Posted inରାଜ୍ୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ

ନୂଆଦିଲ୍ଲୀ,୨୯ା୫: ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ଦଳ ପାଇଁ ନେତୃତ୍ୱ ସଙ୍କଟର କାରଣ ପାଲଟିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାବେଳେ ତାକୁ ନେଇ ଅଡୁଆ ଛିଣ୍ଡୁନାହିଁ। ରାହୁଲ କଂଗ୍ରେସ ମୁଖ୍ୟ ଭାବେ ରୁହନ୍ତୁ ବୋଲି ଦଳର ବରିଷ୍ଠ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ କେତେକ ମହଲରେ ସ୍ବର ଉଠିବାରେ ଲାଗିଲାଣି।
ସଦସ୍ୟ ବିଶିଷ୍ଟ ଲୋକ ସଭାର ମାତ୍ର ୫୨ ଆସନ ଦଖଲ କରିବାରେ ସକ୍ଷମ ହୋଇଛି କଂଗ୍ରେସ। ଏପରି କି ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦଳ ଖାତା ମଧ୍ୟ ଖୋଲିପାରି ନାହିଁ। ଉତ୍ତରପ୍ରଦେଶର ପାରମ୍ପରିକ ଆସନ ଅମେଠିରେ ରାହୁଲଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏନେଇ କ୍ଷୁବ୍ଧ ରାହୁଲ ବିଫଳତା ପାଇଁ ଉତ୍ତରଦାୟିତ୍ୱ ନେଇ ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାସହ ସେ କମଳନାଥ, ପି. ଚିଦାମ୍ବରମ୍‌ ଓ ଅଶୋକ ଗେହଲଟଙ୍କ ଭଳି କେତେଜଣ ବରିଷ୍ଠ ନେତାଙ୍କ ଉପରେ ବର୍ଷିଥିଲେ। ଦିନକ ପାଇଁ ନେତାଙ୍କ ସହ ଆଲୋଚନା ଓ ବୈଠକକୁ ବାତିଲ କରିବା ପରେ ରାହୁଲ ମଙ୍ଗଳବାର ତୋଗ୍‌ଲକ୍‌ ଲେନ୍‌ସ୍ଥିତ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଦଳର ସାଧାରଣ ସମ୍ପାଦକ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପୃଥକ୍‌ ବୈଠକ କରିଛନ୍ତି। ପ୍ରିୟଙ୍କାଙ୍କ ପରେ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ମଧ୍ୟ ରାହୁଲଙ୍କୁ ସାକ୍ଷାତ କରିଛନ୍ତି। ରାହୁଲ ଇସ୍ତଫାପତ୍ର ପ୍ରତ୍ୟାହାର କରନ୍ତୁ ବୋଲି ନେତାମାନେ ତାଙ୍କୁ ଅନୁରୋଧ କରିଥିବାବେଳେ ସେ ନିଜ ଜିଦରେ ଅଟଳ ଥିବା କୁହାଯାଉଛି। ଏହାସତ୍ତ୍ୱେ ରାହୁଲ ଅଧ୍ୟକ୍ଷ ପଦ ବଜାୟ ରଖନ୍ତୁ ବୋଲି ବରିଷ୍ଠ ନେତାମାନେ ତାଙ୍କୁ ମନାଇବାରେ ଲାଗିଛନ୍ତି। ରାଜ୍ୟ ସଭା ସଦସ୍ୟ ପ୍ରମୋଦ ତିଓ୍ବାରୀ କହିଛନ୍ତି, ରାହୁଲ ଇସ୍ତଫା ଦେବା ବଦଳରେ ଅନ୍ୟ ସମସ୍ତ ନେତାଙ୍କୁ ଇସ୍ତଫା ଲାଗି ନିର୍ଦ୍ଦେଶ ଦେଇ କଂଗ୍ରେସର ପୁନର୍ଗଠନ କରିବା ଉଚିତ। ପରାଜୟ ପାଇଁ ଉତ୍ତରଦାୟିତ୍ୱ ସ୍ଥିରକରିବା ସମୟ ଆସିଛି। ସେହିପରି ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି, କଂଗ୍ରେସ ବଞ୍ଚତ୍ଛି। ଏହାର ଶେଷକଥା ଲେଖିବାର ସମୟ ଆସିନାହିଁ। ଦଳର ନେତୃତ୍ୱ ପାଇଁ ରାହୁଲ ସବୁଠୁ ଯୋଗ୍ୟ ନେତା। ଅନୁରୂପ ଭାବେ ରାହୁଲ କଂଗ୍ରେସ ପାଇଁ ପ୍ରେରଣା ଏବଂ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସେ ଇସ୍ତଫା ଦେବା ଅନୁଚିତ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌. ବୀରାପ୍ପା ମୋଇଲି କହିଛନ୍ତି। ତାମିଲନାଡୁରେ କଂଗ୍ରେସର ସହଯୋଗୀ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ମଧ୍ୟ ପଦ ନ ଛାଡ଼ିବାକୁ ରାହୁଲଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାହୁଲ ନରମିଥିବା ଜଣାପଡ଼ିଛି। ସେ କେତେକ ସର୍ତ୍ତ ସହ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ରାଜି ହୋଇଛନ୍ତି। ରାହୁଲ ଲୋକ ସଭାରେ କଂଗ୍ରେସ ନେତା ମଧ୍ୟ ହେବା ପାଇଁ ପ୍ରସ୍ତୁତ। ତେବେ ଦଳ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri