Posted inଫୁରସତ

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତର ନାଥ ଶ୍ରୀଜଗନ୍ନାଥ। ତାଙ୍କ ରୂପ ଯେମିତି ସୁନ୍ଦର, ମହିମା ବି ସେମିତି ବିଶ୍ୱବିଖ୍ୟାତ। ଖାସ୍‌ ସେଇଥିପାଇଁ ତ ତାଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଭକ୍ତଗଣ ବଡ଼ଦେଉଳକୁ ଧାଇଁ ଆସନ୍ତି। ତାଙ୍କ ଦେଉଳ ଅର୍ଥାତ୍‌ ପୁରୀର ଜଗନ୍ନାଥ ମନ୍ଦିର କଥା କାହାକୁ ବା ଅଗୋଚର! ହେଲେ ଜାଣନ୍ତି କି ପୁରୀର ଜଗନ୍ନାଥ ମନ୍ଦିର ପରି ଓଡ଼ିଶା ବାହାରେ ବି ଅନେକ ସ୍ଥାନରେ ଏମିତି ଜଗନ୍ନାଥ ମନ୍ଦିର ଅଛି, ଯେଉଁଠି ପୂଜା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଆଉ ଭଗିନୀ ସୁଭଦ୍ରା…

ହାଇଦ୍ରାବାଦ ଜଗନ୍ନାଥ ମନ୍ଦିର: ହାଇଦ୍ରାବାଦର ବଞ୍ଜାରା ହିଲ୍ସ ନିକଟରେ ଅଛି ଏକ ଜଗନ୍ନାଥ ମନ୍ଦିର, ଯାହା ୨୦୦୯ରେ ନିର୍ମିତ ହୋଇଥିବା ସୂଚନା ରହିଛି। କୁହାଯାଏ, ହାଇଦ୍ରାବାଦରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟ ଲୋକମାନଙ୍କର ମିଳିତ ସହଯୋଗରେ ଏହି ମନ୍ଦିରଟି ନିର୍ମିତ ହୋଇଛି। ସେହିପରି ପୁରୀ ଜଗନ୍ନାଥ ମନ୍ଦିରର କିଛିଟା କାରୁକାର୍ଯ୍ୟକୁ ଅନୁକରଣ କରି ଉକ୍ତ ମନ୍ଦିରକୁ ନିର୍ମାଣ କରାଯାଇଛି ବୋଲି ଅନେକେ ମତ ଦେଇଥାଆନ୍ତି। ବିଶେଷକରି ଏହି ମନ୍ଦିରର ଶିଖରଟି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ସ୍ୟାଣ୍ଡଷ୍ଟୋନ୍‌ରେ ନିର୍ମିତ ଉକ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ୟତୀତ ମା’ଲକ୍ଷ୍ମୀ, ଦେବ ଦେବ ମହାଦେବ, ଗଣେଶ, ହନୁମାନ, ନବଗ୍ରହ ଇତ୍ୟାଦି ଦେବଦେବୀଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ରଥଯାତ୍ରା ବି ଏଠାରେ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କର ବେଶ୍‌ ଭିଡ଼ ଜମିଥାଏ।

ରାଞ୍ଚତ୍ ଜଗନ୍ନାଥ ମନ୍ଦିର: ସୂଚନାନୁଯାୟୀ, ରାଞ୍ଚତ୍ସ୍ଥିତ ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନି ନାଥ ଶାହଦେଓ ୧୬୯୧ ମସିହାରେ ନିର୍ମାଣ କରାଇଥିଲେ। ଏହା ସ୍ଥାନୀୟ ଏକ ପାହାଡ଼ ଉପରେ ନିର୍ମିତ ହୋଇଥିଲା। କିନ୍ତୁ ୧୯୯୦ ମସିହା ବେଳକୁ ଏହି ମନ୍ଦିରଟି ଭାଙ୍ଗିଗଲା। ଏହାପରେ ଉକ୍ତ ମନ୍ଦିରକୁ ପୁନରୁଦ୍ଧାର କରିବା ପାଇଁ ସେତେବେଳର ବିହାର ସରକାର ଓ କେତେଜଣ ବିଶିଷ୍ଟ ସହୃଦୟ ବ୍ୟକ୍ତି ଆଗେଇ ଆସିଥିଲେ। ଏଣୁ ୧୯୯୨ ମସିହାରେ ଏହି ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ନୂତନ ଭାବେ ନିର୍ମିତ ଉକ୍ତ ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ପୁରୀ ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ସହ ସାମାନ୍ୟ ସାମଞ୍ଜସ୍ୟ ରହିଛି। ଅନ୍ୟପକ୍ଷେ ପୁରୀ ଭଳି ବି ଏଠାରେ ପ୍ରତିବର୍ଷ ରଥଯାତ୍ରା ବେଶ୍‌ ଜାକଜମକରେ ଅନୁଷ୍ଠିତ ହୋଇଥାଏ। ତେବେ ପାହାଡ଼ ଉପରେ ନିର୍ମିତ ହୋଇଥିବାରୁ ଭକ୍ତମାନେ ଚାହିଁଲେ ଏଠାକୁ ନିର୍ମିତ ହୋଇଥିବା ପାହାଚରେ ଚଢି ଚଢି ଯାଇପାରିବେ। ସେହିପରି ପାହାଡ଼ ଉପରକୁ ଗାଡ଼ିରେ ବସି ଯିବାର ସୁବିଧା ମଧ୍ୟ ରହିଛି।

ଚେନ୍ନାଇସ୍ଥିତ ଜଗନ୍ନାଥ ମନ୍ଦିର: ଚେନ୍ନାଇସ୍ଥିତ ରେଡ୍ଡି କୁପ୍ପମ୍‌ ରୋଡଠାରେ ଥିବା ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ବି ବେଶ୍‌ ଆକର୍ଷଣୀୟ। ପୁରୀ ଜଗନ୍ନାଥ ମନ୍ଦିର ସହିତ ମଧ୍ୟ ଏହି ମନ୍ଦିରର ଅନେକ ସାମଞ୍ଜସ୍ୟ ରହିଛି। ପୁରୀ ମନ୍ଦିରରେ ଯେମିତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ନିମ୍ବକାଠରେ ନିର୍ମାଣ କରାଯାଇଥାଏ, ଠିକ୍‌ ସେମିତି ଚେନ୍ନାଇରେ ଥିବା ଜଗନ୍ନାଥ ମନ୍ଦିରରେ ନିମ୍ବକାଠରେ ନିର୍ମିତ ବିଗ୍ରହମାନଙ୍କୁ ପୂଜା କରାଯାଇଥାଏ। ଏହି ତିନି ବିଗ୍ରହଙ୍କ ବ୍ୟତୀତ ଏଠାରେ ଦେବ ଦେବ ମହାଦେବ, ଗଣେଶ, ମା’ ବିମଳାଙ୍କୁ ବି ପୂଜା କରାଯାଇଥାଏ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ଧୁମ୍‌ଧାମ୍‌ରେ ରଥଯାତ୍ରା ପାଳନ କରାଯାଏ। କିନ୍ତୁ ପୁରୀରେ ତିନି ବିଗ୍ରହଙ୍କର ତିନୋଟି ରଥ ନିର୍ମାଣ ହେଉଥିବାବେଳେ ଏଠାରେ ଗୋଟିଏ ରଥ ନିର୍ମାଣ ହୋଇଥାଏ, ତାହା ପୁଣି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ରଥ, ଯାହାକୁ କାଠ ଓ ରଙ୍ଗିନ କପଡ଼ାରେ ସୁସଜ୍ଜିତ କରିଦିଆଯାଇଥାଏ।

ଓଡିଶା ବାହାରେ କେବଳ ଏହି ତିନୋଟି ସ୍ଥାନରେ ନୁହେଁ, ଅହମ୍ମଦାଦାଦ୍‌, ବାଙ୍ଗାଲୋର୍‌, ଦିଲ୍ଲୀ, ନୁଆ ମୁମ୍ବାଇ, ରାଜସ୍ଥାନର ଅଲଓ୍ବାର୍‌, ପଶ୍ଚିମବଙ୍ଗର ମିଦନାପୁରଠାରେ ବି ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri