ଏସ୍‌ଏଚ୍‌ଜି ଅର୍ଥ ହଡ଼ପ ମାମଲା: ସ୍ବାମୀ ଜେଲ୍‌ ଗଲେ, ସ୍ତ୍ରୀ ଫେରାର

ରୂପ୍‌ସା, ୧୭।୯(ଡି.ଏନ.ଏ.)-ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି)ରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ବାଖରାବାଦ ଗ୍ରାମର ଅଭିଯୁକ୍ତ ରମେଶ ରାଉତଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର ରାତିରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁୁ ପଠାଯାଇଛି।
ଗ୍ରାମର ବିଭିନ୍ନ ଏସ୍‌ଏଚ୍‌ଜି ସଭ୍ୟାଙ୍କ ଲକ୍ଷାଧିକ ଟଙ୍କା ଋଣ ରାଶି ମାସିକ କିସ୍ତି ବାବଦ ଅର୍ଥକୁ ରମେଶ ଓ ତାଙ୍କ ସ୍ତ୍ରୀ କବିତା ରାଉତ ମିଶି ହଡ଼ପ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ସାଇବାବା ଏସ୍‌ଏଚ୍‌ଜି ସଭାନେତ୍ରୀଙ୍କ ଅଭିଯୋଗକ୍ରମେ ଗତ ଜୁଲାଇ ୯ତାରିଖରେ ଏକ ମାମଲା (ନଂ. ୫୧/୧୯) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚ୍‌ଜିର ସମ୍ପାଦିକା ମଞ୍ଜୁଲତା ଲେଙ୍କାଙ୍କ ଅଭିଯୋଗକ୍ରମେ ଅନ୍ୟ ଏକ ମାମଲା (ନଂ. ୫୦/୧୯) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଲକ୍ଷାଧିକ ଟଙ୍କା ନେଇ ଉଭୟ ସ୍ବାମୀ, ସ୍ତ୍ରୀ ଗାଁ ଛାଡ଼ି ବାଲେଶ୍ୱରରେ ଘରଭଡ଼ା ନେଇ ରହୁଥିବାରୁ ମହିଳା ଗୋଷ୍ଠୀର ସଭ୍ୟାଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ବର୍ଷେ ହେବ କୌଣସି ପଇସା ପରିଶୋଧ ନ କରିବାରୁ ମହିଳାମାନେ ଜିଲାପାଳ ଓ ଥାନାରେ ଅଭିଯୋଗ କରିଥିଲେ। ୨ମାସ ପରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଓ ଏଏସ୍‌ଆଇ ନରହରି ମହାଳିକ ଚଢ଼ାଉ କରି ବାଲେଶ୍ୱରର କୁରୁଡ଼ା ଛକଠାରୁ ସ୍ବାମୀ ରମେଶ ରାଉତଙ୍କୁ ଗିରଫ କରିଥିବାବେଳେ ତାଙ୍କ ସ୍ତ୍ରୀ ଫେରାର ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?