Posted inଖେଳ

ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌: ପୁରୁଷ ଦଳ ସେମିଫାଇନାଲରେ

ମାନିଲା (ଫିଲିପାଇନ୍ସ), ୧୫ା୨ (ପି.ଟି.)-ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛି। ଶୁକ୍ରବାର ଏକ ରୋମାଞ୍ଚକ କ୍ୱାର୍ଟରଫାଇନାଲରେ ଦଳ ୩-୨ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ସିଙ୍ଗଲ୍ସରେ କିଡାମ୍ବି ଶ୍ରୀକାନ୍ତ ଏବଂ ବି. ସାଇ ପ୍ରଣୀଥ୍‌ ସେମାନଙ୍କ ମ୍ୟାଚ ହାରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ତିନୋଟି ମ୍ୟାଚ ଅର୍ଥାତ ଗୋଟିଏ ସିଙ୍ଗଲ୍ସ ଏବଂ ଦୁଇଟି ଡବଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲା। ସେମିଫାଇନାଲରେ ଭାରତ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆକୁ ଭେଟିବ। ଭାରତୀୟ ପୁରୁଷ ଦଳ ପୂର୍ବରୁ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦୧୬ ସଂସ୍କରଣ ସେମିଫାଇନାଲରେ ଇଣ୍ଡୋନେସିଆଠାରୁ ୧-୩ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ପାଇଥିଲା।
ଶୁକ୍ରବାର ଥାଇଲାଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀଥ୍‌ ଲଢୁଆ ପ୍ରଦର୍ଶନ କରି ବିଶ୍ୱର ୧୨ ନମ୍ବର ଖେଳାଳି କାଣ୍ଟାଫୋନ୍‌ ଓ୍ବାଙ୍ଗ୍‌ଚାରୋନଙ୍କଠାରୁ ୧୪-୨୧, ୨୧-୧୪, ୧୨-୨୧ରେ ହାରିଯାଇଥିଲେ। ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ନମ୍ବର ଓ୍ବାନ ଶ୍ରୀକାନ୍ତ ୩ଥର ଜୁନିୟର ବିଶ୍ୱ ଚାମ୍ପିୟନ କୁନ୍‌ଲାଭଟ୍‌ ଭିଟିଡ୍‌ସରନଙ୍କ ବିପକ୍ଷ ତାଙ୍କ ମ୍ୟାଚ ୨୦-୨୨, ୧୪-୨୧ରେ ପରାଜିତ ହୋଇଥିଲେ। ଫଳରେ ଭାରତ ୦-୨ରେ ପଛୁଆ ହୋଇଥିଲା। କିନ୍ତୁ ପ୍ରଥମ ଡବଲ୍ସରେ ଏମ୍‌.ଆର୍‌. ଅର୍ଜୁନ ଏବଂ ଧ୍ରୁବ କାପିଲା ପ୍ରତିପକ୍ଷ କିଟିନପଙ୍ଗ କେଡ୍ରେନ୍‌ ଏବଂ ଟାନୁପାଟ୍‌ ଭିରିୟାଙ୍ଗକୁରାଙ୍କୁ ୨୧-୧୮, ୨୨-୨୦ରେ ପରାସ୍ତ କରିଥିଲେ। ପରେ ଯୁବ ଖେଳାଳି ଲକ୍ଷ୍ୟ ସେନ୍‌ ବିଶ୍ୱର ୪୫ ନମ୍ବର ମାନ୍ୟତାପ୍ରାପ୍ତ ସୁପାନ୍ୟୁ ଆଭିଙ୍ଗସାନନଙ୍କ ବିପକ୍ଷ ମ୍ୟାଚ ୨୧-୧୯, ୨୧-୧୮ରେ ବିଜୟ ଲାଭ କରିବା ଦ୍ୱାରା ଭାରତ ମୁକାବିଲାକୁ ୨-୨ ସ୍ତରକୁ ଆଣିପାରିଥିଲା। ଦ୍ୱିତୀୟ ଡବଲ୍ସରେ ଚିରାଗ ଶେଟ୍ଟି ଓ ଶ୍ରୀକାନ୍ତ ଯୋଡ଼ି ୨୧-୧୫, ୧୬-୨୧, ୨୧-୧୫ରେ ମାନିପଙ୍ଗ ଜଙ୍ଗ୍‌ଜିତ୍‌ ଏବଂ ନିପିଥୋନ୍‌ ପୁଆଙ୍ଗ୍‌ଫୁଆପେଟ୍‌ରେ ହରାଇ ଭାରତକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri