ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରାଇବାରେ ସଫଳ ହୋଇଛନ୍ତି ମନୀଷା ମନସ୍ବିନୀ। ଛୋଟବେଳେ ବିଶେଷ କିଛି ସ୍ବପ୍ନ ନ ଥିଲା। ଖେଳକୁଦରେ ସମୟ କଟି ଯାଉଥିଲା। ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବାକୁ ମଧ୍ୟ ତାଙ୍କର ଇଚ୍ଛା ଥିଲା। ଏ ସମ୍ପର୍କରେ ମନୀଷା କହନ୍ତି, ‘ମାଧୁରୀଙ୍କ ନାଚ ମୋତେ ବହୁତ ଭଲ ଲାଗେ। ପିଲାବେଳେ ତାଙ୍କ ନାଚ ଦେଖି ଟିଭି ସାମ୍ନାରେ ନାଚେ। ଅବିକଳ ନକଲ କରିବାକୁ ଚେଷ୍ଟା କରେ। ନାଚରେ ଆଗ୍ରହ ଦେଖି ମୋ ପାପା ମାମା ମୋତେ ଓଡିଶୀ ଶିଖାଇବା ପାଇଁ ନିଷ୍ପତ୍ତି ନେଲେ। ୪/୫ ବର୍ଷ ବୟସରେ ଓଡିଶା ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିବା ଆରମ୍ଭ କରିଥିଲି। ଦଳଗତ ନୃତ୍ୟ ୫ ବର୍ଷ ବୟସରେ କରିଥିଲି। କିନ୍ତୁ ଷ୍ଟେଜ୍‌ରେ ଏକକ ନୃତ୍ୟ ୬ ବର୍ଷ ବୟସରେ କରିଥିଲି। ମୁଁ ଗାନ୍ଧୀନଗର ନ୍ୟାଶନାଲ ଲ’ ୟୁନିଭର୍ସିଟିରୁ ଏଲ୍‌ଏଲ୍‌ଏମ୍‌ କରିଛି। ଆଇପିଆର୍‌ (ଇଣ୍ଟେଲେକ୍ଚୁଆଲ୍‌ ପ୍ରପର୍ଟି ରାଇଟ୍‌ସ)ରେ ସ୍ପେସିଆଲାଇଜେଶନ୍‌ କରିଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥ କିଟ୍‌ ଲ’ ସ୍କୁଲରେ ଅଧ୍ୟାପିକା ଅଛି। ଓଡିଶୀ ମୋର ଜୀବନ ଏବଂ ଅଧ୍ୟାପନା ଜୀବିକା। ଉଭୟକୁ ମୁଁ ବହୁତ ଭଲ ପାଏ। ବିଶେଷକରି ଛୋଟପିଲାଙ୍କୁ ଓଡ଼ିଶୀ ଶିଖାଇବା ସମୟରେ ମୋତେ ଯେଉଁ ଆତ୍ମତୃପ୍ତି ମିଳେ, ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ମୋଟ୍‌ ଉପରେ କହିବାକୁ ଗଲେ, ଓଡିଶୀ ନୃତ୍ୟ ମୋର ପ୍ରାଣ, ଜୀବନ ଓ ନିଶା। ଓଡ଼ିଶୀ ମୋତେ ବହୁତ ନାମ, ଯଶ, ସମ୍ମାନ ଏବଂ ଖ୍ୟାତି ଆଣି ଦେଇଛି। ଦର୍ଶକଙ୍କ କରତାଳି ଏବଂ ପ୍ରଶଂସା ଯେଉଁ ଆତ୍ମତୃପ୍ତି ଆଣିଦିଏ ତାହା ଭାଷାରେ ପ୍ରକାଶ କରିବା ଅସମ୍ଭବ। ଏହାବ୍ୟତୀତ ନୂଆ ନୂଆ ଜାଗା ଦେଖିବାକୁ ଭଲପାଏ। ସମୟ ମିଳିଲେ ପରିବାର ସହ ବୁଲିବାକୁ ଯାଏ। ରୋଷେଇ କରିବାକୁ ବହୁତ ଭଲପାଏ। ହେଲେ ଓଡ଼ିଶୀ ନୃତ୍ୟର ପ୍ରଚାର ଏବଂ ପ୍ରସାର ମୋର ପ୍ରଧାନ ଲକ୍ଷ୍ୟ।’ ଭୁବନେଶ୍ୱର ଜାଭିୟର ସ୍କୋୟାର ନିକଟସ୍ଥ ଏଲଆଇସି ନଗରରେ ରହୁଥିବା ଶାରଦା ପ୍ରସାଦ ସାମନ୍ତରାୟ ଏବଂ ନିବେଦିତା ସାମନ୍ତରାୟଙ୍କ ଏହି କନ୍ୟା ଏବେ ନିଜ ସ୍କୁଲ ‘ଆତ୍ମନ୍‌’ ମାଧ୍ୟମରେ ଗରିବ ଏବଂ ଅବହେଳିତ ପିଲାମାନଙ୍କୁ ମଧ୍ୟ ଶିକ୍ଷାଦାନରେ ନିଜକୁ ନିୟୋଜିିତ ରଖିଛନ୍ତିି। ସୁଯୋଗ ମିଳିଲେ ରାଜ୍ୟ ଏବଂ ଦେଶ ବାହାରେ ଓ୍ବାର୍କଶପ୍‌ ଏବଂ ସେମିନାର ମାଧ୍ୟମରେ ପ୍ରଚାର ପ୍ରସାର କରିବାର ଇଚ୍ଛା ରଖିଛି। କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ଏପରି କି ବିଦେଶରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନୀଷା ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଶୀ ନୃତ୍ୟାଙ୍ଗନା କେତେ ପ୍ରତିଶ୍ରୁତିବଦ୍ଧ ତାହା ତାଙ୍କ ଚେଷ୍ଟାରୁ ସ୍ପଷ୍ଟ ବାରିହୋଇପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri