ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିମାନ କମ୍ପାନୀରେ ନନ୍‌ ରେସିଡେଣ୍ଟ ଇଣ୍ଡିଆନ(ଏନ୍‌ ଆରଆଇ) ବା ପ୍ରବାସୀ ଭାରତୀୟମାନେ ୧୦୦% ଅଂଶଧନ କିଣିପାରିବେ। କେନ୍ଦ୍ର କ୍ୟାପିନେଟ ପକ୍ଷରୁ ବୁଧବାର ଏ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ହୋଇଥିବା ନିୟମରେ ସରକାର ଏନ୍‌ଆରଇଙ୍କ ଲାଗି ୪୯% ଅଂଶଧନ କିଣିବା ନେଇ ଅନୁମତି ଦେଇଥିଲେ। ୨୦୧୮ରେ ଏୟାର ଇଣ୍ଡିଆର ଘରୋଇକରଣ ନେଇ ସରକାରଙ୍କ ପ୍ରୟାସ ବିଫଳ ହୋଇଥିଲା। ଏହି ସମୟରେ ସରକାର ବିମାନ କମ୍ପାନୀର ୭୬% ଅଂଶଧନ ବିକ୍ରି କରିବା ଲାଗି ଯୋଜନା ହାତକୁ ନେଇଥିଲେ। ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ପ୍ରାୟ ୮୦ ହଜାର କୋଟି ଟଙ୍କାର ଋଣ ରହିଛି। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଏୟାର ଇଣ୍ଡିଆକୁ ୮,୫୫୬ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା।

ଏହି ବିମାନ କମ୍ପାନୀରେ ହେବାକୁ ଥିବା ନିବେଶ ପ୍ରତ୍ୟକ୍ଷ ରୁଟ୍‌ରେ ହେବ। ଏଥି ଲାଗି ସାମ୍ଭାବ୍ୟ ବିଡରଙ୍କ ମଧ୍ୟରେ ଟାଟା ଗ୍ରୁପ ଏବଂ ଲଣ୍ଡନର ଏନ୍‌ଆରଆଇ ହିନ୍ଦୁଜା ଗ୍ରୁପର ନାମ ସାମିଲ ରହିଛି। ଏଥି ଲାଗି ବିଡିଂ କରିବାକୁ ସରକାର ୨୭ ଜାନୁୟାରୀ ଯାଏ ସମୟ ସୀମା ଧାର୍ଯ୍ୟ କରିଥିଲେ। ବର୍ତ୍ତମାନର ପ୍ରସ୍ତାବ ମୁତାବକ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୦୦% ଅଂଶଧନ ବିକ୍ରିରେ ପ୍ରସ୍ତାବ ରହିଛି। ସେହିଭଳି ଯୌଥ ଉଦ୍ୟୋଗ ଏଆଇଏସ୍‌ଏଟିଏସ୍‌ର ୫୦% ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ରହିଛି। ଏୟାର ଇଣ୍ଡିଆ ଲାଗି ବିଡିଂର ଚୂଡାନ୍ତ ତାରିଖ ୧୭ ମାର୍ଚ୍ଚ ରହିଛି।

ବ୍ୟାଙ୍କ ମିଶ୍ରଣକୁ ମଞ୍ଜୁରୀ
୧୦ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। ୧୦ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ ହେବ। କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ଦ୍ୱାରା ନୂଆ ବ୍ୟାଙ୍କ ଗଠନ ହେବ। ସେହିଭଳି ୟୁନିୟନ ବ୍ୟାଙ୍କ ସହ ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ ମିଶ୍ରଣ ହେବା ନେଇ ଯୋଜନା ରହିଛି। ଏପ୍ରିଲ ପହିଲାଠାରୁ ବ୍ୟାଙ୍କ ମିଶ୍ରଣ ପଦକ୍ଷେପ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।

କମ୍ପାନୀ ଆଇନରେ ସଂଶୋଧନ
କମ୍ପାନୀ ଆଇନରେ ବିଭିନ୍ନ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ଦ୍ୱାରା କମ୍ପାନୀ ଆଇନ ୨୦୧୭ରେ ପ୍ରାୟ ୭୨ ପରିବର୍ତ୍ତନ କରାଯିବାର ପ୍ରସ୍ତାବ ରହିଛି। ଆଇନରେ ରହିଥିବା ବିଭିନ୍ନ ପ୍ରସ୍ତାବ ଦ୍ୱାରା ବ୍ୟବସାୟ ଧାରାକୁ ସୁଗମ କରିବା ଏବଂ ଡିକ୍ରିମିନାଇଜ ଭଳି ଦିଗକୁ ଧ୍ୟାନ ରଖାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri