Posted inଖେଳ

ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖର୍ଚ୍ଚ ହେବ ୬ କୋଟି ୪୨ ଲକ୍ଷ

କଟକ ଅଫିସ,୨୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୪ଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଆଗାମୀ ଦିନରେ ହେବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଓସିଏ ପକ୍ଷରୁ ଏକ ବଜେଟ ଉପସ୍ଥାପନ କରାଯାଇଛି। ଏହି ମ୍ୟାଚ୍‌ରେ ୬ କୋଟି ୪୨ ଲକ୍ଷ ୬୯ ହଜାର ୫୭୦ ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷରେ ୬ କୋଟି ୬୬ ଲକ୍ଷ ୩୭ ହଜାର ୨୭୦ ଟଙ୍କା ଆୟ ହେବ ବୋଲି ଦର୍ଶାଯାଇଛି। ବିଭିନ୍ନ ବାବଦରେ ହେବାକୁ ଥିବା ଖର୍ଚ୍ଚ ଓ ଆୟ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ମ୍ୟାଚ୍‌ରେ ହେବାକୁଥିବା ଖର୍ଚ୍ଚରୁ ଦେଢ଼କୋଟି ଖେଳାଳିମାନଙ୍କ ରହଣି ଓ ଯାତାୟାତ ବାବଦରେ ବ୍ୟୟ ହେବ ବୋଲି ଓସିଏ ଦର୍ଶାଇଛି। ଏହାଛଡ଼ା ଆଉ ଏକ ବଡ଼ ଖର୍ଚ୍ଚ ହେଉଛି ଫ୍ଲଡ୍‌ ଲାଇଟ୍‌ ମରାମତି। ଏଥିରେ ୧ କୋଟି ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ମୋଟ ୪୬ଟି ବ୍ୟବସ୍ଥା ବାବଦରେ ଓସିଏର ଖର୍ଚ୍ଚ ୬ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ବ ବୋଲି ବୈଠକରେ କୁହାଯାଇଥିଲା। ଆୟ ତାଲିକାରେ ଓସିଏ କେବଳ ଟିକେଟ ବିକ୍ରିରୁ ୨ କୋଟି ୮୫ ଲକ୍ଷ ୩୭ ହଜାର ୨୭୦ ଟଙ୍କା ପାଇବ। ବୈଠକରେ ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ବାର୍ଷିକ ଆୟବ୍ୟୟ ତାଲିକା ଗୃହୀତ କରାଯାଇଥିଲା। ଲୋଧା କମିଟି ଲାଗୁ ହେବାପରେ ଓସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ରୁ ଅନୁଦାନ ପାଇପାରୁ ନ ଥିଲା। ଅଚଳାବସ୍ଥା ଜାରି ରହିଥିବାରୁ ଅନେକ ଅର୍ଥ ବକେୟା ରହିଯାଇଥିଲା। ୩ ବର୍ଷର ଆୟବ୍ୟୟ ତାଲିକା ସର୍ବସମ୍ମତିକ୍ରମେ ବିସିସିଆଇ ନିକଟକୁ ପଠାଯାଇଛି। ଏହାଛଡ଼ା ମ୍ୟାଚ୍‌ ନିମନ୍ତେ ୨୨ କୋଟି ଟଙ୍କାର ଇନ୍‌ସ୍ୟୁରାନ୍ସ କରାଯାଇଥିବା ଜଣାପଡ଼ିଛି। ଫନୀ ସହାୟତା ଓ ପୂର୍ବ ବର୍ଷର ରହିଥିବା ବକେୟା ରାଶି ବିସିସିଆଇରୁ ଆସିସାରିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ବୈଠକରେ କହିଥିଲେ। ଏହି ଅବସରରେ ଓସିଏର ଅନ୍ତରୀଣ ଅଡିଟର ନିଯୁକ୍ତି କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri