ଓଟିଡିସି କରିବ ଡେଷ୍ଟିନେଶନ ଓ୍ବେଡିଂ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେଶନ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ସେରିମନିରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ। ଏପରି କି ଚାହିଁଲେ ଓଲିଉଡ୍‌ ଓ ବଲିଉଡ୍‌ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଆଗାମୀ ବିବାହ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍‌ର ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଓଟିଡିସିର କିଛି ପ୍ରମୁଖ ପାନ୍ଥନିବାସରେ ଏହି ପ୍ୟାକେଜ୍‌ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଚିଲିକା କୂଳରେ ଥିବା ରମ୍ଭା ଓ ବଡ଼କୁଳ ପାନ୍ଥନିବାସ, ଗୋପାଳପୁର, ଚାନ୍ଦିପୁର, ପୁରୀ ଓ କୋଣାର୍କ ପାନ୍ଥନିବାସରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।
ଗୁରୁବାର ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ମିଶ୍ର କହିଥିଲେ, ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିଜ ବନ୍ଧୁ ପରିଜନଙ୍କ ବିବାହ ଉତ୍ସବ ଉପରୋକ୍ତ ପାନ୍ଥନିବାସ ଗୁଡ଼ିକରେ କରିପାରିବେ। ସାଜସଜ୍ଜାରୁ ଆରମ୍ଭ କରି କ୍ୟାଟରିଂ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ବିବାହ ଉତ୍ସବର ଦାୟିତ୍ୱ ଓଟିଡିସି ବହନ କରିବ। ଅତିଥିଙ୍କ ରହଣି ସହ ଖାଦ୍ୟ, ପାନୀୟ, ବ୍ୟାଣ୍ଡ୍‌ବାଜା, ଫ୍ଲୋରାଲ ଡେକୋରେଶନ, ମେହେନ୍ଦି ଓ ସଙ୍ଗୀତ କାର୍ଯ୍ୟକ୍ରମ, ସ୍ବତନ୍ତ୍ର ବିଉଟିସିଆନ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିଡ଼ିଓଗ୍ରାଫି ଓ ନିକଟସ୍ଥ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ ସୁବିଧା ସବୁକିଛି ଯୋଗାଇ ଦିଆଯିବ। କେବଳ ଏତିକି ନୁହେଁ, ନିଗମ ପକ୍ଷରୁ ବର ଓ କନ୍ୟାଙ୍କୁ ମାଗଣାରେ ୨ ରାତି ଓ ୩ ଦିନର ଏକ ହନିମୁନ୍‌ ପ୍ୟାକେଜ୍‌ ମଧ୍ୟ ଉପହାରଭାବେ ଦିଆଯିବ। ଏହାସହ ଦୁଇଟି ଆନିଭର୍ସାରି ପ୍ୟାକେଜ୍‌ ବି ମାଗଣାରେ ମିଳିବ। ମୋଟ ୫୦ ଅତିଥିଙ୍କ ପାଇଁ ଅତିକମ୍‌ରେ ପ୍ୟାକେଜ୍‌ର ଦାମ୍‌ ୨ଲକ୍ଷ ୧୭ ହଜାର ରହିଥିବାବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ହେଲେ ପ୍ରାୟ ୪ଲକ୍ଷ ୭୫ ହଜାର ଦେବାକୁ ପଡ଼ିବ। ଏଥିପାଇଁ ଗ୍ରାହକ ଓଟିଡିସି ଓ୍ବେବ୍‌ସାଇଟ ସହ ମେକ୍‌ ମାଇଁ ଟ୍ରିପ୍‌ (ଏମ୍‌ଏମ୍‌ଟି), ଗୋଆଇବିବୋ ଓ ଯାତ୍ରା ଡଟ୍‌ କମ୍‌ରେ ବୁକିଂ କରିପାରିବେ। ଏହାବ୍ୟତୀତ ପାନ୍ଥନିବାସରେ ରହଣି ପାଇଁ ମଧ୍ୟ ପର୍ଯ୍ୟଟକମାନେ ଏହି ଆପ୍‌ ଏବଂ ଓ୍ବେବ୍‌ସାଇଟରେ ବୁକିଂ କରିପାରିବେ ବୋଲି ମିଶ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗୀର ଜିଲା ପର୍ଯ୍ୟଟନସ୍ଥଳୀଗୁଡ଼ିକ ଭ୍ରମଣ ପାଇଁ ୨ଟି ବସ୍‌ ଯୋଗାଇ ଦିଆଯିବ। ପ୍ରଥମଥର ପାଇଁ ରାଜ୍ୟ, ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀମାନଙ୍କୁ ପାନ୍ଥନିବାସରେ ୩୦% ରିହାତି ମିଳିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri