ତା ୩ ବର୍ଷ ପାଇଁ ଏମ୍‌ଏସ୍‌ପିକୁ ପ୍ରତ୍ୟାହାର କରିନେବା ଉଚିତ୍‌। କୃଷି କ୍ଷେତ୍ରରେ ହସ୍ତକ୍ଷେପ ଶୂନ୍ୟ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ଦେଶରେ ପୁଞ୍ଜି ଲଗାଣ ଏବଂ କମ୍ପାନୀ ଟିକସ ବହୁ ଅଧିକ। ଗତ ୫/୬ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁଲ୍‌ ବାଟରେ ଯାଉଛି। ବାସ୍ତବିକ ସୁଧ ହାର ୩.୫% ହୋଇ ପାରିବ ନାହିଁ। ଦେଶର ଜିଡିପି ବୃଦ୍ଧି ହାର ବାର୍ଷିକ ୮ରୁ ୮.୫% ରହିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ରହିଥିବା ଭଲ୍ଲା କହିଛନ୍ତି ଯେ, ମଧ୍ୟମ ଆୟ ଜାଲରେ ଭାରତ ଫଶିବାର ସମ୍ଭାବନା ନାହିଁ। ମଧ୍ୟମ ଆୟବର୍ଗ ଜାଲ ଧାରଣାକୁ ଭୁଲ ଭାବେ ଗ୍ରହଣ କରାଯାଇଛି ଏବଂ ଭାରତୀୟମାନେ ଏଦିଗରେ ଆଗେଇନାହାନ୍ତି। ସୂଚନାଥାଉ କି, ପରିଷଦର ସଦସ୍ୟ ରଥିନ ରୟ କହିଥିଲେ ଯେ, ଭାରତୀୟ ଅର୍ଥନୀତି ଢାଞ୍ଚାଗତ ନରମପଣ ଆପଣାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଉପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଚାଇନା ଦୀର୍ଘଦିନ ହେବ ବିଶ୍ୱ ଅର୍ଥନୀତିରୁ ବହୁ ଲାଭ ଉଠାଇଛି। ବର୍ତ୍ତମାନ ଏହା ପୂର୍ବରୁ ହାସଲ କରିଥିବା ଲାଭର ମୂଲ୍ୟ ଦେଉଛି। ଗୋବଧକୁ ମୁସ୍‌ଲିମ ବିରୋଧୀ ଦର୍ଶାଇ ସେ କହିଛନ୍ତି ଯେ, ଦେଶର ନୀତିରେ ପରିବର୍ତ୍ତନ ଲୋଡା। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନର ଆକଳନ କରି ସେ କହିଛନ୍ତି ଯେ, ଗତ ୪/୫ ବର୍ଷ ମଧ୍ୟରେ ଯେ କୌଣସି ଦେଶ ତୁଳନାରେ ଏନଡିଏ ସରକାର ଏକୀକୃ ସମାବେଶୀ ଭାବେ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ, ମୋଦିଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ଦେଖିବାକୁ ହେବ। ସିଙ୍ଗାପୁରର ଲି କୁଆନ ୟେବ୍‌ଙ୍କ ଶ୍ରେଣୀରେ ତାଙ୍କୁ ରଖାଯାଇପାରେ। ତାଙ୍କ ନିକଟରେ ଦୃଷ୍ଟିକୋଣ ଏବଂ ମିଶନ ରହିଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ଏକ ମିଶନ କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri