Posted inରାଜ୍ୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ

ନୂଆଦିଲ୍ଲୀ,୨୯ା୫: ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ଦଳ ପାଇଁ ନେତୃତ୍ୱ ସଙ୍କଟର କାରଣ ପାଲଟିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାବେଳେ ତାକୁ ନେଇ ଅଡୁଆ ଛିଣ୍ଡୁନାହିଁ। ରାହୁଲ କଂଗ୍ରେସ ମୁଖ୍ୟ ଭାବେ ରୁହନ୍ତୁ ବୋଲି ଦଳର ବରିଷ୍ଠ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ କେତେକ ମହଲରେ ସ୍ବର ଉଠିବାରେ ଲାଗିଲାଣି।
ସଦସ୍ୟ ବିଶିଷ୍ଟ ଲୋକ ସଭାର ମାତ୍ର ୫୨ ଆସନ ଦଖଲ କରିବାରେ ସକ୍ଷମ ହୋଇଛି କଂଗ୍ରେସ। ଏପରି କି ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦଳ ଖାତା ମଧ୍ୟ ଖୋଲିପାରି ନାହିଁ। ଉତ୍ତରପ୍ରଦେଶର ପାରମ୍ପରିକ ଆସନ ଅମେଠିରେ ରାହୁଲଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏନେଇ କ୍ଷୁବ୍ଧ ରାହୁଲ ବିଫଳତା ପାଇଁ ଉତ୍ତରଦାୟିତ୍ୱ ନେଇ ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାସହ ସେ କମଳନାଥ, ପି. ଚିଦାମ୍ବରମ୍‌ ଓ ଅଶୋକ ଗେହଲଟଙ୍କ ଭଳି କେତେଜଣ ବରିଷ୍ଠ ନେତାଙ୍କ ଉପରେ ବର୍ଷିଥିଲେ। ଦିନକ ପାଇଁ ନେତାଙ୍କ ସହ ଆଲୋଚନା ଓ ବୈଠକକୁ ବାତିଲ କରିବା ପରେ ରାହୁଲ ମଙ୍ଗଳବାର ତୋଗ୍‌ଲକ୍‌ ଲେନ୍‌ସ୍ଥିତ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଦଳର ସାଧାରଣ ସମ୍ପାଦକ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପୃଥକ୍‌ ବୈଠକ କରିଛନ୍ତି। ପ୍ରିୟଙ୍କାଙ୍କ ପରେ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ମଧ୍ୟ ରାହୁଲଙ୍କୁ ସାକ୍ଷାତ କରିଛନ୍ତି। ରାହୁଲ ଇସ୍ତଫାପତ୍ର ପ୍ରତ୍ୟାହାର କରନ୍ତୁ ବୋଲି ନେତାମାନେ ତାଙ୍କୁ ଅନୁରୋଧ କରିଥିବାବେଳେ ସେ ନିଜ ଜିଦରେ ଅଟଳ ଥିବା କୁହାଯାଉଛି। ଏହାସତ୍ତ୍ୱେ ରାହୁଲ ଅଧ୍ୟକ୍ଷ ପଦ ବଜାୟ ରଖନ୍ତୁ ବୋଲି ବରିଷ୍ଠ ନେତାମାନେ ତାଙ୍କୁ ମନାଇବାରେ ଲାଗିଛନ୍ତି। ରାଜ୍ୟ ସଭା ସଦସ୍ୟ ପ୍ରମୋଦ ତିଓ୍ବାରୀ କହିଛନ୍ତି, ରାହୁଲ ଇସ୍ତଫା ଦେବା ବଦଳରେ ଅନ୍ୟ ସମସ୍ତ ନେତାଙ୍କୁ ଇସ୍ତଫା ଲାଗି ନିର୍ଦ୍ଦେଶ ଦେଇ କଂଗ୍ରେସର ପୁନର୍ଗଠନ କରିବା ଉଚିତ। ପରାଜୟ ପାଇଁ ଉତ୍ତରଦାୟିତ୍ୱ ସ୍ଥିରକରିବା ସମୟ ଆସିଛି। ସେହିପରି ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି, କଂଗ୍ରେସ ବଞ୍ଚତ୍ଛି। ଏହାର ଶେଷକଥା ଲେଖିବାର ସମୟ ଆସିନାହିଁ। ଦଳର ନେତୃତ୍ୱ ପାଇଁ ରାହୁଲ ସବୁଠୁ ଯୋଗ୍ୟ ନେତା। ଅନୁରୂପ ଭାବେ ରାହୁଲ କଂଗ୍ରେସ ପାଇଁ ପ୍ରେରଣା ଏବଂ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସେ ଇସ୍ତଫା ଦେବା ଅନୁଚିତ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌. ବୀରାପ୍ପା ମୋଇଲି କହିଛନ୍ତି। ତାମିଲନାଡୁରେ କଂଗ୍ରେସର ସହଯୋଗୀ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ମଧ୍ୟ ପଦ ନ ଛାଡ଼ିବାକୁ ରାହୁଲଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାହୁଲ ନରମିଥିବା ଜଣାପଡ଼ିଛି। ସେ କେତେକ ସର୍ତ୍ତ ସହ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ରାଜି ହୋଇଛନ୍ତି। ରାହୁଲ ଲୋକ ସଭାରେ କଂଗ୍ରେସ ନେତା ମଧ୍ୟ ହେବା ପାଇଁ ପ୍ରସ୍ତୁତ। ତେବେ ଦଳ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri