ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ) ର଼୍ୟାଙ୍କିଙ୍ଗ୍‌ରେ ଭାରତର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଥିବା ବେଳେ ଏବେ ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ଲମ୍ବ ଡିଆଁ ମାରିଛି। ୧୬୨ ଦେଶଙ୍କ ମଧ୍ୟରେ ଭାରତ ୭୯ତମ ସ୍ଥାନକୁ ଉଠି ଆସିଛି। ଗତବର୍ଷ ଏହି ସୂଚକାଙ୍କରେ ଭାରତର ସ୍ଥାନ ୯୬ ଥିଲା।
କାନାଡିଆନ ଥିଙ୍କଟ୍ୟାଙ୍କ ଫ୍ରେଜର ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତୀୟ ଥିଙ୍କଟ୍ୟାଙ୍କ କୁହାଯାଉଥିବା ସେଣ୍ଟର ଫର୍‌ ସିଭିଲ ସୋସାଇଟି ଦ୍ୱାରା ମିଳିତ ଭାବେ ଶୁକ୍ରବାର ‘ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ, ୨୦୧୯’ ଜାରି କରାଯାଇଛି। ସାରା ବିଶ୍ୱରେ ସରକାରଙ୍କ ଆକାର, ଆଇନ ବ୍ୟବସ୍ଥା ଓ ସମ୍ପତ୍ତି ଅଧିକାର, ମୁଦ୍ରାର ସୁଗମତା, ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟରେ ସ୍ବାଧୀନତା ଓ ନିୟମ ଆଦି ୫ କ୍ଷେତ୍ରକୁ ବିଚାର କରି ଏହି ର଼୍ୟାଙ୍କ ସ୍ଥିର କରାଯାଇଛି। ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ହଂକଂ ଶୀର୍ଷରେ ରହିଥିବା ବେଳେ ସିଙ୍ଗାପୁର ଦ୍ୱିତୀୟ ସ୍ଥାନରେ, ନ୍ୟୁଜିଲାଣ୍ଡ ତୃତୀୟ, ସୁଇଜରଲ୍ୟାଣ୍ଡ ଚତୁର୍ଥ ଓ ଆମେରିକା ପଞ୍ଚମ ସ୍ଥାନରେ ରହିଛି। ପ୍ରତିଷ୍ଠିତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୭ ସ୍ଥାନ ଉପରକୁ ଉଠିଥିବା ବେଳେ ପଡୋଶୀ ଚାଇନା ତଳକୁ ଖସିଛି। ସୂଚକାଙ୍କରେ ଭୁଟାନ ୮୭, ଶ୍ରୀଲଙ୍କା ୧୦୪, ନେପାଳ ୧୧୦, ଚାଇନା ୧୧୩, ବାଂଲାଦେଶ ୧୨୩, ପାକିସ୍ତାନ ୧୩୬ ଓ ମ୍ୟାନମାର୍‌କୁ ୧୪୮ତମ ସ୍ଥାନ ମିଳିଛି। ଗତବର୍ଷ ଏହି ଦେଶଗୁଡ଼ିକ କ୍ରମଶଃ ୭୩,୧୦୬,୧୦୨,୧୦୮, ୧୨୦, ୧୩୨ଏବଂ ୧୫୧ ତମ ସ୍ଥାନରେ ରହିଥିଲା। ଅନ୍ୟ ବିକଶିତ ଦେଶଗୁଡ଼ିକ ମଧ୍ୟରେ ଜାପାନ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ମେକ୍ସିକୋ, ରୁଷ ଓ ବ୍ରାଜିଲ ଯଥାକ୍ରମେ ୧୭,୨୦, ୪୬,୫୦, ୭୬, ୮୫ ଏବଂ ୧୨୦ ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri