ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଦିନ ପାଇଁ ମାର୍କେଟରେ ମିଳୁଛି ବିଭିନ୍ନ ପାଟର୍ନର ଷ୍ଟୋଲ୍‌ । ଏହାକୁ ଆପଣ ଶାଢ଼ି, ସୁଟ୍‌, ଜିନ୍ସ, ସ୍କର୍ଟ ଆଦି ସହ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପକାଇପାରିବେ। ଡ୍ରେସ୍‌ ଅନୁଯାୟୀ ଉଲେନ୍‌ ଏବଂ କଟନ୍‌ ଷ୍ଟୋଲ୍‌କୁ ବି ମ୍ୟାଚ୍‌ କରି ପକାଇପାରିବେ…

ସାଧାରଣତଃ ମହିଳାମାନଙ୍କର କଟନ୍‌ ଷ୍ଟୋଲ୍‌ ହିଁ ପସନ୍ଦ। କାରଣ ଏହା ହାଲ୍‌କା ହେବା ସହ ଦେଖିବା ପାଇଁ ସୁନ୍ଦର। ଖରା, ବର୍ଷା କିମ୍ବା ଶୀତ ଯେକୌଣସି ସମୟରେ ଆପଣ ଏହାକୁ ବ୍ୟବହାର କରିପାରିବେ। କେବଳ ଶୀତ ନୁହେଁ, ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ବି ଏହାକୁ ବ୍ୟବହାର କରିପାରିବେ।
ଉଲେନ୍‌ ଷ୍ଟୋଲ୍‌କୁ କେବଳ ଶୀତଦିନେ ବ୍ୟବହାର କରିପାରିବେ। ଶାଢ଼ି ଏବଂ ଜିନ୍ସ ସହ ଏହା ବେଶ୍‌ ମ୍ୟାଚିଂ କରିଥାଏ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଆକର୍ଷଣୀୟ ଲୁକ୍‌ ବି ଦେଇଥାଏ। ଆପଣ ଚାହିଁଲେ ସିମ୍ପଲ୍‌ ଏବଂ ଏମ୍ବ୍ରୋଡରି ଓ୍ବାର୍କ ଥିବା ଷ୍ଟୋଲ୍‌ ବାଛିପାରିବେ।
ହ୍ୟାଣ୍ଡ୍‌ମେଡ୍‌ ଷ୍ଟୋଲ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବ। ହ୍ୟାଣ୍ଡ୍‌ମେଡ୍‌ ଷ୍ଟୋଲ୍‌ ମଧ୍ୟରେ କ୍ରୋଶିୟା ଓ୍ବାର୍କ, ଏମ୍ବ୍ରୋଡରି ଷ୍ଟୋଲ୍‌ ଏବଂ ହ୍ୟାଣ୍ଡ୍‌ ପ୍ରିଣ୍ଟ୍‌ ଷ୍ଟୋଲ୍‌ ଆଦି ଥିବାବେଳେ ଏହାର ପ୍ରାଇସ୍‌ ସାଧାରଣତଃ ଅନ୍ୟ ଓ୍ବାର୍କ ତୁଳନାରେ ଅଧିକ ଥାଏ।
ଯଦି ଆପଣଙ୍କୁ ପ୍ରିଣ୍ଟେଡ୍‌ ଷ୍ଟୋଲ୍‌ ପସନ୍ଦ ତେବେ ଭିନ୍ନ ଭିନ୍ନ ପ୍ରିଣ୍ଟ୍‌ର ଷ୍ଟୋଲ୍‌ ଆପଣାନ୍ତୁ। ଏହା ମଧ୍ୟରେ ରହିଛି ଟାଇଗର ପ୍ରିଣ୍ଟ୍‌, ଫ୍ଲୋରାଲ୍‌ ପ୍ରିଣ୍ଟ୍‌, ଡିଜିଟାଲ୍‌ ପ୍ରିଣ୍ଟ୍‌ ଓ ସିନେରି ପ୍ରିଣ୍ଟ୍‌ ଇତ୍ୟାଦି। ଏହା ମଧ୍ୟରୁ ଯେକୌଣସି ଷ୍ଟୋଲ୍‌କୁ ଆପଣ ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।
ଶୀତଦିନେ ଉଲେନ୍‌ ବ୍ୟତୀତ ଫିଦରରେ ପ୍ରସ୍ତୁତ ଷ୍ଟୋଲ୍‌କୁ ଅନେକେ ପସନ୍ଦ କରୁଛନ୍ତି। ଏହି ଷ୍ଟୋଲ୍‌କୁ ଆପଣ ପାର୍ଟି ବା ଫଙ୍କ୍‌ଶନରେ ବି ପିନ୍ଧି ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri