ନୂଆ ସରକାରଙ୍କୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ;ଏମ୍‌ଏସ୍‌ପି ହଟାଅ, କମ୍ପାନୀ ଟିକସ ୫% କମାଅ

ନୂଆଦିଲ୍ଲୀ,୨୧-୫: ଆସନ୍ତା ୨୩ ତାରିଖ ପରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ନୂଆ ସରକାରଙ୍କ ନିକଟରେ ଏକାଧିକ ଆହ୍ବାନ ରହିଛି। ତେବେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ନୂଆ ସରକାରଙ୍କ ପାଇଁ କେତେକ ପରାମର୍ଶ ଦେଇଛନ୍ତି। କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍‌ଏସ୍‌ପି) ହଟାଇବା ସହିତ କମ୍ପାନୀ ଟିକସରେ ୫% ହ୍ରାସ କରିବା ତଥା ଆୟ ସମର୍ଥନ ଯୋଜନାର ପରିଧି ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଲ୍ଲା କହିଛନ୍ତି ଯେ, ନୂଆ ସରକାର ଆସନ୍ତା ୩ ବର୍ଷ ପାଇଁ ଏମ୍‌ଏସ୍‌ପିକୁ ପ୍ରତ୍ୟାହାର କରିନେବା ଉଚିତ୍‌। କୃଷି କ୍ଷେତ୍ରରେ ହସ୍ତକ୍ଷେପ ଶୂନ୍ୟ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ଦେଶରେ ପୁଞ୍ଜି ଲଗାଣ ଏବଂ କମ୍ପାନୀ ଟିକସ ବହୁ ଅଧିକ। ଗତ ୫/୬ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁଲ୍‌ ବାଟରେ ଯାଉଛି। ବାସ୍ତବିକ ସୁଧ ହାର ୩.୫% ହୋଇ ପାରିବ ନାହିଁ। ଦେଶର ଜିଡିପି ବୃଦ୍ଧି ହାର ବାର୍ଷିକ ୮ରୁ ୮.୫% ରହିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ରହିଥିବା ଭଲ୍ଲା କହିଛନ୍ତି ଯେ, ମଧ୍ୟମ ଆୟ ଜାଲରେ ଭାରତ ଫଶିବାର ସମ୍ଭାବନା ନାହିଁ। ମଧ୍ୟମ ଆୟବର୍ଗ ଜାଲ ଧାରଣାକୁ ଭୁଲ ଭାବେ ଗ୍ରହଣ କରାଯାଇଛି ଏବଂ ଭାରତୀୟମାନେ ଏଦିଗରେ ଆଗେଇନାହାନ୍ତି। ସୂଚନାଥାଉ କି, ପରିଷଦର ସଦସ୍ୟ ରଥିନ ରୟ କହିଥିଲେ ଯେ, ଭାରତୀୟ ଅର୍ଥନୀତି ଢାଞ୍ଚାଗତ ନରମପଣ ଆପଣାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଉପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଚାଇନା ଦୀର୍ଘଦିନ ହେବ ବିଶ୍ୱ ଅର୍ଥନୀତିରୁ ବହୁ ଲାଭ ଉଠାଇଛି। ବର୍ତ୍ତମାନ ଏହା ପୂର୍ବରୁ ହାସଲ କରିଥିବା ଲାଭର ମୂଲ୍ୟ ଦେଉଛି। ଗୋବଧକୁ ମୁସ୍‌ଲିମ ବିରୋଧୀ ଦର୍ଶାଇ ସେ କହିଛନ୍ତି ଯେ, ଦେଶର ନୀତିରେ ପରିବର୍ତ୍ତନ ଲୋଡା। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନର ଆକଳନ କରି ସେ କହିଛନ୍ତି ଯେ, ଗତ ୪/୫ ବର୍ଷ ମଧ୍ୟରେ ଯେ କୌଣସି ଦେଶ ତୁଳନାରେ ଏନଡିଏ ସରକାର ଏକୀକୃ ସମାବେଶୀ ଭାବେ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ, ମୋଦିଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ଦେଖିବାକୁ ହେବ। ସିଙ୍ଗାପୁରର ଲି କୁଆନ ୟେବ୍‌ଙ୍କ ଶ୍ରେଣୀରେ ତାଙ୍କୁ ରଖାଯାଇପାରେ। ତାଙ୍କ ନିକଟରେ ଦୃଷ୍ଟିକୋଣ ଏବଂ ମିଶନ ରହିଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ଏକ ମିଶନ କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri