ଏସ୍‌ସିବି ମେଡିକାଲରେ ନାହିଁ କୁକୁର କାମୁଡ଼ା ଇଞ୍ଜେକ୍‌ଶନ

କଟକ ଅଫିସ, ୧୭।୧୨: ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକଶନ(ଆଣ୍ଟି ରାବିଜ୍‌ ଭ୍ୟାକସିନ)ର ଘୋର ଅଭାବ। ଗତ ୩ ଦିନ ହେବ ଏସ୍‌ସିବି ମେଡିକାଲରୁ ଏହି ଇଞ୍ଜେକଶନ ନ ପାଇ ଶତାଧିକ ରୋଗୀ ଫେରିଥିବା ଜଣାପଡିଛି। ଯୋଗାଣ ନ ଥିବା କହି ମେଡିକାଲ କର୍ତ୍ତୃପକ୍ଷ ଖସି ଯାଉଥିବାବେଳେ ରୋଗୀ ଡହଳ ବିକଳ ହେଉଛନ୍ତି। ଏହାର ଫାଇଦା ନେଇ କଟକର ଏକ ଘରୋଇ ହସ୍ପିଟାଲ ବେଶ୍‌ ଲାଭବାନ ହେଉଛି। ଉକ୍ତ ହସ୍ପିଟାଲର ଏଜେଣ୍ଟ ଏସ୍‌ସିବି ମେଡିକାଲ ଆଉଟଡୋର(ଡାକ୍ତର ରୁମ)ସାମ୍ନାରେ ବସି ରହୁଛନ୍ତି। ଡାକ୍ତରଙ୍କ ରୁମ୍‌ ଭିତରେ ମଧ୍ୟ ମେଡିକାଲ କର୍ମଚାରୀମାନେ ଏଥିପାଇଁ ନିୟୋଜିତ ଅଛନ୍ତି। ରୋଗୀ ଜଣକ ଡାକ୍ତରଙ୍କ ପାଖରୁ ଫେରିବା ମାତ୍ରେ ଏହି କର୍ମଚାରୀମାନେ ରୁମ ବାହାରେ ବସିଥିବା ଏଜେଣ୍ଟଙ୍କ ପାଖକୁ ପଠାଇ ଦେଉଛନ୍ତି। ଏଜେଣ୍ଟ ଜଣକ ରୋଗୀଙ୍କଠାରୁ ଟଙ୍କା ସଂଗ୍ରହ କରି ଇଞ୍ଜେକଶନ ଆଣି ଦେଉଛନ୍ତି। ଥରକେ ୫ଜଣ ରୋଗୀ ଏକତ୍ର ହେବା ପରେ ଏଜେଣ୍ଟ ଜଣକ ଇଞ୍ଜେକଶନ ପାଇଁ ଯାଉଛନ୍ତି। ପ୍ରତି ରୋଗୀ ପିଛା ୩୫୦ରୁ ୫୦୦ ଟଙ୍କା ଆଦାୟ ହେଉଛି। ସୋମବାର ମେଡିକାଲର ଏସ୍‌ପିଏମ(ସୋସିଆଲ ପ୍ରିଭେଣ୍ଟିଭ ମେଡିସିନ)ଆଉଟଡୋର ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉଟଡୋର ଭିତରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରାମଚନ୍ଦ୍ର ଗିରି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କୁ ଇଞ୍ଜେକଶନ ମିଳୁ ନ ଥିବା ସମ୍ପର୍କରେ ଡା. ଗିରିଙ୍କୁ ପଚାରିବାରୁ ମେଡିକାଲରେ ଇଞ୍ଜେକଶନ ଅଭାବ ଥିବା ଘଟଣାକୁ ସେ ସ୍ବୀକାର କରିଥିଲେ। କେବଳ ଏସ୍‌ସିବି ମେଡିକାଲ ନୁହେଁ ରାଜ୍ୟରେ ଏଭଳି ଅବସ୍ଥା ଉପୁଜିଥିବା ସେ କହିଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ମେଡିକାଲ କଲେଜଗୁଡିକରୁ ଏଠାକୁ ରୋଗୀ ଇଞ୍ଜେକଶନ ନେବାକୁ ଆସିବାରୁ ଏଠାରେ ଏଭଳି ପରିସ୍ଥିତି ଉପୁଜିଛି। ଗତ ଶୁକ୍ରବାରଠାରୁ ମେଡିକାଲରେ ଇଞ୍ଜେକଶନ ଶେଷ ହୋଇଯାଇଛି। ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କୁ ଅବଗତ କରିଛି। ଘରୋଇ ମେଡିସିନ ଷ୍ଟୋରଗୁଡିକରେ ମଧ୍ୟ ଏହି ଇଞ୍ଜେକଶନ ମିଳୁ ନ ଥିବା ଡା. ଗିରି କହିଥିଲେ। ଆଉଟଡୋର ଆଗରେ ବେପାର ଜମେଇ ବସିଥିବା ଏମାନେ କିଏ ବୋଲି କହିବାରୁ ଡା. ଗିରି ସେଠାକୁ ଯାଇଥିଲେ। ତୁରନ୍ତ ଏ ସମ୍ପର୍କରେ ସେଠାରେ ଡ୍ୟୁଟି କରୁଥିବା ମେଡିକାଲର ସୁରକ୍ଷା କର୍ମୀଙ୍କୁ ଡା. ଗିରି ଜଣାଇବା ପରେ ସୁରକ୍ଷାକର୍ମୀ ଜଣକ ଏଜେଣ୍ଟଙ୍କ ପାଖକୁ ଯାଇ ଆଉଟଡୋର ବାହାରକୁ ଚାଲିଯିବାକୁ କହିଥିଲେ।
ମେଡିକାଲ ସୂଚନାନୁଯାୟୀ, ଗତ ଶୁକ୍ରବାର ପର୍ଯ୍ୟନ୍ତ ରୋଗୀଙ୍କୁ ଇଞ୍ଜେକଶନ ଯୋଗାଇ ଦିଆଯାଇଛି। ଶନିବାରଠାରୁ ଅଭାବ ଦେଖାଦେଇଛି। ଶୁକ୍ରବାର ଆଉଟଡୋରକୁ ୯୩ଜଣ ନୂଆ ରୋଗୀ ଓ ୯୦ଜଣ ପୁରୁଣା ରୋଗୀ ଆସିଥିଲେ। ଶନିବାର ମେଡିକାଲକୁ ୬୩ଜଣ ନୂଆ ଓ ୧୨୧ ଜଣ ପୁରୁଣା ରୋଗୀ ଇଞ୍ଜେକଶନ ପାଇଁ ଆସିଥିବା ଜଣାପଡିଛି। ନୂଆ ପୁରୁଣା ରୋଗୀଙ୍କୁ ମିଶାଇ ଆଉଟଡୋରକୁ ଦୈନିକ ୨୦୦ ରୋଗୀ ଆସୁଥିବା ମେଡିକାଲ ରେକର୍ଡ କହୁଛି। ସୋମବାର ବିଲେଇ କାମୁଡିଥିବା ୫ବର୍ଷର ପୁଅକୁ ନେଇ ମେଡିକାଲକୁ ଆସିଥିବା ଛତିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ଦାସ ଇଞ୍ଜେକଶନ ପାଇଁ ଡହଳ ବିକଳ ହେଉଥିବାବେଳେ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଗୋପାଳ ସାହୁ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ୩୫୦ ଜାଗାରେ ୫୦୦ ଟଙ୍କା ନେଇ ମୋତ କିଏ ଗୋଟିଏ ଇଞ୍ଜେକଶନ ଦିଅ ବୋଲି କହୁଥିବା ଦେଖାଯାଇଥିଲା। ସାଲେପୁର ଅଞ୍ଚଳର ନଗମା ଅଖତର ନାମ୍ନୀ ମହିଳା କୁକୁର କାମୁଡାର ଶିକାର ଝିଅଙ୍କୁ ଧରି ଆଉଟ୍‌ଡୋର ଆଗରେ ବିକଳ ହେଉଥିଲେ।
ଡାକ୍ତରୀ ପାଠ ଅନୁଯାୟୀ, ବନ୍ୟ ଜନ୍ତୁ କାମୁଡିବା ଦୂରର କଥା ଯଦି ନଖ ବାଜି ଦାଗ ହୋଇଛି, ତେବେ ବି ଇଞ୍ଜେକଶନର ଆବଶ୍ୟକତା ରହିଛି। କାରଣ ଜଳାନ୍ତକ ରୋଗରେ ମୃତ୍ୟୁହାର ୧୦୦ ପ୍ରତିଶତ ରହୁଥିବା ପାଠ କହୁଛି। ଏଭଳି ସ୍ଥିତିରେ ମେଡିକାଲରେ ଇଞ୍ଜେକଶନ ଅଭାବ ଏକ ଅସ୍ବାଭାବିକ ଅବସ୍ଥା ସୃଷ୍ଟି କରିଛି।
ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସରୋଜ କୁମାର ସାହୁ କୁହନ୍ତି, ଏ ନେଇ ରାଜ୍ୟ ମେଡିକାଲ ନିଗମକୁ ଅବଗତ କରାଯାଇଛି। ମେଡିକାଲର ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ, ଏଭଳି ଅଭାବ ଗତ ନଭେମ୍ବରରୁ ଦେଖାଦେଲାଣି। ପୃଥିବୀରେ ପ୍ରତିବର୍ଷ ଜଳାନ୍ତକ ରୋଗରେ ୬୦ହଜାର ରୋଗୀଙ୍କ ମୃତ୍ୟୁ ଘଟୁଥିବା ବେଳେ ମୃତକଙ୍କ ମଧ୍ୟରୁ ଏକତୃତୀୟାଂଶ କେବଳ ଭାରତର। ୯୭ ପ୍ରତିଶତ ମୃତ୍ୟୁ କୁକୁରକାମୁଡା ଜନିତ ହୋଇଥିବାବେଳେ ୨ପ୍ରତିଶତ ବିଲେଇ କାମୁଡା ଜନିତ ହୋଇଥାଏ। ଦେଶରେ ପ୍ରତିବର୍ଷ ୨୦ ମିଲିୟନ ଡୋଜର ଆବଶ୍ୟକତା ଥିବାବେଳେ ସେଥିରୁ ବାହାର ଦେଶକୁ ରପ୍ତାନୀ କରାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ଅକ୍ଟୋବରରେ ଭାରତରୁ ୧୦ହଜାର ଭାୱେଲ ଇଞ୍ଜେକଶନ ମ୍ୟାନ୍‌ମାରକୁ ରପ୍ତାନି କରାଯାଇଛି। ମାତ୍ର ଏବେ ଦେଶର ବିଭିନ୍ନ ରାଜ୍ୟରେ ଏହି ଇଞ୍ଜେକଶନର ଅଭାବ ଦେଖାଦେଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବି: ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବିରାଟ ରାଲି

ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri