ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଦିନ ପାଇଁ ମାର୍କେଟରେ ମିଳୁଛି ବିଭିନ୍ନ ପାଟର୍ନର ଷ୍ଟୋଲ୍‌ । ଏହାକୁ ଆପଣ ଶାଢ଼ି, ସୁଟ୍‌, ଜିନ୍ସ, ସ୍କର୍ଟ ଆଦି ସହ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପକାଇପାରିବେ। ଡ୍ରେସ୍‌ ଅନୁଯାୟୀ ଉଲେନ୍‌ ଏବଂ କଟନ୍‌ ଷ୍ଟୋଲ୍‌କୁ ବି ମ୍ୟାଚ୍‌ କରି ପକାଇପାରିବେ…

ସାଧାରଣତଃ ମହିଳାମାନଙ୍କର କଟନ୍‌ ଷ୍ଟୋଲ୍‌ ହିଁ ପସନ୍ଦ। କାରଣ ଏହା ହାଲ୍‌କା ହେବା ସହ ଦେଖିବା ପାଇଁ ସୁନ୍ଦର। ଖରା, ବର୍ଷା କିମ୍ବା ଶୀତ ଯେକୌଣସି ସମୟରେ ଆପଣ ଏହାକୁ ବ୍ୟବହାର କରିପାରିବେ। କେବଳ ଶୀତ ନୁହେଁ, ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ବି ଏହାକୁ ବ୍ୟବହାର କରିପାରିବେ।
ଉଲେନ୍‌ ଷ୍ଟୋଲ୍‌କୁ କେବଳ ଶୀତଦିନେ ବ୍ୟବହାର କରିପାରିବେ। ଶାଢ଼ି ଏବଂ ଜିନ୍ସ ସହ ଏହା ବେଶ୍‌ ମ୍ୟାଚିଂ କରିଥାଏ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଆକର୍ଷଣୀୟ ଲୁକ୍‌ ବି ଦେଇଥାଏ। ଆପଣ ଚାହିଁଲେ ସିମ୍ପଲ୍‌ ଏବଂ ଏମ୍ବ୍ରୋଡରି ଓ୍ବାର୍କ ଥିବା ଷ୍ଟୋଲ୍‌ ବାଛିପାରିବେ।
ହ୍ୟାଣ୍ଡ୍‌ମେଡ୍‌ ଷ୍ଟୋଲ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବ। ହ୍ୟାଣ୍ଡ୍‌ମେଡ୍‌ ଷ୍ଟୋଲ୍‌ ମଧ୍ୟରେ କ୍ରୋଶିୟା ଓ୍ବାର୍କ, ଏମ୍ବ୍ରୋଡରି ଷ୍ଟୋଲ୍‌ ଏବଂ ହ୍ୟାଣ୍ଡ୍‌ ପ୍ରିଣ୍ଟ୍‌ ଷ୍ଟୋଲ୍‌ ଆଦି ଥିବାବେଳେ ଏହାର ପ୍ରାଇସ୍‌ ସାଧାରଣତଃ ଅନ୍ୟ ଓ୍ବାର୍କ ତୁଳନାରେ ଅଧିକ ଥାଏ।
ଯଦି ଆପଣଙ୍କୁ ପ୍ରିଣ୍ଟେଡ୍‌ ଷ୍ଟୋଲ୍‌ ପସନ୍ଦ ତେବେ ଭିନ୍ନ ଭିନ୍ନ ପ୍ରିଣ୍ଟ୍‌ର ଷ୍ଟୋଲ୍‌ ଆପଣାନ୍ତୁ। ଏହା ମଧ୍ୟରେ ରହିଛି ଟାଇଗର ପ୍ରିଣ୍ଟ୍‌, ଫ୍ଲୋରାଲ୍‌ ପ୍ରିଣ୍ଟ୍‌, ଡିଜିଟାଲ୍‌ ପ୍ରିଣ୍ଟ୍‌ ଓ ସିନେରି ପ୍ରିଣ୍ଟ୍‌ ଇତ୍ୟାଦି। ଏହା ମଧ୍ୟରୁ ଯେକୌଣସି ଷ୍ଟୋଲ୍‌କୁ ଆପଣ ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।
ଶୀତଦିନେ ଉଲେନ୍‌ ବ୍ୟତୀତ ଫିଦରରେ ପ୍ରସ୍ତୁତ ଷ୍ଟୋଲ୍‌କୁ ଅନେକେ ପସନ୍ଦ କରୁଛନ୍ତି। ଏହି ଷ୍ଟୋଲ୍‌କୁ ଆପଣ ପାର୍ଟି ବା ଫଙ୍କ୍‌ଶନରେ ବି ପିନ୍ଧି ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri