ଓଟିଇଟି ପରୀକ୍ଷାରେ ବିଭ୍ରାଟ ଘଟଣା: ବୋର୍ଡ କାର୍ଯ୍ୟାଳୟ ଘେରାଉ

କଟକ ଅଫିସ,୧୫ା୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷାରେ ଅନେକ ବିଭ୍ରାଟ ଘଟିଛି। ଗତ ୯ ତାରିଖରେ ବୋର୍ଡ ପକ୍ଷରୁ ପରୀକ୍ଷାର ଉତ୍ତର ଶିଟ୍‌ ଅନ୍‌ଲାଇନରେ ପ୍ରକାଶ ପାଇଥିଲା। ହେଲେ ପ୍ରତି ଶିଟ୍‌ରେ ଉତ୍ତର ଭୁଲ୍‌ ଥିବା ଜଣାପଡିଥିଲା। ଉଦାହରଣ ସ୍ବରୂପ, ପ୍ରଶ୍ନଥିଲା- ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ଅପ୍‌ଶନ ରହିଥିଲା, ଯଥା-ପ୍ରଫେସର ଗଣେଶୀ ଲାଲ, ସତ୍ୟପାଲ ମଲ୍ଲିକ, ନବୀନ ପଟନାୟକ ଓ ରାମ ନାଏକ। ତେବେ ଓଟିଇଟି ପକ୍ଷରୁ ଜାରି କରାଯାଇଥିବା ଉତ୍ତର ଥିଲା ନବୀନ ପଟ୍ଟନାୟକ। ହେଲେ ଠିକ୍‌ ଉତ୍ତର ହେଉଛି ଗଣେଶି ଲାଲ। କେବଳ ଏହି ଗୋଟିଏ ପ୍ରଶ୍ନ ନୁହେଁ, ଆହୁରି ଅନେକ ପ୍ରଶ୍ନର ଭୁଲ ଉତ୍ତର ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଏଭଳି ଅଭିଯୋଗ ଉଠାଇ ରାଜ୍ୟ ସ୍ତରୀୟ-୫ (ଏକ୍ସ କ୍ୟାଡର) ଶିକ୍ଷକ ମହାସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ସୋମବାର ବୋର୍ଡ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏଥିସହ ବୋର୍ଡ ସମ୍ପାଦକ ରାମାଶିଷ ହାଜରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୋର୍ଡ କର୍ତ୍ତୃପକ୍ଷ ଠିକ୍‌ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି।
ଗତ ଅଗଷ୍ଟ ୫ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା ହୋଇଥିଲା। ୨୦୧୮ରେ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ସେହି ବର୍ଷ ବାତିଲ ହୋଇଥିବା ପରୀକ୍ଷାକୁ ଗତ ଅଗଷ୍ଟରେ କରାଯାଇଥିଲା। ୫୦ପ୍ରତିଶତ ପ୍ରଶ୍ନର ଉତ୍ତର ବୋର୍ଡ ପକ୍ଷରୁ ଭୁଲ୍‌ ଦର୍ଶାଯାଇଛି ବୋଲି ଆନ୍ଦୋଳନକାରୀଙ୍କ ମୁଖ୍ୟ ଅଭିଯୋଗ ରହିଥିଲା। ଏହାଛଡ଼ା କିଛି ପ୍ରଶ୍ନରେ ତାମିଲ, କେରଳୀ ଓ ବେଙ୍ଗଲୀ ଶବ୍ଦକୁ ବ୍ୟବହାର କରାଯାଇଥିବାରୁ ପରୀକ୍ଷାର୍ଥୀମାନେ ବୁଝି ପାରି ନ ଥିଲେ। ଅନ୍ୟପଷରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ମଧ୍ୟ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ସଭାପତି ଶିବଲାଲ ସାହୁ କହିଛନ୍ତି, ବୋର୍ଡ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁ ରାଜ୍ୟର ଲକ୍ଷାଧିକ ପରୀକ୍ଷାର୍ଥୀ ହଇରାଣ ହେବା ଭଳି ପରିସ୍ଥିତି ଉପୁଜିଛି। ପ୍ରତିଟି ପ୍ରଶ୍ନର ମୂଲ୍ୟାୟନ ପାଇଁ ୫୦୦ଟଙ୍କା ଧାର୍ଯ୍ୟ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସେମାନଙ୍କ ଭୁଲ ଯୋଗୁ ପରୀକ୍ଷାର୍ଥୀଙ୍କ ଅର୍ଥ ହାନି ହେଉଛି। ଗ୍ରେସ ମାର୍କ ଦିଆଯିବା ପାଇଁ ମୁଖ୍ୟ ଦାବି କରିଛୁ। ଏଥିସହ ପରୀକ୍ଷାର୍ଥୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ପରୀକ୍ଷାରେ ଅନିୟମିତତା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କୁ ନିଲମ୍ବନ କରାଯିବାକୁ ଦାବି କରୁଛୁ। ବୋର୍ଡ କର୍ତ୍ତୃପକ୍ଷ ଦାବି ନ ଶୁଣିଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ସଭାପତି ସାହୁ କହିଥିଲେ। ଏ ସମ୍ପର୍କରେ ବୋର୍ଡ ସମ୍ପାଦକ ହାଜରା କହିଛନ୍ତି, ଦାବିପତ୍ର ଗ୍ରହଣ କରାଯାଇଛି। ତ୍ରୁଟି କେଉଁଠାରେ ଅଛି ସେ ସମ୍ପର୍କରେ ପଚରାଉଚରା ଆରମ୍ଭ ହୋଇ ସାରିଲାଣି। ସମସ୍ତ ଘଟଣା ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri