Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ: ଚୂଡ଼ାନ୍ତ ତାଲିକା ଘୋଷଣା ଆଜି

କଟକ ଅଫିସ,୨୨ା୯-
ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଦାଖଲ ହୋଇଥିବା ୧୨ଟି ଯାକ ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିବା ବେଳେ କେବଳ ଗୋଟିଏ ପ୍ରାର୍ଥିପତ୍ରକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ପକ୍ଷରୁ ଉପସଭାପତି ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ରହିଛି ବୋଲି ବିପକ୍ଷ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହେବା ପରେ ୧୨ଟି ଯାକ ପ୍ରାର୍ଥିପତ୍ର କାଏମ ରହିଛି । ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥିମାନଙ୍କ ନାମ ଘୋଷଣା କରାଯିବ ।
ସୋନପୁର ଜିଲାରୁ ପ୍ରତିନିଧି ହୋଇ ଆସିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ପକ୍ଷରୁ ଉପସଭାପତି ପଦବୀ ନିମନ୍ତେ ଆଶାୟୀ ଅଛନ୍ତି। ତାଙ୍କ ପ୍ରାର୍ଥିପତ୍ରରେ ସାକ୍ଷୀ ପଡ଼ିଛନ୍ତି କଟକ ସନରାଇଜ କ୍ଲବର କୋଷାଧ୍ୟକ୍ଷ । ଏହି ପ୍ରସଙ୍ଗକୁ ବିପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ । ପ୍ରାର୍ଥି ଯେଉଁ ୟୁନିଟରୁ ପ୍ରତିନିଧି ହୋଇ ଆସିବେ ସାକ୍ଷୀ ସେହି ୟୁନିଟର ହୋଇଥିବା ଆବଶ୍ୟକ ବୋଲି ଅଭିଯୋଗ ରହିଥିଲା। ଅପରାହ୍ନରେ ପ୍ରଶାନ୍ତଙ୍କ କାଗଜପତ୍ର ଦୀର୍ଘ ସମୟ ଧରି ଯାଞ୍ଚ କରାଯାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ସମସ୍ତ କାଗଜପତ୍ର ଅପରାହ୍ନ ପ୍ରାୟ ୫ଟା ସମୟରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାରଙ୍କ ନିକଟରେ ଦାଖଲ ହୋଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାନ୍ତଙ୍କ ପ୍ରାର୍ଥିପତ୍ର କାଏମ ରଖାଯାଇଥିଲା ।
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ପ୍ରଭାତ
ଆଶୀର୍ବାଦଙ୍କ ଗୋଷ୍ଠୀ ପକ୍ଷରୁ ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଜଣେ ହେଲେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାଁ ଓ ସୁନ୍ଦରଗଡ଼ ଜିଲାର ପ୍ରତିନିଧି ପ୍ରଭାତ କୁମାର ଭୋଳ। ପ୍ରଭାତ ରବିବାର ପୂର୍ବାହ୍ନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ଏହି ଗୋଷ୍ଠୀ ଘୋଷଣା କରିଛି। ଯାହା ଫଳରେ ଏବେ ଯୁଗ୍ମ ସମ୍ପାଦକ ପଦବୀରେ ଲଢ଼ିବେ ମେହତାବ ଖାନ । ପ୍ରଦୀପଙ୍କ ଗୋଷ୍ଠୀରୁ ପ୍ରାର୍ଥି ହୋଇଥିବା ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନଙ୍କ ସହ ମେହତାବଙ୍କ ଲଢ଼େଇ ହେବ।
ଗୋଟିଏ ପଦବୀ ସୁରକ୍ଷିତ
ପ୍ରାର୍ଥିପତ୍ରରେ କୌଣସି ତ୍ରୁଟି ନଥିବା ହେତୁ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କେନ୍ଦ୍ରାପଡ଼ା ଜିଲାର ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦରେ ଓସିଏର ଆପେକ୍ସ କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହେବେ । ଏଣୁ ହେବାକୁ ଥିବା ୬ଟି ପଦବୀର ନିର୍ବାଚନ ଭିତରୁ ଏବେ ଗୋଟିଏ ପଦବୀ ସୁରକ୍ଷିତ ହୋଇ ସାରିଛି ବୋଲି କୁହାଯାଇ ପାରିବ। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ୨ଜଣ ଲେଖାଏ ସାମ୍ନାସାମ୍ନି ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri