କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ ଘଟିଛି। ସୋମବାର ସକାଳେ ରାସ୍ତାରେ ଭାଲୁ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବେହେରା ବନପାଳ ରାଜେନ୍ଦ୍ର ନାଏକ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଭାଲୁର ମୃତଦେହ ଜବତ କରିଥିଲେ। ତେବେ ଭାଲୁଟି ରାସ୍ତାପାର କରୁଥିବା ବେଳେ କୌଣସି ଏକ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି। ଅନ୍ୟପକ୍ଷେ ଭାଲୁର ମୃତହେଦ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

