କଂଗ୍ରେସର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା: ଯୋଗଦେଲେ ରାଜ୍ୟ ପ୍ରଭାରୀ

ବାଲେଶ୍ୱର ଅଫିସ, ୨୦।୨-ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ବୁଧବାର ଦିନିକିଆ ବାଲେଶ୍ୱର ଜିଲା ଗସ୍ତରେ ଆସି ଦକ୍ଷତା ବୃଦ୍ଧି ସମ୍ପର୍କରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ପ୍ରଦେଶ ସହପ୍ରଭାରୀ ଭି. ରୁଦ୍ରରାଜୁ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲେଶ୍ୱର ସଦର, ନୀଳଗିରି, ଖଇରା, ସିମୁଳିଆ, ବାହାନଗା, ରେମୁଣାର ବ୍ଲକସ୍ତରୀୟ ନେତା, କର୍ମୀ, କର୍ମକର୍ତ୍ତା, ପୂର୍ବତନ ବିଧାୟକ ଏବଂ ପ୍ରାର୍ଥୀମାନଙ୍କ ସହ ବ୍ଲକୱାରୀ ପୃଥକ ଭାବେ ଆଲୋଚନା କରିଥିଲେ। ସଙ୍ଗଠନକୁ କିଭଳି ତୃଣମୂଳସ୍ତରରେ ଅଧିକ ମଜବୁତ୍‌ କରାଯାଇପାରିବ ସେ ସମ୍ପର୍କରେ ପ୍ରଭାରୀ ସିଂ ମତାମତ ଲୋଡ଼ିଥିଲେ। ଜିଲା କଂଗ୍ରେସ କମିଟି ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ ସମ୍ପର୍କରେ ମଧ୍ୟ କର୍ମୀମାନଙ୍କଠାରୁ ମତାମତ ଲୋଡ଼ିଥିଲେ। ଖୁବଶୀଘ୍ର ଜିଲାସଭାପତି ଚୟନ କରାଯିବ ବୋଲି ପ୍ରଭାରୀ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରି, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସର୍ମିଷ୍ଟା ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ଗୋପନାରାୟଣ ଦାସ, ଅକ୍ଷୟ ଆଚାର୍ଯ୍ୟ, ଯୁଧିଷ୍ଠିର ଜେନା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବିଧାନସଭା ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସପଟ୍ଟନାୟକ, ପ୍ରତାପ କୁମାର ସେଠୀ, ପ୍ରମୁଖ ଉପସ୍ଥିତ ମତାମତ ଦେଇଥିଲେ। ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ସାମଲ, ବାସନ୍ତୀ ନାୟକ, ହେମଲତା ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁବ୍ରତ ଦାସ, ଜିଲା କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ, କୃଷ୍ଣଗୋପାଳ ପଣ୍ଡା, ଛାତ୍ରନେତା ରଞ୍ଜନ ଦାସ, ଗୌତମ ସାହୁ, ଜ୍ଞାନେନ୍ଦ୍ର ମହାନ୍ତି ତଥା ନେତ୍ରୀଙ୍କ ସମେତ ଜିଲା କଂଗ୍ରେସର ସମସ୍ତ ଛାମୁଆ ସଙ୍ଗଠନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ମତାମତ ଦେଇଥିଲେ। ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri