Posted inଖେଳ

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ଓଡ଼ିଶା ଏଫ୍‌ସି ମଧ୍ୟରେ ଆଗାମୀ ୫ ବର୍ଷ ପାଇଁ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶରେ ବିଦ୍ୟାଳୟସ୍ତରରେ ଓଡ଼ିଶା ଏଫ୍‌ସି ପ୍ରଥମ କରି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ସହଭାଗିତା କରିବା ସହିତ ରାଜିନାମା ସ୍ବାକ୍ଷରିତ କରିଛି। ଛାତ୍ରୀଛାତ୍ରଙ୍କ ଖେଳିବାର କ୍ଷମତା ଏବଂ ସେମାନଙ୍କୁ ଠିକ୍‌ ମାର୍ଗରେ ପରିଚାଳନା ଦ୍ୱାରା ସମୂର୍ଣ୍ଣ ବିକାଶ କରାଇ ଜଣେ ପେସାଦାର ଖେଳାଳି ଭାବେ ଗଢ଼ିତୋଳିବା ଏହାର ମୂଳ ଲକ୍ଷ୍ୟ। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଓ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ ସ୍କୁଲ୍‌ରେ ୭, ୯ ଓ ୧୧ ବର୍ଷରୁ କମ୍‌ ୩ଟି ବର୍ଗ କରି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ତାଲିମ୍‌ ଦିଆଯିବା ସହ ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ସଚିବ ବିଶାଲ ଦେବ୍‌ କହିଥିଲେ ଯେ, ଏହି ସହଭାଗିତା ଫଳରେ ରାଜ୍ୟରେ ଫୁଟ୍‌ବଲ ଖେଳର ସମ୍ପୂର୍ଣ୍ଣ ବିକାଶର ଏକ ଇକୋ-ସିଷ୍ଟମ୍‌ ତିଆରି ହେବ, ଯାହା ଫଳରେ ଯୁବ ଫୁଟବଲ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କର କ୍ଷମତା ଓ ଦକ୍ଷତାକୁ ମାପି ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ଗଢ଼ିହେବ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଫ୍‌ଏସ୍‌ଡିଏଲ(ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପ୍‌ମେଣ୍ଟ ଲିମିଟେଡ୍‌) ସିଇଓ ମାର୍ଟିନ୍‌ ବେନ୍‌, ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ଓଡ଼ିଶା ଏଫ୍‌ସିର ମୁଖ୍ୟ ରୋହନ୍‌ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ, ମୁଖ୍ୟ ପ୍ରଶିକ୍ଷକ ଜୋସେଫ୍‌ ଗାମ୍ବାଉ, ସହକାରୀ କୋଚ୍‌ ଥାଙ୍ଗବୋଇ ସିଙ୍ଗ୍‌ଟୋ, ଫୁଟ୍‌ବଲ ଡେଭଲପମେଣ୍ଟ ମୁଖ୍ୟ ଆକାଶ ନରୁଲା ପ୍ରମୁଖ ଯୋଗଦେଇଥିଲେ। ‘ଯୁବ ଫୁଟ୍‌ବଲ ଖେଳାଳିମାନଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ମାଧ୍ୟମରେ ପେସାଦାର ଖେଳାଳି ଭାବେ ଗଢ଼ିବା ଆମର ମୁଖ୍ୟ ଉଦ୍ଦେଶ୍ୟ’ ବୋଲି ରୋହନ କହିଥିଲେ। ଅନ୍ୟପକ୍ଷରେ ଏହି ସହଭାଗିତା ସ୍କୁଲ୍‌ ପାଇଁ ଏକ ମହତ୍ୱପୂର୍ଣ୍ଣ ଅବସର। ଏହା ଛାତ୍ରୀଛାତ୍ରମାନଙ୍କୁ ଖେଳ ପ୍ରତି ସମର୍ପଣ ମନୋଭାବ ସହିତ ଆଗକୁ ଯିବା ପାଇଁ ପ୍ରେରିତ କରିବ ବୋଲି ବିଜୟ କୁମାର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ ସ୍କୁଲର ପ୍ରିନ୍ସିପାଲ ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri