ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି ସିଫ୍ଟରେ ଏହାକୁ କରାଯିବ। ଏଥିପାଇଁ ପାରିଶ୍ରମିକ ମଧ୍ୟ ଅଧିକ ମିଳିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପରେ ରାଜ୍ୟ ସରକାର ୨୩ ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପରେ ୨୪ ମାର୍ଚ୍ଚରୁ ସର୍ବଭାରତୀୟସ୍ତରରେ ଲକ୍‌ଡାଉନ୍‌ କରାଯାଇଥିଲା। ୨୨ ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ଥିବା ବୃହତ୍ତ, ମଧ୍ୟମ ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଉତ୍ପାଦନ କମିଥିବା ଦେଖାଯାଇଛି। ଏହାକୁ ନେଇ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ସରକାରଙ୍କୁ କାମ କରିବା ସମୟସୀମାକୁ କୋହଳ କରିବା ପାଇଁ କୁହାଯାଇଥିଲା। ତେବେ ପୁଣିଥରେ ରାଜ୍ୟରେ ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ କାମ କରିବାର ସମୟସୀମାକୁ କୋହଳ କରିଛନ୍ତି। ପ୍ରଥମେ ବୟସ୍କ ଶ୍ରମଜୀବୀ ୮ ଘଣ୍ଟା ପର୍ଯ୍ୟନ୍ତ ଦିନକୁ ହିସାବରେ ୪୮ଘଣ୍ଟା ସପ୍ତାହକୁ କାମ କରୁଥିଲେ। ବର୍ତ୍ତମାନ ଏହାକୁ ସରକାର କୋହଳ କରି ଦିନକୁ ୧୨ ଘଣ୍ଟା କରାଯାଇଛି ଏବଂ ସପ୍ତାହକୁ ୭୨ ଘଣ୍ଟା କରାଯାଇଛି। ଗୋଟିଏ ସିଫ୍ଟ ୬ ଘଣ୍ଟାର ରହିଛି। ଏହାପରେ ଅଧଘଣ୍ଟା ବିରତି ଦିଆଯିବ। ଏହାଛଡ଼ା ମହିଳା ଶ୍ରମଜୀବୀମାନେ ରାତି ୭ଟା ପରଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଯଦି ସ୍ବତନ୍ତ୍ର ପରମିଶନ ନାହିଁ ତେବେ କାମ କରିବେ ନାହିଁ। ଅଧିକ କାର୍ଯ୍ୟ ସମୟ ପାଇଁ ଅଧିକ ୪ ଘଣ୍ଟାର ଦରମା ମିଳିବ। ସପ୍ତାହରେ ଜଣେ ଅତି ବେଶି ୨୪ ଘଣ୍ଟାର ଓଭରଟାଇମ୍‌ ରହିପାରିବେ। ଏଥିରେ କୋଭିଡର ଗାଇଡଲାଇନ ପାଳନ ନେଇ ନଜର ରଖାଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri