Posted inଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗନେବ ପାକିସ୍ତାନ; ଚାଇନା ସଂକ୍ରାନ୍ତରେ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୧୭।୨(ପି.ଟି.)- ଏଠାରେ ଆସନ୍ତା ୧୮ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଯାଉଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦୂର ହୋଇଛି। ଭାରତ ସରକାର ପାକିସ୍ତାନ ପ୍ରତିଯୋଗୀଙ୍କୁ ଭିଜା ପ୍ରଦାନ କରିଛନ୍ତି। ଫଳରେ ପାକିସ୍ତାନ ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି। ତେବେ ଚାଇନାର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ କି ନା, ସେ ସଂକ୍ରାନ୍ତରେ ସୋମବାର ନିଷ୍ପତ୍ତି ନିଆଯିବ। ପାକିସ୍ତାନର ଅଂଶଗ୍ରହଣ ନେଇ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟଏଫ୍‌ଆଇ) ସମ୍ପାଦକ ବିନୋଦ ତୋମାର ସ୍ପଷ୍ଟ କରିଛନ୍ତି। ସବୁ ପାକିସ୍ତାନ ଖେଳାଳିଙ୍କୁ ଶନିବାର ଭିଜା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ଭିଜା ପ୍ରଦାନ ପ୍ରକ୍ରିୟାରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ୪ ଜଣ ପାକିସ୍ତାନ ଫ୍ରି ଷ୍ଟାଇଲ ରେସ୍‌ଲର, ଜଣେ କୋଚ୍‌ ଓ ଜଣେ ରେଫରି ଏହି ପ୍ରତିଯୋଗିତାରେ ଭାଗନେବେ।
ଗତବର୍ଷ ଫେବୃୟାରୀରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ଅତିବାହିତ ହୋଇଯାଇଛି। ଏହି ଘଟଣା ପରେ ପ୍ରଥମଥର ପାଇଁ କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଭାଗନେବାକୁ ପାକିସ୍ତାନ ଦଳ ଭାରତ ଆସୁଛି। ପାକିସ୍ତାନ ତରଫରୁ ମହମ୍ମଦ ବିଲାଲ (୫୭ କେ.ଜି.), ଅବ୍‌ଦୁଲ ରେହମାନ (୭୪ କେ.ଜି.), ତାୟାବ ରାଜା (୯୭ କେ.ଜି.) ଓ ଜମାନ ଅନ୍‌ଓ୍ବର (୧୨୫ କେ.ଜି.) ଅଂଶଗ୍ରହଣ କରିବେ।
କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଚାଇନା ରେସ୍‌ଲରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ସୋମବାର ସ୍ଥିତି ସ୍ପଷ୍ଟ କରାଯିବ। କରୋନା ଭାଇରସ୍‌ରେ ଚାଇନାରେ ଏବେ ସୁଦ୍ଧା ୧୫୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ଭାରତ ସରକାର ମଧ୍ୟ ଚାଇନା ନାଗରିକଙ୍କୁ ଇ-ଭିଜା ଦେବା ପ୍ରକ୍ରିୟାକୁ ବାତିଲ କରିଛନ୍ତି। ଏବେ କରୋନା ଭାଇରସ୍‌ ସାରା ବିଶ୍ୱ ପାଇଁ ବିପଦ ରୂପେ ଦେଖାଦେଇଛି ଏବଂ ଏହାକୁ ନେଇ ଚିନ୍ତା ମଧ୍ୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri