ଏହି ମନ୍ଦିରରେ ପୂଜା ପାଆନ୍ତି ମହମ୍ମଦ ରଫି

ଅହମ୍ମଦାବାଦ: ବଲିଉଡ୍‌ ଗାୟକ ମହମ୍ମଦ ରଫିଙ୍କ ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଥିବା ବେଳେ ଏବେବି ତାଙ୍କ ଗୀତ ମତୁଆଲା କରେ ଶ୍ରୋତାଙ୍କୁ। ରଫିଙ୍କ ଗୀତର ଅନେକ ଦିଓ୍ବାନା ରହିଛନ୍ତି। ହେଲେ ଗୁଜରାଟ ଅହମ୍ମଦାବାଦରେ ଏମିତି ଜଣେ ଭକ୍ତ ଅଛନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହି କିଛି ସମୟ ପାଇଁ ନିରବ ହୋଇଯାଆନ୍ତି। କାହିଁକି ନା ସେ ରଫି ସାହେବଙ୍କୁ ଭଗବାନ ଭଳି ପୂଜା କରନ୍ତି। ସାରା ବିଶ୍ୱରେ ମହମ୍ମଦ ରଫିଙ୍କର ଏକମାତ୍ର ମନ୍ଦିର ରହିଛି ଅହମ୍ମଦାବାର ଉମେଶ ମାଖିଜାଙ୍କ ଘରେ। ସେ ତାଙ୍କ ଘରର ଏକ କୋଠରୀକୁ ସମ୍ପୂର୍ଣ୍ଣ ଭାବେ ରଫିଙ୍କ ନାଁରେ କରିଦେଇଛନ୍ତି। ସେହି କୋଠରୀରେ ରଫିଙ୍କ ଫଟୋ ସହ କିଛି ପେଣ୍ଟିଂ, ରଫି ବ୍ୟବହାର କରୁଥିବା କିଛି ଜିନିଷ ଯେମିତି ଗୋଲଡେନ୍‌ କଲରର ଏକ କଲମ, ତାଙ୍କ ଚାଦଣ ଆଦି ସଂରକ୍ଷିତ ହୋଇ ରହିଛି। ସାରା ଦେଶରୁ ଅନେକ ରଫିଙ୍କ ପ୍ରଶଂସକ ଏହି ମନ୍ଦିରକୁ ବୁଲିବାକୁ ଆସନ୍ତି। ଉମେଶ ପ୍ରତିଦିନ ସେଠାରେ ରଫିଙ୍କ ଫଟୋକୁ ପୂଜା କରୁଥିବାରୁ ଏହା ରଫିଙ୍କର ଏକମାତ୍ର ମନ୍ଦିର ବୋଲି କୁହାଯାଏ।

କେବଳ ସେତିକି ନୁହେଁ ସବୁଠାରୁ ବଡ କଥା ହେଲା ସେଠାରେ ଲାଗିଥିବା ଘଣ୍ଟା ୧୦ଟା ୨୯ରେ ବନ୍ଦ ରହିଛି। କାରଣ ଏହି ସମୟରେ ୩୧ ଜୁଲାଇ, ୧୯୮୦ରେ ରଫିଙ୍କର ପରଲୋକ ହୋଇଥିଲା। ପ୍ରତି ରବିବାର ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଯେ କହି ଉମେଶଙ୍କ ଦ୍ୱାରା ତିଆରି କରାଯାଇଥିବା ରଫିଙ୍କର ଏହି ମନ୍ଦିରକୁ ଆସିବା ସହ ତାଙ୍କ ସୁମଧୁର କଣ୍ଠର ଗୀତ ଶୁଣିବା ଓ ରଫିଙ୍କ ବିଷୟରେ କଥା ହୋଇପାରିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?